PHOTOS

Today Horoscope: ମେଷ ରାଶି ସହ ଅସୁବିଧାରେ ପଡ଼ିପାରନ୍ତି ଏହି ୩ ରାଶି! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ସୋମବାର

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Advertisement
1/12

ମେଷ ରାଶି: ପାଣିପାଗର ପ୍ରଭାବରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ। ପରିବାରରେ ଚାଲିଥିବା ଅସୁବିଧାର ସମାଧାନ ହେବ। ସକାଳେ ଗାଈକୁ ଖାଇବାକୁ ଦିଅନ୍ତୁ।

2/12

ବୃଷ ରାଶି: ଆପଣ ପରିବାର ସଦସ୍ୟଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି। ଭବିଷ୍ୟତ ପାଇଁ ବଡ଼ ପଦକ୍ଷେପ ନେବେ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ଗରିବ ଲୋକଙ୍କୁ କିଛି ଖାଦ୍ୟ ଓ ବସ୍ତ୍ର ଦାନ କରନ୍ତୁ।

3/12

ମିଥୁନ ରାଶି: ଆପଣ ଆର୍ଥିକ ପ୍ରସଙ୍ଗରେ ସଫଳତା ପାଇବେ। ବିବାଦକୁ ବୁଦ୍ଧିମାନ ଭାବରେ ସମାଧାନ କରିବେ। ଆପଣଙ୍କୁ କିଛି କାର୍ଯ୍ୟ ସମ୍ବନ୍ଧରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାର। ବିନା କାରଣରେ କାହା ସହିତ ଝଗଡ଼ା କରନ୍ତୁ ମାହିଁ। କର୍ମକ୍ଷେତ୍ରରେ ଆପଣଙ୍କର ସହକର୍ମୀ ଏବଂ ଅଧିକାରୀମାନଙ୍କ ସହିତ ସ୍ନେହପୂର୍ଣ୍ଣ ଭାବରେ କଥା ହୁଅନ୍ତୁ।

4/12

କର୍କଟ ରାଶି: ଆର୍ଥିକ ଚାପ ବଢ଼ିପାରେ। ସୃଜନଶୀଳ କାର୍ଯ୍ୟରେ ଏକ ପ୍ରଭାବଶାଳୀ ଉପସ୍ଥିତି ସୃଷ୍ଟି କରିବେ। ଆପଣଙ୍କ ସ୍ଥିତି ଏବଂ ପ୍ରତିଷ୍ଠା ବୃଦ୍ଧି କରିବାର ସମ୍ଭାବନା ଅଛି। ଯେକୌଣସି ପରିସ୍ଥିତିକୁ ସହଜରେ ସମାଧାନ କରିବେ। ଗରିବ ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ।

5/12

ସିଂହ ରାଶି: କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ ।

6/12

କନ୍ୟା ରାଶି: ନିଜ ଲୋକମାନଙ୍କ ସହଯୋଗରେ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସମର୍ଥ ହେବେ। ସାହିତ୍ୟ, ଚିତ୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ ।

7/12

ତୁଳା ରାଶି: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।

8/12

ବିଛା ରାଶି: କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ ରହିବ ନାହିଁ । ଆଶା କରୁଥିବା ଅର୍ଥ ପାଇବା ସହଜ ହେବ ନାହିଁ, ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିପାରନ୍ତି। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।

9/12

ଧନୁ ରାଶି: ଆଜି ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧୀତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରଣ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

10/12

ମକର ରାଶି: ପ୍ରଶ˚ସା ନେଇ ଯୋଗ ରହିଛି। ବାଣିଜ୍ୟ କାରବାର ବୃଦ୍ଧି ଲାଗି ଦିନଟି ଶୁଭ ଅଟେ । ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସ ଖୁସିରେ ସମୟ କଟିବ।

11/12

କୁମ୍ଭ ରାଶି : ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

12/12

ମୀନ ରାଶି: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତି ସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରୀ ମାମଲାରେ ଚିନ୍ତା ବଢ଼ିପାରେ ।





Read More