PHOTOS

Happy Birthday Mahesh Babu: କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ ' ପ୍ରିନ୍ସ ଅଫ ଟଲିଉଡ଼'ଙ୍କ ପ୍ରେମ କାହାଣୀ

Happy Birthday Mahesh Babu: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ହୁଏତ କୌଣସି ପରିଚୟର ଆବଶ୍ୟକତା ନାହିଁ । ନିଜର ଦମଦାର ଅଭିନୟ ଫଳରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ଅଭିନେତା ଜଣାଶୁଣା ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଛନ୍ତି। ତେବେ ଉଭୟଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ମହେଶ ବାବୁଙ୍କ ଜନ୍ମ ଦିନର ଏହି ଖାସ ଦିନରେ ଆସନ୍ତୁ ଜାଣିବା ପତ୍ନୀ ନମ୍ରତାଙ୍କ କିପରି ଥିଲା ସୁପରଷ୍ଟାରଙ୍କ ପ୍ରେମ କାହାଣୀ ।  

Advertisement
1/6

ସାଉଥ ଇଣ୍ତଷ୍ଟ୍ରିରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ମହେଶ ବାବୁ ନିଜର ଦମଦାର ଅଭିନୟ ପାଇଁ ଘରେ ଘରେ ପରିଚିତ। ନିଜର ଅଭିନୟ ସାଙ୍ଗକୁ ଚମତ୍କାର ବ୍ୟକ୍ତିତ୍ୱ ପାଇଁ ମଧ୍ୟ ସେ ବେଶ ଜଣାଶୁଣା ।

2/6

ନିଜ ଲିକ୍ସ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ଅଭିନେତା । ତାଙ୍କ ସୁନ୍ଦର ଚେହେରା ପଛରେ ଲକ୍ଷ ଲକ୍ଷ ପ୍ରଶଂସକ ପାଗଳ ଅଟନ୍ତି । ଏହି କାରଣରୁ ତାଙ୍କୁ ' ପ୍ରିନ୍ସ ଅଫ ଟଲିଉଡ଼' ବୋଲି କୁହାଯାଏ।

3/6

ମହେଶ ବାବୁ ନମ୍ରତାଙ୍କଠାରୁ ୪ ବର୍ଷ ସାନ ଅଟନ୍ତି । ଉଭୟ ପରସ୍ପରକୁ ଲୁଚି ଲୁଚି ଦୀର୍ଘ ୪ ବର୍ଷ ପର୍ଯ୍ୟନ୍ତ ଡ଼େଟ୍ କରିଥିଲେ । ମହେଶ ବାବୁ ନମ୍ରତାଙ୍କଠାରୁ ସାନ ଥିବାରୁ ସେମାନେ ନିଜ ସମ୍ପର୍କ ବିଷୟରେ ପ୍ରଥମେ ପରିବାର ଲୋକଙ୍କୁ ଜଣାଇବାକୁ ଡରୁଥିଲେ ।

4/6

କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ସତ୍ତ୍ବେ ପରିବାର ଲୋକେ ବିବାହ ନେଇ ରାଜି ହୋଇଥିଲେ। ଦୁହେଁ ୨୦୦୫ ମସିହା ଫେବୃଆରୀ ୧୦ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ଯ ଅଛନ୍ତି ।

5/6

ସୁପରଷ୍ଟାର ମହେଶ ବାବୁ ଏକ ସାକ୍ଷାତକାରରେ କହିଥିଲେ ଯେ, ବଲିଉଡ ତାଙ୍କୁ ସହ୍ୟ କରିପାରିବ ନାହିଁ। ଅଭିନେତାଙ୍କ ଏହି ବୟାର ପରେ ବିବାଦ ଦେଖା ଦେଇଥିଲା । 'ମେଜର'ର ଟ୍ରେଲର ଲଞ୍ଚ ସମୟରେ ମଧ୍ଯ ସୁପରଷ୍ଟାର ବଲିଉଡ଼ ସମାନ କଥା କହିଥିଲେ।

6/6

ନିଜ କାମକୁ ନେଇ ସିରିୟସ୍ ଥିବା ମହେଶ ବାବୁ ପ୍ରତ୍ୟେକ ଚରିତ୍ରକୁ ପରଦା ଉପରେ ବେଶ ନୁଖୁଣତାର ସହ ତୁଲାଇଥାଆନ୍ତି । ନିଜ ବୃତ୍ତିଗତ ଜୀବନରୁ ସମୟ ପାଇବା ମାତ୍ରେ ସେ ପରିବାର ସହ ଛୁଟିରେ ଯିବାକୁ ପସନ୍ଦ କରନ୍ତି । ଭ୍ୟାକେସନ୍ ତାଙ୍କ 'ଷ୍ଟ୍ରେସ ବୁଷ୍ଟର' ବୋଲି ସେ କହିଛନ୍ତି । 





Read More