Hindi News >>Home >>Odisha Politics

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପଡ଼ିଲା ୬୯.୧୯ % ଭୋଟ୍‍

ସବୁଠାରୁ ଅଧିକ ମତଦାନ ସୋନପୁରଠାରେ ରେକର୍ଡ କରାଯାଇଛି। ଏଠାରେ ହାରାହାରି ୮୧.୨୩% ଭୋଟିଂ ହୋଇଥିବା ବେଳେ ଭଟଲିରେ ୭୯.୨୩%, ଝାରସୁଗୁଡ଼ାରେ ୭୮.୫%, ବୀରମହାରାଜପୁରରେ ୭୮.୩୭%, ପଦମପୁରରେ ୭୫୧.୨%, ବବ୍ରଜରାଜ ନଗରରେ ୭୫.୦୨% ମତଦାନ ହୋଇଛି। 

Advertisement
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପଡ଼ିଲା ୬୯.୧୯ % ଭୋଟ୍‍
Stop
Soubhagya Ranjan Mishra|Updated: May 21, 2024, 02:47 PM IST

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପକ୍ଷାକୃତ କମ୍‍ ମତଦାନ ହୋଇଛି।  ନିର୍ବାଚନ କମିଶନଙ୍କ ସର୍ବଶେଷ ତଥ୍ୟାନୁସାରେ ରାଜ୍ୟରେ ହାରାହାରି ୬୯.୧୯% ଭୋଟିଂ ବା ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ସମୁଦାୟ ୩୫ଟି ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ କରାଯାଇଥିଲା । ସବୁଠାରୁ ଅଧିକ ମତଦାନ ସୋନପୁରଠାରେ ରେକର୍ଡ କରାଯାଇଛି। ଏଠାରେ ହାରାହାରି ୮୧.୨୩% ଭୋଟିଂ ହୋଇଥିବା ବେଳେ ଭଟଲିରେ ୭୯.୨୩%, ଝାରସୁଗୁଡ଼ାରେ ୭୮.୫%, ବୀରମହାରାଜପୁରରେ ୭୮.୩୭%, ପଦମପୁରରେ ୭୫୧.୨%, ବବ୍ରଜରାଜ ନଗରରେ ୭୫.୦୨% ମତଦାନ ହୋଇଛି। 

ଉଭୟ ଲୋକସଭା ଏବଂ ରାଜ୍ୟ ସଭା ପାଇଁ ରାଜ୍ୟରେ ଗତକାଲି ଦ୍‍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଥିଲା। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା। କିନ୍ତୁ କିଛି ସ୍ଥାନରେ ଭୋଟରଙ୍କ ଲମ୍ବା ଧାଡ଼ି ଯୋଗୁ ଭୋଟିଂ ସମୟ ବିଳମ୍ବିତ ସନ୍ଧ୍ୟା ଯାଏ ଚାଲିଥିଲା। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ସିଲ୍‍ ହୋଇଥିବା ଇଭିଏମ୍‍ରେ ପଡ଼ିଥିବା ଭୋଟ୍ ସଂଖ୍ୟାକୁ ବିଚାର କରି ହାରାହାରି ମତଦାନ ସଂଖ୍ୟା ପ୍ରକାଶ କରାଯାଇଛି।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟର ହ୍ୟାଣ୍ଡଲରେ ଏହି ବିଷୟକୁ ଉଲ୍ଲେଖ କରାଯାଇଛି। ରାଜ୍ୟ ୧୧ଟା ସୁଦ୍ଧା ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ରାଜ୍ୟର ୩୫ଟି ଯାକ ବିଧାନସଭା ମଣ୍ଡଳୀରେ ମତଦାନ କିପରି ଥିଲା ତାହା ସ୍ପଷ୍ଟ ହୋଇଛି।

ଏହି ତଥ୍ୟ ଅନୁସାରେ ସବୁଠାରୁ କମ୍‍ ମତଦାନ ହିଞ୍ଜିଳିରେ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ସମୁଦାୟ ମତଦାନ ୫୮.୨୧% ରହିଛି। ହିଞ୍ଜିଳି ସମେତ ଆସ୍କା, କବିସୂର୍ଯ୍ୟ ନଗର ଏପରି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୬୦ ପ୍ରତିଶତ ତଳକୁ ରହିଛି।

ସେହିପରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୬୭.୯୬ ପ୍ରତିଶତ ଭୋଟ୍‍ ରେକର୍ଡ କରାଯାଇଛି। 
ସୁନ୍ଦରଗଡ଼, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର,ଲୁଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ବଲାଙ୍ଗୀର, ଟିଟିଲାଗଡ, ବାଲିଗୁଡ଼ା, ଜି ଉଦୟଗିରି, ଭଞ୍ଜନଗର, ପାଲସରା, ଖଲିକୋଟ, ସୋରଡ଼ା, ସାନଖେମୁଣ୍ଡିରେ ଭୋଟହାର ୬୦ରୁ ୭୦ ପ୍ରତିଶତ ଭିତରେ ରହିଛି। କେବଳ ସୋନପୁରରେ ମତଦାନ ହାର ୮୦ ପ୍ରତିଶତ ଉପରେ ରହିଥିବା ବେଳେ ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ୮୦ ପ୍ରତିଶତ ବା ତାଠୁ ଅଧିକ େଭାଟ ହୋଇ ନାହିଁ।

Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର

Read More
{}{}