PHOTOS

Today Horoscope: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ ୨୪ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକ
Advertisement
1/12

Horoscope ମେଷ: ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରିବେ। ଦେହ ଓ ମନ ସୁସ୍ଥ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦରେ କଟିବ। ବ୍ୟବସାୟରେ ଅଗ୍ରଗତି ହେବ।  

2/12

ବୃଷ: ମନ ପ୍ରଫୁଲ୍ଲ ରହିବ। କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ। ଅର୍ଥ ଆଗମନର ସୂଚନା ମିଳୁଛି। ଗୃହ ଉପକରଣ ଭଳି ସାମଗ୍ରୀ କ୍ରୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  

3/12

ମିଥୁନ: ଦେହ ପୀଡାରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିବେ। ପୂଜା ସେବା ପାଇଁ ମନ ବଳିବ। କର୍ମ କ୍ଷେତ୍ର ସହଜ ସରଳ ହେବ। ଆୟ ବ୍ୟୟ ସମାନ ରହିବ। ରାଜନୈତିକ ବ୍ୟକ୍ତି ବିଶେଷ ସଭାସିମିତିରେ ଯୋଗ ଦେଇ ଜନତାଙ୍କ ଆଦର ଅଭ୍ୟର୍ଥନା ଲାଭ କରିବେ।  

4/12

କର୍କଟ: ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ। ଆୟ ଉତ୍ତମ ହେବ। ପାରିବାରିକ ସୁଖଶାନ୍ତି ଲାଭ କରିବେ।  

5/12

ସିଂହ: ଦେହ ଓ ମନ ଭଲ ରହିବ। କର୍ତ୍ତବ୍ୟ ପରାୟଣ ହେବେ। ଦାୟିତ୍ୱର ସହ କର୍ମ ସମ୍ପାଦନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ ଆପଣଙ୍କୁ ଫାଇଦା ଦେବ।  

6/12

କନ୍ୟା: ଶରୀର ଆରୋଗ୍ୟ ରହିବ। ଦୃଢ ମନ ନେଇ କାର୍ଯ୍ୟ କରିବେ। ଆୟ ଓ ବ୍ୟୟ ସମାନ ରହିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତ ହେବ। ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ମିଳିବ।  

7/12

ତୁଳା: ଉଦର ପୀଡା କିମ୍ବା ଶିରପୀଡା ଭଳି ଶାରୀରିକ ସମସ୍ୟା ଦେଖାଦେବ। କର୍ମ କ୍ଷେତ୍ରରେ ହତୋତ୍ସାହିତ ହେବେ। ଦାମ୍ପତ୍ୟ ଜୀବନରେ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ।

8/12

ବିଛା: କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ। ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ। ଖର୍ଚ୍ଚ ସାମାନ୍ୟ ବୃଦ୍ଧି ପାଇବ।  

9/12

ଧନୁ: ବ୍ୟସ୍ତତା ମଧ୍ୟେ ଦିନ କଟିବ। କୌଣସି ଦୁଃସମ୍ବାଦ ପାଇ ବିଚଳିତ ହେବେ। ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। କଥାବାର୍ତ୍ତାରେ ସଂଯମତା ରଖି ଚଳନ୍ତୁ।  

10/12

ମକର: କର୍ମ ତତ୍ପରତା ପ୍ରକାଶ ପାଇବ। କର୍ମ କ୍ଷେତ୍ର ଉତ୍ସାହ ପ୍ରଦ ରହିବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ। ଦୂରଯାତ୍ରା କରିପାରନ୍ତି। ପାରିବାରିକ ଜୀବନ ମଧୁରମୟ ହେବ।  

11/12

କୁମ୍ଭ: ମନ ଉଦାସ ରହିବ। କାର୍ଯ୍ୟ ସଂପାଦନରେ ବିଳମ୍ବ ହେବ। ଆୟ ବାଧା ପ୍ରାପ୍ତ ହେବ। ପାରିବାରିକ ଜୀବନ ଅଶାନ୍ତରେ କଟିବ। ବ୍ୟବସାୟରେ ସ୍ୱଳ୍ପ ଲାଭ  ହେଖାଦେବ। 

12/12

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପ୍ରାପ୍ତ କରିବେ। ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାହାରିକୁ ଧାର କରଜ ଦିଅନ୍ତୁ ନାହିଁ। ଅଚିହ୍ନା ଅପରିଚିତଙ୍କ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ହେବ।





Read More