Hindi News >>Home >>Odisha Politics

'ଯଦି ତାଜ ମହଲ ନିର୍ମାଣ ହୋଇନଥାନ୍ତା ତାହେଲେ ୪୦ ଟଙ୍କାରେ ମିଳୁଥାନ୍ତା ପେଟ୍ରୋଲ'

Asaduddin Owaisi targets Modi Govt:  ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶରେ ଦରଦାମ ଏବଂ ବେକାରୀ ବୃଦ୍ଧି ପାଇଁ ମୋଦି ନୁହଁନ୍ତି ବରଂ ମୋଗଲ ଦାୟୀ।

Advertisement
'ଯଦି ତାଜ ମହଲ ନିର୍ମାଣ ହୋଇନଥାନ୍ତା ତାହେଲେ ୪୦ ଟଙ୍କାରେ ମିଳୁଥାନ୍ତା ପେଟ୍ରୋଲ'
Stop
Subhramjit Ray|Updated: Jul 05, 2022, 04:11 PM IST

Asaduddin Owaisi targets Modi Govt: ଦରଦାମ ବୃଦ୍ଧି ଏବଂ ବେକାରୀ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି। ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶରେ ଦରଦାମ ଏବଂ ବେକାରୀ ବୃଦ୍ଧି ପାଇଁ ମୋଦି ନୁହଁନ୍ତି ବରଂ ମୋଗଲ ଦାୟୀ।

ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି। ଏହି କ୍ରମରେ ସେ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ ସଭାକୁ ସମ୍ବୋଧିତ କରି କେନ୍ଦ୍ରରେ କ୍ଷମତାସୀନ ମୋଦି  ସରକାରଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି।ଛନ୍ତି। ଏନେଇ ସେ କହିଛନ୍ତି ଯେ ଯଦି ଦେଶର ଯୁବକ ବେକାର ଅଛନ୍ତି। ଦରଦାମ ବୃଦ୍ଧି ଆକାଶଛୁଆଁ ହେଉଛି। ଡିଜେଲ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହୋଇଛି।  ଏଥିପାଇଁ ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଦାୟୀ ନୁହଁନ୍ତି। ଏଥିପାଇଁ ଔରଙ୍ଗଜେବ ଦାୟୀ।

ଆମ ଦେଶର ଯୁବପିଢିଙ୍କ ପାଖରେ ରୋଜଗାର ନାହିଁ। ହେଲେ ଏଥିପାଇଁ ସରକା ଦାୟୀ ନୁହଁନ୍ତି। ଯଦି ପେଟ୍ରୋଲ ମୂଲ୍ୟ ୧୦୪ ଟଙ୍କା ହୋଇଛି  ତାହେଲେ ଏଥିପାଇଁ ତାଜମହଲ ଦାୟୀ। ଯଦି ତାଜମହଲ ନଥାନ୍ତା ତାହେଲେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ୪୦ ଟଙ୍କା ହୋଇଥାନ୍ତା। ମୋର ବିଶ୍ୱାସ ଯେ ତାଜମହଲ, ଲାଲକିଲ୍ଲା ନିର୍ମାଣ କରି ମୋଗଲ ଭୁଲ କରିଛନ୍ତି। ହେଲେ ଏହାର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ସଞ୍ଚୟ କରି ରଖାଯିବାର ଥିଲା।

କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି କହିଛନ୍ତି କ'ଣ କେବଳ ଦେଶରେ ମୋଗଲ ସରକାର ଥିଲା? ମୋଗଲ ଶାସନ ପୂର୍ବରୁ ଦେଶକୁ ସମ୍ରାଟ ଅଶୋକା, ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଧ୍ୟ ଶାସନ କରିଥିଲେ। ହେଲେ ବିଜେପି ସବୁକିଛି ପାଇଁ ମୋଗଲ ଶାସକଙ୍କୁ ଦାୟୀ କରୁଛି। ସେମାନଙ୍କୁ କେବଳ ମୋଗଲ ଦେଖାଯାଉଛନ୍ତି। ବିଜେପି ଗୋଟିଏ ଆଖିରେ ମୋଗଲ ଏବଂ ଅନ୍ୟ ଆଖିରେ ପାକିସ୍ତାନ ଦେଖୁଛି। ହେଲେ ମୋଗଲ କିମ୍ବା ପାକିସ୍ତାନ ସହ ଆମର କୌଣସି ସମ୍ପର୍କ ନାହିଁ। ଆମକୁ ଦେଶରେ ବଢୁଥିବା ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ଚିନ୍ତା ରହିଛି।

Also Read: ପେଟ୍ରୋଲ ଦର ବୃଦ୍ଧି ପାଇଁ ଔରଙ୍ଗଜେବ ଏବଂ ଦରଦାମ ବୃଦ୍ଧି ପାଇଁ ମୋଗଲ ଦାୟୀ'

 

Read More
{}{}