Hindi News >>Home >>Odisha Politics

Dr. Omar Ilyasi: ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା କହିବା ପଡ଼ିଲା ମହଙ୍ଗା, ମିଳିଲା ମୃତ୍ୟୁ ଧମକ

AIIO Chief Imam: ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବାବଦରେ ମୁଁ ଯାହା କହିଛି ମୁଁ ମୋର ସେହି ବୟାନ ସହ ଦୃଢ ଭାବରେ ଛିଡ଼ା ହୋଇଛନ୍ତି।  ମୋ ବିବୃତ୍ତିକୁ ଫେରାଇବି ନାହିଁ। 

Advertisement
Dr. Omar Ilyasi: ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା କହିବା ପଡ଼ିଲା ମହଙ୍ଗା, ମିଳିଲା ମୃତ୍ୟୁ ଧମକ
Stop
Subhramjit Ray|Updated: Sep 30, 2022, 09:13 PM IST

Omar Ilyasi Mohan Bhagwat: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭଗବତଙ୍କୁ "ରାଷ୍ଟ୍ରପିତା" ଏବଂ "ରାଷ୍ଟ୍ରଋଷି" ବୋଲି ବର୍ଣ୍ଣନା କରିବା ଅଲ ଇଣ୍ଡିଆ ଇମାମ ସଙ୍ଗଠନ ମୁଖ୍ୟ ଡ.ଉମର ଅହମ୍ମଦ ଇଲିଆସିଙ୍କୁ ମହଙ୍ଗା ପଡ଼ିଛି।  ଏହି ଘଟଣାରେ ତାଙ୍କୁ ବର୍ତ୍ତମାନ ଫୋନ ଯୋଗେ ହତ୍ୟା ଧମକ ଦିଆଯାଉଛି। ଏନେଇ ସେ କହିଛନ୍ତି ଯେ ତାଙ୍କ ପାଖକୁ ବିଦେଶରୁ ଧମକପୂର୍ଣ୍ଣ  ଫୋନ କଲ ମଧ୍ୟ ଆସୁଛି। ଇଂଲଣ୍ଡରୁ ଜଣେ ଲୋକ ଫୋନ କର ପ୍ରଥମେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ପରେ ଅଶାଳୀନ ଶବ୍ଦ ବ୍ୟବହାର କରି ଶେଷରେ ଧମକ ଦେଇଛି।

ଅଲ ଇଣ୍ଡିଆ ଇମାମ ସଙ୍ଗଠନ (All India Imam Organization) ଏଆଇଆଇଓ ମୁଖ୍ୟ (AIIO Chief Imam) ଡ.ଉମର ଅହମ୍ମଦ ଇଲିଆସି (Dr.Imam Umer Ahmed Ilyasi) କହିଛନ୍ତି ଯେ, ତାଙ୍କୁ ମିଳିଥିବା ଧମକ ଘଟଣାରେ ସେ ଥାନାରେ ଅଭିଯୋଗ କରିବା ସହିତ ସରକାର ଏବଂ ଏଜେନ୍ସି କୁ ଏହି ମାମଲାରେ ଅବଗତ କରାଇଛନ୍ତି। ମୁଖ୍ୟ ଇମାମଙ୍କ ପାଖରେ ପୂର୍ବରୁ ସୁରକ୍ଷା ରହିଛି।

ଏଆଇଆଇଓ ମୁଖ୍ୟ ଡ.ଉମର ଅହମ୍ମଦ ଇଲିଆସି କହିଛନ୍ତି ଯେ ତାଙ୍କୁ ମୃତ୍ୟୁ ଧମକ ମିଳିବା ସତ୍ତ୍ୱେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ (RSS Chief Mohan Bhagwat) ବାବଦରେ ଯାହା କହିଛନ୍ତି ସେ ନିଜର ସେହି ବୟାନ ସହ ଦୃଢ ଭାବରେ ଛିଡ଼ା ହୋଇଛନ୍ତି।  ସେ ତାଙ୍କ ବିବୃତ୍ତିକୁ ଫେରାଇ ନେବେ ନାହିଁ। 

ନିକଟରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ଉପରେ ଭାରତ ସରକାର ଲଗାଇଥିବା ନିଷେଧାଦେଶ ଉପରେ ପ୍ରତିକ୍ରିୟା ରଖି  ଡ.ଉମର ଅହମ୍ମଦ ଇଲିଆସି କହିଛନ୍ତି ଯେ ସରକାରଙ୍କ ପାଖରେ ପ୍ରମାଣ ରହିଛି। ତେଣୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Also Read: Mohan Bhagwat: ଆରଏସଏସ ମୁଖ୍ୟଙ୍କୁ ଭେଟିବାକୁ ନେଇ ମୁସଲିମ ବୁଦ୍ଧିଜୀବୀଙ୍କ ଉପରେ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ

ନିକଟରେ ଦିଲ୍ଲୀସ୍ଥିତ ଏକ ମସଜିଦ ଠାରେ ଅଖିଳ ଭାରତୀୟ ଇମାମ ସଙ୍ଗଠନ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ମୁଖ୍ୟ ମୋହନ ଭଗବତ। ଏହାପୂର୍ବରୁ ସେ ମୁସଲମାନ ବୁଦ୍ଧିଜୀବୀଙ୍କୁ ଭେଟିଥିଲେ ସଂଘ ମୁଖ୍ୟ।

ମୋହନ ଭଗବତଙ୍କୁ ଭେଟିବା ପରେ ଡ଼.ଉମର ଅହମ୍ମଦ ଇଲିଆସି ତାଙ୍କୁ 'ରାଷ୍ଟ୍ରପିତା' ଏବଂ 'ରାଷ୍ଟ୍ରଋଷି' ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି ଯେ, ଏଠାକୁ ମୋହନ ଭାଗବତଙ୍କ ଆସିବା ଏକ ସୌଭାଗ୍ୟର ବିଷୟ। ଆମକୁ ସାକ୍ଷାତ କରିବା ପାଇଁ  ଇମାମ ହାଉସ ଆସିଛନ୍ତି। ସେ ହେଉଛନ୍ତି ଆମର ରାଷ୍ଟ୍ରପିତା ତଥା ରାଷ୍ଟ୍ରଋଷି।

ଦେଶର ଏକତା, ଅଖଣ୍ଡତା ବଜାୟ ରଖିବା ଉଚିତ୍, ଆମର ପୂଜାପାଠ ଭିନ୍ନ ହୋଇପାରେ। ହେଲେ ଏହା ପୂର୍ବରୁ ଆମେ ସମସ୍ତେ ମଣିଷ। ମାନବିକତା ଆମ ଭିତରେ ରହିବା ଆବଶ୍ୟକ। ଯଦି ଆମେ ଭାରତ ବର୍ଷରେ ବାସ କରୁଛୁ ତାହେଲେ ଆମେ ଭାରତୀୟ। ଭାରତ ବିଶ୍ୱ ଗୁରୁ ହେବାର ପଥରେ ପହଞ୍ଚିଛି ଏବଂ ଆମେ ସମସ୍ତେ ଭାରତକୁ ବିଶ୍ୱ ଗୁରୁ କରିବାକୁ ଚେଷ୍ଟା କରିବା ଆବଶ୍ୟକ।

Also Read: Mohan Bhagwat: 'RSS ମୁଖ୍ୟ ମୋହନ ଭାଗବତ ହେଉଛନ୍ତି ରାଷ୍ଟ୍ରଋଷି'

ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା ବୋଲି କହିବା ପାଇଁ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ଉମେର ଇଲୟାସି କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭାବେ ଆମ ଦେଶର ରାଷ୍ଟ୍ରପିତା। ଏହା ସହିତ ଉମେର ଇଲୟାସିଙ୍କ ଭାଇ ଶୋଏବ ଇଲୟାସି କହିଛନ୍ତି, ସଙ୍ଘ ସହିତ ବାପାଙ୍କ ପୁରୁଣା ସମ୍ପର୍କ ରହିଛି। ଏହି ପରମ୍ପରା ଅନୁଯାୟୀ ସେ ମୌଲାନା ଜମିଲ ଇଲୟାସିଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ମସଜିଦକୁ ଆସିଥିଲେ। ଏହା ଏକ ପାରିବାରିକ କାର୍ଯ୍ୟକ୍ରମ ଥିଲା ଏବଂ ଏହାକୁ ସେହି ଦୃଷ୍ଟିରୁ ଦେଖିବା ଆବଶ୍ୟକ। ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସଦଭାବ ବିସ୍ତାର ଏପରି ଜାରି ରହୁ। 

 

Read More
{}{}