PHOTOS

Rohit Sharma Income: କେତେ କୋଟି ଟଙ୍କାର ମାଲିକ ରୋହିତ ଶର୍ମା, ଏହି ସବୁ ସୌଖିନ କାର ଚଢନ୍ତି ହିଟମ୍ୟାନ

ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ କାର ପାର୍କିଂରେ ବେଶ ବିଳାସପୂର୍ଣ୍ଣ ସୌଖିନ ଗାଡ଼ି ସବୁ ଦେଖିବାକୁ ମିଳିଥାଏ। ଏହା ସହିତ ମୁମ୍ବାଇରେ ତାଙ୍କର ଏକ ୪ ବିଏଚକେ ଆପାର୍ଟମେଣ୍ଟ ମଧ୍ୟ ରହିଛି। ରୋହିତଙ୍କର ଆୟ ବାର୍ଷିକ କୋଟି କୋଟି ଟଙ୍କାରେ ହୋଇଥାଏ। 
Advertisement
1/6

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାରିୟର ବର୍ତ୍ତମାନ ସୁଦ୍ଧା ବେଶ ଦମଦାର ରହିଛି। ସେ ମୈଦାନରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥାନ୍ତି। ଗୋଟିଏ ରିପୋର୍ଟ ମୁତାବକ ରୋହିତଙ୍କ ନେଟଓ୍ୱର୍ଥ ୨୦୦ କୋଟି ଟଙ୍କାରୁ ଅଧିକ ହୋଇ ସାରିଲାଣି। ତାଙ୍କ ନିକଟରେ ୩୦ କୋଟି ଟଙ୍କାର ଏକ ବଙ୍ଗଳା ରହିଛି। ଏହା ସହିତ ତାଙ୍କ ଗ୍ୟାରେଜରେ ବହୁ ମହଙ୍ଗା ବିଳାସମୟ ଗାଡ଼ି ରହିଥିବାର ଦେଖିବାକୁ ମିଳିଥାଏ। 

2/6

ଗୋଟିଏ ମାଗାଜିନ ଅନୁଯାୟୀ ରୋହିତଙ୍କ ନେଟଓ୍ୱର୍ଥ ୨୧୪ କୋଟି ଟଙ୍କା ରହିଥିବା ନେଇ ଜଣାପଡ଼ିଛି। ତାଙ୍କ ନିକଟରେ ୪ ବିଏଚକେର ଗୋଟିଏ ଫ୍ଲାଟ ରହିଛି। ମୁମ୍ବାଇର ଓ୍ୱର୍ଲିରେ ତାଙ୍କର ଏହି ଫ୍ଲାଟ ରହିଥିଲା। ଏହାର ଦାମ ୩୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। 

3/6

ସେହିପରି ଲୋନାଓ୍ୱଲାରେ ମଧ୍ୟ ଏକ ଫ୍ଲାଟ ରହିଥିଲା। କିନ୍ତୁ ରିପୋର୍ଟ ମୁତାବକ ଏହାକୁ ରୋହିତ ବିକ୍ରି କରିଦେଇଥିବା ସୂଚନା ରହିଛି। 

4/6

ରୋହିତଙ୍କ ନିକଟରେ ୬ ରୁ ୭ କୋଟି ଟଙ୍କା ଗାଡ଼ି ରହିଛି। ଏହା ମଧ୍ୟରେ ଲାମ୍ବୋର୍ଗିନି, ମର୍ସିଡିସ ବେଞ୍ଜ, ବିଏମଡବ୍ଲ୍ୟୁ ଓ ଟୋୟୋଟା କମ୍ପାନୀର ଗାଡି ଗୁଡ଼ିକ ତାଙ୍କ ଗ୍ୟାରେଜ ରହିଥିବା ଦେଖିବାକୁ ମିଳେ। ରୋହିତ କିଛି କମ୍ପାନୀରେ ନିବେଶ ମଧ୍ୟ କରିଛନ୍ତି। ଏହା ସହିତ ସେ ଏକ କ୍ରିକେଟ ଏକାଡେମୀ ମଧ୍ୟ କରିଛନ୍ତି। 

5/6

ସେହିପରି ଯଦି ତାଙ୍କ ଦରମା ସମ୍ପର୍କରେ ଆଲୋଚନା କରିବା ତେବେ ତାଙ୍କର ଦରମା କୋଟି କୋଟି ଟଙ୍କାରେ ରହିଥାଏ। ତାଙ୍କୁ ଭାରତୀୟ ଦଳରେ ଖେଳିବା ପାଇଁ ବିସିସିଆଇ ବାର୍ଷିକ ୭ କୋଟି ଟଙ୍କା ପ୍ରଦାନ କରିଥାଏ। ସେ ବର୍ତ୍ତମାନ ଏ ଗ୍ରେଡ଼ ଖେଳାଳି ତାଲିକାରେ ରହିଛନ୍ତି। ସେହିପରି ସେ ଗୋଟିଏ ଦିନିକିଆ ମ୍ୟାଚ ଖେଳିବା ପାଇଁ ୬ ଲକ୍ଷ ଓ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ୧୫ ଲକ୍ଷ ଟଙ୍କା ମିଳିଥାଏ। ରୋହିତ ଆଇପିଏଲରୁ ମଧ୍ୟ ମୋଟ ଅଙ୍କର ଆୟ କରିଥାନ୍ତି। 

6/6

ଏଠାରେ କହି ରଖୁ କି ରୋହିତଙ୍କ ନିକଟରେ ୨୭ଟି ବ୍ରାଣ୍ଡ ରହିଛି। ଏଥିରୁ ସେ ମୋଟା ଅଙ୍କର ଆୟ କରିଥାନ୍ତି। ରୋହିତଙ୍କ ନିକଟରେ ଆଦିଦାସ, ରସନା, ସିଏଟ, ଜିୟୋ ସିନେମା, ହବଲାଟ, ମ୍ୟାକ୍ସ ଲାଇଫ ଓ ଡକ୍ଟର ଟ୍ରଷ୍ଟ ସମେତ ଅଧିକାଂଶ ବ୍ରାଣ୍ଡସ ସହିତ ଟାଏଅପ କରିଛନ୍ତି। 





Read More