Hindi News >>Home >>Odisha Politics

Odisha Election 2024: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା

AICC released Congress Candidate list for Odisha: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମଙ୍ଗଳବାର (ଅପ୍ରେଲ ୨) ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି।   

Advertisement
Odisha Election 2024: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା
Stop
Zee Odisha Desk|Updated: Apr 02, 2024, 04:47 PM IST

Congress Candidate List 2024: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ମଙ୍ଗଳବାର (ଅପ୍ରେଲ ୨) କଂଗ୍ରେସ ପକ୍ଷରୁ କରାଯାଇଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟରେ ଦଳ ୧୪୭ ସିଟ୍ ମଧ୍ୟରୁ ୪୯ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା କରାଯାଇଥିବା ୪୯ ଆସନ ମଧ୍ୟରୁ ଦଳ ୨ ଆସନ ବିରୋଧି ଇଣ୍ଡିଆ ମେଣ୍ଟର ସହଯୋଗୀ  ଜେଏମ୍‍ଏମ୍‍-ସିପିଏମ୍‍ ଲାଗି ଛାଡ଼ିଛି। ସେହିପରି ରାଜ୍ୟର ୨୧ ଲୋକସଭା ସିଟ୍ ମଧ୍ୟରୁ କୌଣସି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ। ୨୦୨୪ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ସମ୍ପର୍କରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି।

କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ମେଣ୍ଚ ପକ୍ଷରୁ ଜେଏମ୍‍ଏମ୍‍ ବୀରମିତ୍ରପୁର ଏବଂ ସିପିଏମ ବଣାଇ ଆସନରେ ପ୍ରାର୍ଥୀ ଦେବ। ଦଳ ଗତ ୨୦୨୯ ନିର୍ବାଚନରେ ବିଜୟୀ ହୋଇଥିବା ରାଜଗାଙ୍ଗପୁର (ଏସଟି) ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସାନେଖମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ମୋହନା (ଏସଟି) ବିଧାୟକ ଦାଶରଥି ଗମାଙ୍ଗୋ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପୁନର୍ବାର ଟିକେଟ ଦେଇଛି। ସେହିପରି ବଲାଙ୍ଗୀର ଆସନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏବଂ ଦଳର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ଆସନରୁ ପ୍ରାର୍ଥୀ କରିଛି।

ଜାଣନ୍ତୁ କେଉଁ ଆସନରୁ କିଏ ହେଲେ କଂଗ୍ରେସ ପ୍ରାର୍ଥୀ?
୧. ପଦମପୁର-ଟଙ୍କଧର ସାହୁ
୨.ବିଜେପୁର-କିଶୋର ଦଫାଦାର 
୩.ବରଗଡ଼-ନିପନ କୁମାର ଦାସ
୪.ଭଟଲି-ବ୍ରହ୍ମା ମହାକୁଡ଼
୫.ବ୍ରଜରାଜନଗର-କିଶୋର ପଟେଲ
୬.ତଳସରା(ଏସଟ)-ପ୍ରବୋଧ ତିର୍କି
୭. ସୁନ୍ଦରଗଡଡ-ସୁଧାରାଣୀ ରାଉଡ଼ିଆ
୮.ବିରମିତ୍ରପୁର-ଜେଏମଏମ ପାଇଁ ଆସନ ଛାଡି଼ଛି କଂଗ୍ରେସ
୯.ରଘୁନାଥପାଲ୍ଲୀ-ଗୋପାଳ ଦାସ
୧୦.ରାଉରକେଲା-ବିରେନ୍ଦ୍ର ନାଥ ପାଠକ 
୧୧.ରାଜଗାଙ୍ଗପୁର (ଏସଟି)- ଡକ୍ଟର ସିଏସ ରାଜେନ ଏକ୍କା
୧୨.ବଣାଇ-ସିପିଏମ ପାଇଁ ଆସନ ଛାଡି଼ଛି କଂଗ୍ରେସ
୧୩.ଲୋଇସିଂଘା (ଏସସି)- ଓମ ପ୍ରକାଶ କୁମ୍ଭାର 
୧୪.ପାଟନାଗଡ଼-ଅନିଲ କୁମାର ମେହେର
୧୫.ବଲାଙ୍ଗୀର-ସମରେନ୍ଦ୍ର ମିଶ୍ର
୧୬.କଣ୍ଟାବାଞ୍ଜି-ସନ୍ତୋଷ ସିଂହ ସାଲୁଜା
୧୭.ନୂଆପଡ଼ା-ଶରତ ପଟ୍ଟନାୟକ
୧୮.ଉମରକୋଟ (ଏସଟି)-ସନରାଜ ଗୋଣ୍ଡ
୧୯.ଝରିଗ୍ରାମ (ଏସଟି)-ହାରାବତୀ ଗୋଣ୍ଡ 
୨୦.ନବରଙ୍ଗପୁର (ଏସଟି)-ଦିଲିପ ପଧାନୀ
୨୧.ଡାବୁଗାଁ (ଏସଟି)-ଡକ୍ଟର ଲିପିକା ମାଝୀ
୨୨.ଲାଞ୍ଜିଗଡ଼ (ଏସଟି)-ବଳଭଦ୍ର ମାଝୀ
୨୩.ଜୁନାଗଡ଼ (ଏସଟି)-ତୁଲେଶ୍ୱର ନାଏକ
୨୪.ଧର୍ମଗଡ଼-ରଶ୍ମିରେଖା ରାଉତ
୨୫.ଭବାନୀପାଟଣା (ଏସସି)- ସାଗର ଚରଣ ଦାସ
୨୬.ନର୍ଲା-ଭକ୍ତ ଚରଣ ଦାସ
୨୭.ବାଲିଗୁଡ଼ା (ଏସଟି)-ସୁରଡ଼ା ପ୍ରଧାନ
୨୮.ଜି.ଉଦୟଗିରି (ଏସଟି)-ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ
୨୯.ଫୁଲବାଣୀ-ପ୍ରତିଭା କହଁର
୩୦.କଣ୍ଟମାଳ-ମନୋଜ କୁମାର ଆଚାର୍ଯ୍ୟ
୩୧.ବୌଦ୍ଧ-ନବ କୁମାର ମିଶ୍ର 
୩୨.ଭଞ୍ଜନଗର-ପ୍ରଶାନ୍ତ କୁମାର ବିଷୋୟୀ
୩୩.ପୋଲସରା-ଅଗସ୍ତି ବରଡ଼ା
୩୪.କବିସୂର୍ଯ୍ୟନଗର-ଚିରଞ୍ଜିବ ବିଷୋୟୀ
୩୫.ସୋରଡ଼ା-ହରିକ୍ରୀଷ୍ଣ ରଥ
୩୬.ସାନେଖମୁଣ୍ଡି-ରମେଶ ଚନ୍ଦ୍ର ଜେନା
୩୭.ଚିକିଟି-ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରାୟ
୩୮.ମୋହନା (ଏସଟି)-ଦାଶରଥି ଗମାଙ୍ଗୋ
୩୯.ପାରଳାଖେମୁଣ୍ଡି-ବିଜୟ ପଟ୍ଟନାୟକ
୪୦.ଗୁଣପୁର (ଏସଟି)-ସତ୍ୟଜିତ ଗମାଙ୍ଗୋ
୪୧.ବିଷମ କଟକ (ଏସଟି)- ନୀଳମାଧବ ହିକକା
୪୨.ରାୟଗଡ଼ା (ଏସଟି)-କାଡ୍ରାକା ଆଲାପାସ୍ୱାମୀ
୪୩.ଲକ୍ଷ୍ମପୁର (ଏସଟି)-ପବିତ୍ର ସାଉଁଟା
୪୪.କୋଟପାଡ଼ (ଏସଟି)-ଅନାମ ଦିଆନ
୪୫.ଜୟପୁର-ତାରା ପ୍ରସାଦ ବାହିନୀପତି
୪୬.କୋରାପୁଟ (ଏସସି)-କୃଷ୍ଣ ଚନ୍ଦ୍ର କୁଳଦୀପ
୪୭.ପଟ୍ଟାଙ୍ଗୀ (ଏସଟି)- ରାମଚନ୍ଦ୍ର କାଡା଼ମ
୪୮.ମାଲକାନଗିରି (ଏସଟି)-ମାଲା ମାଢି
୪୯.ଚିତ୍ରକୋଣ୍ଡା (ଏସଟି)- ମଙ୍ଗୁ ଖିଲ

 

 

 

 

 

 

 

 

 

 

 

 

Read More
{}{}