PHOTOS

Room Heater: ବ୍ୟବହାର କରୁଛନ୍ତି କି ରୁମ୍ ହିଟର, ଜାଣି ନିଅନ୍ତୁ ଏହା ଆପଣଙ୍କ ପାଇଁ କେତେ ଘାତକ ?

 Risk Of Using Room Heater And Blower While Sleeping: ଶୀତ ବଢ଼ିବାରେ ଲାଗିଛି। ତାପମାତ୍ରା କମୁଥିବାରୁ ଶୀତରୁ ମୁକ୍ତି ପାଇବାକୁ ଲୋକମାନେ ଘରେ ରୁମ୍ ହିଟର କିମ୍ବା ବ୍ଲୋୟର ବ୍ୟବହାର କରୁଛନ୍ତି। ଘରକୁ ଗରମ କରିବାକୁ ବ୍ୟବହାର କରାଯାଉଥିବା ରୁମ୍ ହିଟର ମାତ୍ର କିଛି ସମୟ ମଧ୍ୟରେ କାମ କରୁଥିବା ବେଳେ ଏହା ଦ୍ୱାରା କେତେକ ଶାରୀରିକ ସମସ୍ୟା ମଧ୍ୟ ଦେଖାଦେବା ସମ୍ଭାବନା ରହିଛି।

 

Advertisement
1/5

ନିବୁଜ ଘରେ ରୁମ୍ ହିଟର ଲଗାଇଲେ ଅଣନିଶ୍ୱାସୀ ଲାଗେ। ଏହା ଦ୍ୱାରା ବ୍ଲଡ ପ୍ରେସର ବଢ଼ିଯାଏ। ଫଳରେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଯାଏ। ରୁମ୍ ହିଟର କିମ୍ବା ବ୍ଲୋୟର ଯୋଗୁ ଶରୀରର ତାପମାତ୍ରା ମଧ୍ୟ ସାଧାରଣ ବାୟୁମଣ୍ଡଳ ତୁଳନାରେ ବଢ଼ିଯାଏ। ଏହା ଶରୀରର ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ। ଏଭଳି ସ୍ଥିତିରେ ଯେତେବେଳେ ବ୍ୟକ୍ତି ଅଚାନକ ପ୍ରାକୃତିକ ପବନ ସଂସ୍ପର୍ଶରେ ଆସେ ସେତେବେଳେ ନାକରୁ ରକ୍ତସ୍ରାବ ହେବା, ମୁଣ୍ଡ ବୁଲାଇବା,ଭାରୀ ଲାଗିବା ଭଳି ସମସ୍ୟା ଦେଖାଦିଏ।

 

2/5

ଯେତେବେଳେ ଆପଣ ଇଲେକ୍ଟ୍ରିକ୍ ହିଟର ଅନ୍ କରନ୍ତି, ଏଥିରୁ ଆସୁଥିବା ବାୟୁ ଆପଣଙ୍କ ଚାରିପାଖରେ ଥିବା ବାୟୁରେ ଥିବା ଆର୍ଦ୍ରତା ପରିମାଣକୁ ହ୍ରାସ କରିଥାଏ। ଏହା ବାୟୁକୁ ଶୁଷ୍କ କରିଥାଏ ଏବଂ ଏହା ବଦଳରେ ଆପଣଙ୍କ ଚର୍ମର ଶୁଷ୍କତା ହେତୁ କୁଣ୍ଡେଇ ହୋଇପାରେ। ଛୋଟ ପିଲାମାନଙ୍କର ଚର୍ମ ପାଇଁ ଶୁଷ୍କ ବାୟୁ ଅତ୍ୟନ୍ତ ଖରାପ,କାରଣ ଏହା ଚର୍ମରେ ବିଭିନ୍ନ ପ୍ରକାର ଆଲର୍ଜି ଆଣିଥାଏ । 

3/5

ଯେହେତୁ ହିଟର ବାୟୁରେ ଥିବା ଆର୍ଦ୍ରତାକୁ ହ୍ରାସ କରିଥାଏ। ଏହା ବାୟୁରେ ଶୁଷ୍କତାକୁ ନେଇଥାଏ,ଏପରି ପରିସ୍ଥିତିରେ ଯେଉଁମାନେ ପୂର୍ବରୁ ଶ୍ବାସକ୍ରିୟା ରୋଗରେ ପୀଡିତ । ଯଦି ରୁମରେ ରୁମ୍ ହିଟର ଚାଲୁକରନ୍ତି ତେବେ, ଶ୍ବାସ ଜନିତ ରୋଗରେ ପୀଡିତ ଥିବା ଲୋକେମାନେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥାଏ। ଏବଂ ଅସହଜ ଅନୁଭବ କରିଥାନ୍ତି । ଏଥିପାଇଁ ରୁମରେ କିଛି ସମୟ ପାଇଁ ଝରକା ଖୋଲନ୍ତୁ ନଚେତ ଭେଣ୍ଟିଲେସନ ପାଇଁ କିଛି ବ୍ୟବସ୍ଥା କରନ୍ତୁ ।  

 

4/5

ଯଦି କୌଣସି ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତି ଏହି ରୁମ ହିଟର ଲଗାଇଯାଇଥିବା ସ୍ଥାନରେ ଶୁଅନ୍ତି । ତେବେ ତାଙ୍କ ଚର୍ମ ଜଳି ଯିବାର ଯଥେଷ୍ଟ ଆଶଙ୍କା ରହିଛି । ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ବହୁତ ସତର୍କ ରହିବା ଆବଶ୍ୟକ ।

5/5

ମନେରଖନ୍ତୁ ଯେ ବ୍ୟବହାର ପରେ ଆପଣଙ୍କ ରୁମ୍ ହିଟର କିମ୍ବା ବ୍ଲୋଅର୍ ବନ୍ଦ କରିବାକୁ ସର୍ବଦା ମନେରଖନ୍ତୁ । ଏବଂ ବ୍ୟବହାର ନ ହେବା ସମୟରେ ମଧ୍ୟ ଏହା ଉପରେ କିଛି ରଖନ୍ତୁ ନାହିଁ । ଯଦି ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ,ତେବେ ବାୟୁରେ ଆର୍ଦ୍ରତା ପରିମାଣକୁ ବଜାୟ ରଖିବା ପାଇଁ ଏକ ବାଲ୍ଟି ପାଣି ଆପଣଙ୍କ ରୁମରେ ରଖନ୍ତୁ। ଖାସ କରି ରୁମ୍ ହିଟର ଲଗାଯାଇଥିବା ସ୍ଥାନରେ କେବେବି ବସନ୍ତୁ ନାହିଁ । 





Read More