PHOTOS

Holi 2023: କାହିଁକି ପାଳନ କରାଯାଏ ହୋଲି ପର୍ବ, ଜାଣନ୍ତୁ କ’ଣ ରହିଛି ଏହାର ପୌରାଣିକ ମାହାତ୍ମ୍ୟ?

Holi 2023: ରଙ୍ଗର ପର୍ବ ହୋଲି (Holi)। ଦିନ କେଇଟା ପରେ ଏହି ପର୍ବ ପାଳନ କରାଯିବ । ହୋଲି ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ । ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏହି ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏହି ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏହି ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।

Advertisement
1/5

ହୋଲି ପର୍ବ ପାଳନ କରିବାର ମାନ୍ୟତା ହେଉଛି ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦଙ୍କ ଦ୍ବାରା ରାକ୍ଷସ ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାଙ୍କର ବଧ କରିଥିଲେ। ହିରଣ୍ୟକଶ୍ୟପ ଜଣେ ରାକ୍ଷସ ଥିଲେ , ଯାହାର ପୁତ୍ରଙ୍କ ନାମ ଥିଲା ପ୍ରହଲ୍ଲାଦ। ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ କିନ୍ତୁ ରାକ୍ଷସ ହିରଣ୍ୟକଶ୍ୟପ ଭଗବାନ ବିଷ୍ଣୁଙ୍କର ଘୋର ବିରୋଧୀ ଥିଲେ। 

 

2/5

ତାଙ୍କ ରାଜ୍ୟରେ କିଏ ବି ଭଗବାନ ବିଷ୍ଣୁଙ୍କ ପୂଜା କରିବା ପାଇଁ ସେ ଚାହୁଁନଥିଲେ। କିନ୍ତୁ ପ୍ରହଲ୍ଲାଦ ଦିନ-ରାତି ଭଗବାନ ବିଷ୍ଣୁଙ୍କ ପୂଜା କରୁଥିଲେ, ଯାହା ଫଳରେ ପିତା ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହଲ୍ଲାଦଙ୍କୁ ମାରିବା ପାଇଁ କେତେଥର ପ୍ରୟାସ କରିଥିଲେ, ମାତ୍ର ବାରମ୍ବାର ଏହି ପ୍ରୟାସରେ ଅସଫଳ ହୋଇଯାଉଥିଲେ। ସେହି ସମୟରେ ହିରଣ୍ୟକଶ୍ୟପ ଭକ୍ତ ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ନିଜ ଭଉଣୀ ହୋଲିକାଙ୍କୁ ତାଙ୍କ ପାଖକୁ ପଠାଇଥିଲେ।

 

3/5

ଅନ୍ୟ ଏକ ମତ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା ପୁତନା ନାମକ ରାକ୍ଷସୀର ବଧ ହେବା ପରେ ବ୍ରଜବାସୀମାନେ ଖୁସିରେ ନିଜ ମଧ୍ୟରେ ରଙ୍ଗ ଖେଳିଥିଲେ। 

 

4/5

ସେହିପରି ଭାରତରେ ହୋଲି ପାଳନର ଆଉ ଏକ ପୌରାଣିକ କାରଣ ମଧ୍ୟ ରହିଛି । ଭଗବାନ ଶିବଙ୍କ ସହ ମଧ୍ୟ ହୋଲି ପରମ୍ପରା ଜଡ଼ିତ ରହିଛି। ଫଗୁଣ ମାସର ପୂର୍ଣ୍ନିମା ଦିନ ଭଗବାନ ଶିବ ବାଇଗଣୀ ରଙ୍ଗ ଲଗାଇ ଗୀତ ଗାଇ ନୃତ୍ୟ କରିଥାନ୍ତି। 

5/5

ସେହିପରି, ମୋଗଲ ମାନଙ୍କ ସମୟରେ ମଧ୍ୟ ଭାରତରେ ହୋଲି ପର୍ବ ପାଳନ କରାଯାଉଥିଲା। ଇତିହାସରେ ବାଦଶାହା ଆକବର ଯୋଦ୍ଧାବାଇଙ୍କ ସହିତ ହୋଲି ଖେଳିବାର ଉଲ୍ଲେଖ ରହିଛି। ମୋଗଲ ସମୟରେ ଏହାକୁ ଇଦ୍-ଇ-ଗୁଲାବୀ କୁହାଯାଉଥିଲା। ସେହି ସମୟରୁ ଲୋକମାନେ ପରସ୍ପରଙ୍କ ମଧ୍ୟରେ ରଙ୍ଗ ଫୋପାଡ଼ି ହୋଲି ପର୍ବ ପାଳନ କରିଥାନ୍ତି।





Read More