PHOTOS

ଏପରି ଏକ କମ୍ପାନୀ, ସରକାରୀ ସଂସ୍ଥା ନହେଲେ ବି ତାଠାରୁ କମ୍ ନୁହେଁ

କୁଶଳୀ ଏବଂ ଭବିଷ୍ୟତରେ କାମ କରିବା ପାଇଁ ଆସୁଥିବା ନବାଗତାଙ୍କୁ ପ୍ରସ୍ତୁତ କରିବା ଏହାର ରଣନୀତିର ଏକ ଅଂଶ ବୋଲି କମ୍ପାନୀ କହିଛି। ବର୍ତ୍ତମାନ କମ୍ପାନୀରେ ସମୁଦାୟ ୫୭ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି   
Advertisement
1/5

କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଦକ୍ଷତା ପ୍ରଦାନ କରିବା ପାଇଁ ଟାଟା ମୋଟର୍ସ ARAI (ଅଟୋମୋବାଇଲ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ), ବୋସ୍, ମ୍ୟାଥୱାର୍କସ୍, SAE ଏବଂ ଟାଟା ଟେକ୍ନୋଲୋଜି ପରି ଅନ୍ୟ ସଂସ୍ଥା ସହିତ ଟାଏଅପ୍ କରାଯାଇଛି ।

2/5

ଟାଟା ମୋଟର୍ସ ଉପାଧକ୍ଷ ସୀତାରାମ କାଳନ୍ଦୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ କାର୍ଯ୍ୟ କରୁଥିବା ଶିଳ୍ପରେ ଆଗକୁ ବଢିବା ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବା ପାଇଁ ଆମେ ନିରନ୍ତର ଚେଷ୍ଟା ଜାରି ରଖିଛୁ ।

3/5

ଆବଶ୍ୟକତା ଅନୁଯାୟୀ ଶିଳ୍ପର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଟେକ୍ନୋଲୋଜି ଏବଂ ବିଭିନ୍ନ ପ୍ରକାରର କୌଶଳ ସମ୍ପର୍କରେ ଅବଗତ କରାଇବା ପାଇଁ କମ୍ପାନୀ ଯୋଜନା କରିଛି। 

4/5

ସୀତାରାମଙ୍କ କହିବାନୁଯାୟୀ, କମ୍ପାନୀ ଏହାର ବିଭିନ୍ନ କାରଖାନା ପରିସରରେ ଥିବା ସ୍ୱାନୀୟ କୋଚିଂ ଇନଷ୍ଟିଚ୍ୟୁଟ ସହ ସହଭାଗିତା କରିଛି । ଯାହାଦ୍ୱାରା କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାରର କୌଶଳ ସମ୍ପର୍କରେ ଶିକ୍ଷାଦାନ କରାଯାଇପାରିବ । ଏଥିପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ତିଆରି କରାଯାଇଛି ।

5/5

କମ୍ପାନୀ ପକ୍ଷରୁ ଯେଉଁ ଶିକ୍ଷାନୁଷ୍ଠାନ ସହିତ ସହଭାଗିତା କରାଯାଇଛି ସେଗୁଡିକ ମଧ୍ୟରେ ରହିଛି ବିଟିଏସ୍ ପିଲାନି, ଏମଆଇଟି-ଏଡିଟି ୟୁନିଭରସିଟି ପୁଣେ, ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ନିର୍ମା ବିଶ୍ୱବିଦ୍ୟାଳୟ, ସିମ୍ବିବିଓସିସ୍ ଇଣ୍ଟରନ୍ୟାସନାଲ୍, ଗଣପାଟ ବିଶ୍ୱବିଦ୍ୟାଳୟ, ଡିଏ ପାଟିଲ ଇଣ୍ଟରନ୍ୟାସନାଲ ୟୁନିଭରସିଟି, ଅକ୍ସଫୋର୍ଡ ପଲିଟେକ୍ନିକ୍, ଆରକେ ଜୈନ ବିଶ୍ୱବିଦ୍ୟାଳୟ ଏବଂ ଆମିଟି ୟୁନିଭରସିଟି ।





Read More