Hindi News >>Home >>Odisha Politics

Gujarat Politics: ଅରବିନ୍ଦ କେଜ୍ରିୱାଲଙ୍କୁ ଜୋରଦାର ଝଟକା ଦେଲେ ଅଟୋ ଚାଳକ

Vikram Dantani on Arvind Kejriwal: ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ପ୍ରଶଂସକ ଏବଂ ବିଜେପି ଭୋଟର। ମୁଁ  ଆମ ଆଦମୀ ପାର୍ଟି କର୍ମକର୍ତ୍ତା ନୁହେଁ।

Advertisement
Gujarat Politics: ଅରବିନ୍ଦ କେଜ୍ରିୱାଲଙ୍କୁ ଜୋରଦାର ଝଟକା ଦେଲେ ଅଟୋ ଚାଳକ
Stop
Subhramjit Ray|Updated: Sep 30, 2022, 06:24 PM IST

AAP Leader Arvind Kejriwal: ଚଳିତ ବର୍ଷ ଶେଷ  ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଦଳ ଲାଗି ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର କରୁଛନ୍ତି ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ। ହେଲେ ଆପ ସଂଯୋଜକଙ୍କୁ ଲାଗିଛି ଜୋରଦାର ଝଟକା। ବର୍ତ୍ତମାନ ସେ ଯେଉଁ ଅଟୋ ଡ୍ରାଇଭରଙ୍କ ଘରେ ଭୋଜନ କରିଥିଲେ ସେ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥକ ବୋଲି କହୁଛନ୍ତି। ଅଟୋ ଚାଳକ ବିକ୍ରମ ଦନ୍ତାଣୀଙ୍କୁ ଅହମ୍ମଦାବାଦ ଠାରେ ଆୟୋଜିତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ସାଧାରଣ ସଭାରେ ବିଜେପି ଟୋପି ପିନ୍ଧିଥିବାରୁ ଦେଖିବାକୁ ମିଳିଛି।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଗୁଜୁରାଟ (Gujarat) ଅହମ୍ମଦବାଦ (Ahmedabad) ଅଞ୍ଚଳର ଅଟୋ ଚାଳକ ବିକ୍ରମ ଦନ୍ତାଣୀ (Auto Driver Vikram Dantani) କହିଛନ୍ତି ଯେ ସେ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସକ (Fan of PM Modi) ଅଛନ୍ତି ଏବଂ ବିଜେପିକୁ ଭୋଟ୍ (BJP Voter) ଦେଉଛନ୍ତି। ଆପ ସଂଯୋଜକଙ୍କୁ (AAP Convenor) ଭୋଜନ କରିବା ଲାଗି ନିଜ ଘରକୁ ନିମନ୍ତ୍ରଣ କରିବା ପ୍ରଶ୍ନର ଉତ୍ତର ରଖି ବିକ୍ରମ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) ଆମନ୍ତ୍ରଣ କରିବାକୁ ମୋତେ ଅଟୋ ସଂଘ (Auto Union) ସହ ଜଡ଼ିତ ଲୋକ ମୋତେ କହିଥିଲେ। ତେଣୁ ମୁଁ ତାଙ୍କୁ ଘରେ ରାତ୍ରୀ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲି। ଯେତେବେଳେ ସେ ମୋ ନିମନ୍ତ୍ରଣ ଗ୍ରହଣ କଲେ, ତେଣୁ ତାଙ୍କୁ ମୋତେ ଆମ ଘରକୁ ଆଣିବାକୁ ପଡ଼ିଲା। ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥକ ଏବଂ ତାଙ୍କ ଦ୍ୱାରା ପ୍ରଭାବିତ। ମୁଁ ଆମ ଆଦମୀ ପାର୍ଟି (Aam Aadmi Party) କର୍ମକର୍ତ୍ତା (AAP Worker) ନୁହେଁ। 

ନିକଟରେ ଗୁଜୁରାଟ ଗସ୍ତରେ ଆସିବା ଅବସରରେ ଆମ ଆଦମୀ ପାର୍ଟି ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅଟୋ ଚାଳକ ବିକ୍ରମ ଦନ୍ତାଣୀଙ୍କୁ ଘରକୁ ଯାଇ ଭୋଜନ କରିଥିଲେ। ହେଲେ ସେତେବେଳେ ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ଅଟୋ ରିକ୍ସା ଯୋଗେ ଯାତ୍ରା କରିବା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ସହ ଜଡିତ ପ୍ରୋଟୋକଲ କୁ ନେଇ କିଛି ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜୁରାଟ ଗସ୍ତରେ ସ୍ଥାନୀୟ ପୋଲିସ ସାଙ୍ଗରେ ନେବାକୁ ପ୍ରସ୍ତୁତ ନଥିଲେ। ଏପରିକି ପୋଲିସ ତାଙ୍କୁ ଅଟୋ ଯୋଗେ ତାଙ୍କୁ ଚାଳକ ଦନ୍ତାଣୀଙ୍କ ଘରକୁ  ଯିବାକୁ ମନା କରି ଦେଇଥିଲେ।

Also Read: Delhi Politics: ପ୍ରଶ୍ନ ଶୁଣି ପଳାୟନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କାରଣ

ଅଟୋ ଚାଳକ ବିକ୍ରମ ଦନ୍ତାଣୀଙ୍କ ଘରେ  ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଖାଦ୍ୟ ଖାଉଥିବାର ଫଟୋ ସୋସିଆଲ ମିଡିଆ ଜରିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ହେଲେ ବର୍ତ୍ତମାନ ଅଟୋ ଚାଳକ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ କହିବା ପରେ ଆପ୍  ବ୍ୟାକଫୁଟ କୁ ଆସିଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ପୂର୍ବତନ ଆପ ନେତା କୁମାର ବିଶ୍ୱାସ (Kumar Vishwas) ଟ୍ୱିଟ୍ କରି ଦଳକୁ କଟାକ୍ଷ କରିଛନ୍ତି। 

Read More
{}{}