Hindi News >>Home >>Odisha Politics

Hema Malini at Bhubaneswar: କମ୍‍ ଭୋଟ ଚିନ୍ତାର କାରଣ, ଆପଣମାନେ ଖରାକୁ ନଡରି ଭୋଟ୍‍ ଦିଅନ୍ତୁ: ହେମାମାଳିନୀ

ବହୁତଥର ଭୁବନେଶ୍ୱର ଆସିଛି। ଖାଲି ନିର୍ବାଚନ ନୁହେଁ, ଏହାର କଳା ସଂସ୍କୃତି ସହ ପରିଚିତ ଓ ପ୍ରଭାବିତ। କେଳୁ ଚରଣ ମହାପାତ୍ର ମୋର ଗୁରୁଜୀ। ତାଙ୍କ ପରିବାର ସହ ଭଲ ସମ୍ପର୍କ ରହିଛି। ଏଠାରେ ମୁଁ ମୋ ଝିଅମାନଙ୍କ ସହ ମଧ୍ୟ ଶୋ’ କରିଛି। ହେଲେ ଏଥରର ଗସ୍ତ କିଛି ଅଲଗା’।

Advertisement
Hema Malini at Bhubaneswar: କମ୍‍ ଭୋଟ ଚିନ୍ତାର କାରଣ, ଆପଣମାନେ ଖରାକୁ ନଡରି ଭୋଟ୍‍ ଦିଅନ୍ତୁ: ହେମାମାଳିନୀ
Stop
Prabhudatta Moharana|Updated: May 17, 2024, 02:04 PM IST

Hema Malini at Bhubaneswar: ଭୁବନେଶ୍ୱର: ମଥୁରାରୁ ଦୁଇଥର ସାଂସଦ ହୋଇ ତୃତୀୟଥର ପାଇଁ ଲଢ଼ୁଥିବା ହେମାମାଳିନୀ କମ୍‍ ଭୋଟିଂକୁ ଚିନ୍ତାର କାରଣ କହିଛନ୍ତି। ଏଣୁ ଭୋଟ୍‍ ଦେବାକୁ ସେ ସମସ୍ତ ନାଗରିକଙ୍କୁ ଆହ୍ୱାନ କରିଛନ୍ତି। ଓଡ଼ିଶାରେ ୭୫ ପ୍ରତିଶତରୁ କମ୍‍ ଭୋଟ ଯେମିତି ନହେବ ସେଥିପ୍ରତି ଯତ୍ନବାନ ହେବାକୁ ସେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ କହିଛନ୍ତି। 

ଆଜି ସାଲିଆ ସାହିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଡ୍ରିମ୍‍ ଗର୍ଲ ଭାବେ ପରିଚିତ ହେମା ମାଳିନୀ କହିଛନ୍ତି, ବହୁତଥର ଭୁବନେଶ୍ୱର ଆସିଛି। ଖାଲି ନିର୍ବାଚନ ନୁହେଁ, ଏହାର କଳା ସଂସ୍କୃତି ସହ ପରିଚିତ ଓ ପ୍ରଭାବିତ। କେଳୁ ଚରଣ ମହାପାତ୍ର ମୋର ଗୁରୁଜୀ। ତାଙ୍କ ପରିବାର ସହ ଭଲ ସମ୍ପର୍କ ରହିଛି। ଏଠାରେ ମୁଁ ମୋ ଝିଅମାନଙ୍କ ସହ ମଧ୍ୟ ଶୋ’ କରିଛି। ହେଲେ ଏଥରର ଗସ୍ତ କିଛି ଅଲଗା’।

ଯେତେବେଳେ ଜଶସ୍ବୀ ସାଂସଦ ତଥା ପ୍ରତ୍ୟାଶୀ ଅପରାଜିତା ଷଡ଼ଙ୍ଗୀ ମୋତେ ଭୁବନେଶ୍ୱରରେ ପ୍ରଚାର ପାଇଁ ଆସିବାକୁ କହିଲେ ତାଙ୍କ ଅନୁରୋଧକୁ ମୁଁ ଟଳି ପାରିଲି ନାହିଁ। ସେଥିଲାଗି ଏଠାକୁ ଆସିଛି। ବିଧାୟକ ପ୍ରାର୍ଥୀ ଭାବେ ଏଠାରେ ଉପସ୍ଥିତ ଅଛନ୍ତି ପ୍ରିୟଦର୍ଶୀ  ମିଶ୍ର। ଆପଣ ଦୁଇଟିଯାକ ବଟନରେ ଭୋଟ ଦେଲେ ଓଡ଼ିଶାରେ ଡବଲ ଇଞ୍ଜିନ୍‍ ସରକାର ହେବ ବୋଲି ସେ କହିଛନ୍ତି। 

ଆପଣଙ୍କ ଜୀବନଯାପନରେ ସୁଧାର ପାଇଁ ଅପରାଜିତା ଅନେକ ପ୍ରୟାସ କରୁଛନ୍ତି। ସେ ଆପଣଙ୍କ ସମସ୍ୟା ଜାଣିଛନ୍ତ। ସେ ଆପଣଙ୍କ ସହ ରହିଲେ ଆପଣଙ୍କ ବିକାଶ ହେବ। ଏଠାର ବିଜେପି ସୁଭଦ୍ରା ଯୋଜଣା ଅଣାଯାଇଛି। ମହିଳାଙ୍କୁ ଆତ୍ମ ନିର୍ଭର କରିବା ପାଇଁ ଏହାର ଗୁରୁତ୍ୱ ବହୁତ ରହିଛି। 

ଅନେକ ବର୍ଷ ହେଲା ଓଡ଼ିଶା ସହ ସମ୍ପର୍କରେ ମୁଁ ଦେଖିଛି କଂଗ୍ରେସ ସରକାର ଓ ପରେ ବିଜେଡି ସରକାର।  କିନ୍ତୁ ଏହି ଲମ୍ବା ଶାସନରେ ଏଠାରେ ଭ୍ରଷ୍ଟାଚାର ବଢ଼ିଛି। ବେକାରୀ ବଢ଼ିଛି। ଏତେ ସୁନ୍ଦର ପ୍ରାକୃତିକ ପରିବେଶ କିନ୍ତୁ ଏଠାରେ ପର୍ଯ୍ୟଟନକୁ ଧ୍ୟାନ ଦିଆଯାଇ ନାହିଁ। ୨୪ ବର୍ଷ ହେଲା ସେମାନେ ଗୋଟିଏ କାମରେ ଲାଗି ରହିଛନ୍ତି। ପୂରା ଦେଶରେ ମୋଦୀ ଅନେକ ପ୍ରୟାସ କରୁଛନ୍ତି। ପୂରା ଦେଶରେ ଏମିତି କାମ ହେଉଛି ଯାହାକୁ ଦେଖି ବିଶ୍ୱ ହତଚକିତ। ମୋଦୀଙ୍କ ସମସ୍ତ ଯୋଜନା ଗରିବ, ମହିଳା, ଆଦିବାସୀଙ୍କୁ ଦେବା ପାଇଁ ପ୍ରଯୁଜ୍ୟ। କିନ୍ତୁ ମୋତେ ଦୁଖ ଯେ ଏସବୁ ଆପଣଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ମୋତେ ଏଠାରେ ବିକାଶ ନଜରକୁ ଆସୁ ନାହିଁ। ଓଡ଼ିଶାରେ ଓ ଦେଶରେ ବିଜେପି ସରକାର ହେଲେ ଅନେକ ବିକାଶ ହେବ। ଏଣୁ ଭୋଟ୍‍ ଦେବା ଲାଗି ଉତ୍ସାହିତ କରିଥିଲେ। 

୨୫ ତାରିଖକୁ ଭୋଟିଂ ରହିଛି। ଘରେ ବସନ୍ତୁ ନାହିଁ। ମଥୁରାରେ ମଧ୍ୟ କମ୍‍ ଭୋଟିଂ ହୋଇଥିଲ। କିନ୍ତୁ ସେଠାରେ କମ୍‍ ଭୋଟିଂ ହୋଇଥିଲା। ଏଣୁ ଆମେ ଟିକେ ଚିନ୍ତିତ। ଏଣୁ ଆପଣ ଘରେ ନ ବସି ଭୋଟ ଦେବାକୁ ଯାଆନ୍ତୁ େବାଲି କହିଥିଲେ ହେମା ମାଳିନୀ।

{}{}