Hindi News >>Home >>Odisha Politics

Himanta Biswa Sarma: ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଆସାମ ମୁଖ୍ୟମନ୍ତ୍ରୀ, କହିଲେ...

Assam CM in Tripura: ଆସନ୍ତା ବର୍ଷ ହେବାକୁ ଯାଉଥିବା ତ୍ରିପୁରା ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏନେଇ ମୁଖ୍ୟମନ୍ତ୍ରୀ  କହିଛନ୍ତି ଏହି ନିର୍ବାଚନରେ କେବଳ ବିଜେପି ଜିତିବ। ତ୍ରିପୁରାରେ ଅନ୍ୟ କୌଣସି ଦଳ ନିର୍ବାଚନ ଜିତିପାରିବ ନାହିଁ। 

Advertisement
Himanta Biswa Sarma: ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଆସାମ ମୁଖ୍ୟମନ୍ତ୍ରୀ, କହିଲେ...
Stop
Subhramjit Ray|Updated: Nov 08, 2022, 06:42 PM IST

Assam CM Himanta Biswa Sarma: ଆସନ୍ତା ବର୍ଷ ହେବାକୁ ଯାଉଥିବା ତ୍ରିପୁରା ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏହା ସହିତ  ଆସାମ ମୁଖ୍ୟମନ୍ତ୍ରୀ କଂଗ୍ରେସ ସମେତ ରାଜ୍ୟର ସମସ୍ତ ବିରୋଧୀ ଦଳ ଉଦ୍ଦେଶ୍ୟରେ ଏକ ଚ୍ୟାଲେଞ୍ଜ କରିଛନ୍ତି। ତ୍ରିପୁରା ଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନରେ କଂଗ୍ରେସ-ବାମଦଳ ମେଣ୍ଟ କରି ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ହେଲେ ଏହି ନିର୍ବାଚନରେ ବିଜେପି ବାଜିମାତ କରିବ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) ତ୍ରିପୁରା ରାଜନୀତିରେ (Tripura Politics) ସିପିଏମ୍-କଂଗ୍ରେସ (CPM Congress Alliance) ଗୋଟିଏ ଥାଳିରେ ଏକାଠି ଖାଇବାକୁ ଯୋଜନା କରୁଛନ୍ତି। ହେଲେ ଏହି ଥାଳିର ଗୋଟିଏ ଭାଗରେ କଂଗ୍ରେସ ଏବଂ ଅନ୍ୟ ଭାଗରେ ସିପିଏମ ରହିବା ଆବଶ୍ୟତ। ଦୁନିଆର ସମସ୍ତ ଦଳ ଏକାଠି ହୋଇଗଲେ ମଧ୍ୟ ତଥାପି ବିଜେପି (BJP) ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନ (Tripura Assembly Election 2023) ​​ଜିତିବ। ଅନ୍ୟ କୌଣସି ଦଳ ଏହି ନିର୍ବାଚନ ​​ଜିତିପାରିବେ ନାହିଁ। ତ୍ରିପୁରାରେ ବିଜେପି ମାଆ ତ୍ରିପୁରେଶ୍ୱରୀଙ୍କ (Maa Tripureswari) ଆଶୀର୍ବାଦ ପାଇଛି।

ସୋମବାର ତ୍ରିପୁରା ରାଜଧାନୀ ଅଗରତାଲା (Tripura Capital Agartala) ଠାରେ ଆସାମ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ​​ମୋଟ ୬୦ ସିଟ୍ ମଧ୍ୟରୁ ୫୫ ସିଟ୍ ଜିତି ବିଜେପି ରାଜ୍ୟରେ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିବ। ବିଜେପି 'ବୁଥ ବିଜୟ ଅଭିଯାନ' କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଗରତାଲା ଆସିଥିବା ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ମହାମାରୀ ସତ୍ତ୍ୱେ ଗତ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶୃତି ଠାରୁ ଅଧିକ କରିଛି ବିଜେପି ସରକାର।

Also Read: ମେଣ୍ଟ ସହଯୋଗୀକୁ ଭୋଟ ନଦେବାକୁ ଅନୁରୋଧ କଲେ Assam ମୁଖ୍ୟମନ୍ତ୍ରୀ

ଯେତେବେଳେ ଆସାମରେ ବିଜେପି ପ୍ରଥମ ବିଧାନସଭା ନିର୍ବାଚନରେ ​​ଜିତିଲା ସେତେବେଳେ ଦିଲ୍ଲୀର ଲୋକ କହୁଥିଲେ ଯେ ଏହା ଅଚନାକ ମିଳିଥିବା ଜିତ। ହେଲେ ଯେତେବେଳେ ଆସାମରେ ବିଜେପି ପୁନର୍ବାର ଜିତିଲା ସେତେବେଳେ ଦିଲ୍ଲୀ ଏହା ମଧ୍ୟ ସ୍ୱୀକାର କରିଛି ଯେ ବର୍ତ୍ତମାନ ପୂର୍ବୋତ୍ତର ଭାରତ ବିଜେପି ଲାଗି ଗଡ଼ରେ ପରିଣତ ହୋଇଛି। 

ବିଜେପି କହିଛି ଯେ ଏଥର ବିଜେପି ତ୍ରିପୁରାରେ ଜିତିବ। କେବଳ ତ୍ରିପୁରା ନୁହେଁ ବରଂ ମେଘାଳୟ ଏବଂ ନାଗାଲାଣ୍ଡ ଆଦି ଅନ୍ୟ ୨ ରାଜ୍ୟର ଜିତିବ ବୋଲି କହିଥିଲ ବିଜେପି। ପାରିବାରିକ ପ୍ରତିଶୃତି ଭୁଲି ଆଗାମୀ ୩ ମାସ ପାଇଁ କଠିନ ପରିଶ୍ରମ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ବିଜେପି କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି।

ଉତ୍ତର ପୂର୍ବାଞ୍ଚଳ ଜନତାନ୍ତ୍ରିକ ଗଠବନ୍ଧନ (North East Democratic Alliance) ଏନଇଡିଏ ସଂଯୋଜକ (NEDA Convenor) ତଥା ହିମନ୍ତ ବିଶ୍ବା ଶର୍ମା  କହିଛନ୍ତି ଯେ ଆମକୁ ତ୍ରିପୁରାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ହେବ। ଏଥିପାଇଁ ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ମତପତ୍ର ବାଲାଟ ଗଣା ନହେବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।

{}{}