PHOTOS

Today Horoscope: ଏହିସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 8 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୮ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

Advertisement
1/12

ମେଷ: ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ। ସେବା ପୂଜାରେ ମନ ନିବେଶ କରିବେ। ଶରୀର ଓ ମନ ସୁସ୍ଥ ରହିବ। କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଆୟ ଓ ବ୍ୟୟ ସମାନ ରହିବ। ବ୍ୟବସାୟ ଲାଭ ଯୁକ୍ତ ହେବ।

Also Read:  Guru Gochar 2024: ୨୦ ଅଗଷ୍ଟରୁ ବୃହସ୍ପତି ବଦଳାଇବେ ଏହିସବୁ ରାଶିର ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ...

Also Read:  Shani Shukra Yuti 2024: ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସହ...

2/12

ବୃଷ:  ଦିନଟିରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ମନ ପ୍ରସନ୍ନ ରହିବ। କର୍ମ କ୍ଷେତ୍ର ଉତ୍ସାହପ୍ରଦ ହେବ। ନୂତନ ଜମି କିମ୍ବା ଗୃହ କ୍ରୟ ନିମିତ୍ତ ଯୋଜନା କରିବେ। ସନ୍ତାନଙ୍କ କୃତ୍ତିତ୍ୱରେ ଆତ୍ମସନ୍ତୋଷ ଲାଭ କରିବେ। ନବ ଦମ୍ପତିଙ୍କ ପାଇଁ ଦିନଟି ବେଶ୍ ଆମୋଦଦାୟକ ହେବ। ବ୍ୟବସାୟ ଆଶାନୁରୂପକ ହେବ।

 

3/12

ମିଥୁନ: କର୍ତ୍ତବ୍ୟ ନିଷ୍ଠ ହେବେ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ। ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ। ଦୂରଯାତ୍ରା ସଫଳ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ଜନତାଙ୍କ ଆଦର ପାଇବେ।

 

4/12

କର୍କଟ: ମାନସିକ ଅବସାଦ ଦେଖାଦେବ। ଚିନ୍ତାଗ୍ରସ୍ତ ରହିବେ। କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ। ସହକର୍ମୀଙ୍କ ସହ ମତଭେଦ ଦେଖାଦେବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ମନ ଦୁର୍ବଳ ରହିବ। ଆୟ ମଧ୍ୟମ ଧରଣର ହେବ। ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ।

 

5/12

ସିଂହ: ଦେହ ସୁସ୍ଥ ରହିବ। ମନ ପ୍ରସନ୍ନ ରହିବ। ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ। ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ। ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ। ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ। ଧନଲାଭର ଯୋଗ ମଧ୍ୟ ରହିଛି। 

 

6/12

କନ୍ୟା: ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି । କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ ।

 

7/12

ତୁଳା: ଶରୀର ଆରୋଗ୍ୟ ରହିବ। କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ। କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ। ଆୟ ଆଶାନୁରୂପକ ହେବ। ଗୃହକୁ ବିବାହ ପ୍ରସ୍ତାବ ଆଦି ଆସିପାରେ। ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ। ସାଂସାରିକ ଜୀବନ ସୁଖମୟ ହେବ। ବ୍ୟବସାୟ ଭଲ ହେବ।

 

8/12

ବିଛା: ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ  ରହିବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ । ଦୂରଯାତ୍ରା ସଫଳ ହେବ ।

 

9/12

ଧନୁ: କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ହସ ଖୁସିର ଲହରି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

10/12

ମକର: କର୍ମ ଚଞ୍ଚଳ ରହିବେ। ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜଲିସରେ ଦିନ କାଟିବେ। ଖର୍ଚ୍ଚ ବୃଦ୍ଧି ପାଇବ। ନୂତନ ଦ୍ରବ୍ୟ କିମ୍ବା ବସ୍ତ୍ର କ୍ରୟ କରିବେ। ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ। ବ୍ୟବସାୟରେ କାରବାର ବୃଦ୍ଧି ପାଇବ।

 

11/12

କୁମ୍ଭ: ସାମୟିକ ଶରୀର ପୀଡା ଭୋଗିବେ। କୌଣସି ବାଦ ବିବାଦରେ ଜଡିତ ହେବେ। ଧାର କରଜ ଆଦି କରିପାରନ୍ତି। ବ୍ୟବସାୟ ସ୍ୱଳ୍ପ ଲାଭ ଯୁକ୍ତ ହେବ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ବୃଥା ନିନ୍ଦା ଅପବାଦ ମିଳିପାରେ। ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ। ଅର୍ଥହାନି ହେବ।

 

12/12

ମୀନ: ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ ।





Read More