PHOTOS

Ramadan Celebration: ଆଉ କିଛି ଦିନ ପରେ ଆରମ୍ଭ ହେବ ରମଜାନ, ଜାଣନ୍ତୁ କେଉଁ ଦେଶରେ କିପରି ପାଳନ ହୁଏ ଧର୍ମର ମାସ?

How Muslim Celebrate Ramadan: ବିଶ୍ୱର କୋଣ ଅନୁକୋଣରେ ରହିଥିବା ମୁସଲମାନ ଏବଂ ମୁସଲିମ ଦେଶରେ ପବିତ୍ର ମାସ ରମଜାନ ଭିନ୍ନ ଭିନ୍ନ ରୂପରେ ପାଳନ କରାଯାଇଥାଏ। 

Advertisement
1/8

ବିଶ୍ୱର ଅନେକ ମୁସଲମାନ ଦେଶରେ ରମଜାନ ପ୍ରାୟ ମାସେ ଧରି ପାଳନ କରାଯାଇଥାଏ। ପ୍ରତି ବର୍ଷ ରମଜାନ ସମୟରେ ମୁସଲମାନ ମସଜିଦ ସହ ସେମାନଙ୍କ ଘର ଦ୍ୱାରକୁ ଆଲୋକ ମାଳାରେ ସଜ୍ଜାଇଥାନ୍ତି। 

 

2/8

ସମଗ୍ର ବିଶ୍ୱରେ ମୁସଲମାନ ଇଫତାର ନାମକ ଭୋଜନ ସହିତ ସୂର୍ଯ୍ୟାସ୍ତ ସମୟରେ ଉପବାସ ଭାଙ୍ଗିଥାନ୍ତି। ଇଜିପ୍ଟ ଏବଂ ଅନ୍ୟ ଆରବ ଦେଶ ପରି ଅନ୍ୟ କେତେକ ସ୍ଥାନରେ ମୁସଲିମ ପରିବାର ଏହାକୁ ସେମାନଙ୍କର ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ସହ ବାଣ୍ଟିବା ପାଇଁ ଏକତ୍ରୀତ ହୋଇଥାନ୍ତି।

3/8

ଇସଲାମ ଧର୍ମରେ ଦୈନିକ ପ୍ରାର୍ଥନା କରିବାର ପରମ୍ପରା ରହିଛି। ଯାହାକୁ ନମାଜ କୁହାଯାଏ। ହେଲେ ରମଜାନ ସମୟରେ ମୁସଲମାନ ଅତିରିକ୍ତ ପ୍ରାର୍ଥନା କରିଥାନ୍ତି। ସେମାନେ ଇଶା ପ୍ରାର୍ଥନା ପରେ ତରୱିହ ନାମକ ଅତିରିକ୍ତ ପ୍ରାର୍ଥନା କରିଥାନ୍ତି। ଏହି ପ୍ରାର୍ଥନା ସାଧାରଣତଃ ମସଜିଦ କିମ୍ବା ଘରେ ଅନୁଷ୍ଠିତ ହୋଇଥାଏ। 

4/8

ରମଜାନ ମାସ ମଧ୍ୟ ଦାନ ଦେବା ପାଇଁ ଏକ ଉପଯୁକ୍ତ ସମୟ। ବିଶେଷ କରି ରମଜାନ ମାସରେ ଆବଶ୍ୟକ କରୁଥିବା ଲୋକଙ୍କୁ ଦାନ ଦେବା ପାଇଁ ମୁସଲମାନଙ୍କୁ ଉତ୍ସାହିତ କରାଯାଏ। ଯାହାକୁ ଜାକତ୍ କୁହାଯାଏ। 

5/8

ରମଜାନ ସମୟରେ ଅନେକ ମୁସଲମାନ ସମ୍ପ୍ରଦାୟ ସେବାରେ ନିୟୋଜିତ ହୋଇଥାନ୍ତି। ଏହି ସମୟରେ ସେମାନେ ନିଜ ସମ୍ବଳକୁ ସ୍ୱେଚ୍ଛାକୃତ ଭାବେ ଗରିବ ଦରିଦ୍ର ଶ୍ରେଣୀର ଲୋକଙ୍କୁ ଦାନ କରିଥାନ୍ତି।  

6/8

ରମଜାନ ସମୟରେ ରଖାଯାଉଥିବା ଉପବାସକୁ ରୋଜା କୁହାଯାଏ। ରୋଜା ଆରମ୍ଭ କରିବା ପୂର୍ବରୁ ସୁହୋର ନାମକ ଏକ ଭୋଜନ ଖାଇବା ପାଇଁ ମୁସଲମାନ ସକାଳୁ ଉଠିଥାନ୍ତି। ସୁହୋର ସାଧାରଣତଃ ଏକ ହାଲୁକା ଭୋଜନ ହୋଇଥାଏ। ଯାହା ଆଗାମୀ ଦିନ ପାଇଁ ଶକ୍ତି ଯୋଗାଇଥାଏ।

7/8

ମୋରୋକୋ ଏବଂ ତୁର୍କୀ ପରି କେତେକ ମୁସଲମାନ ଦେଶରେ ରମଜାନ ମାସ ପାରିବାରିକ ସମାବେଶ ଏବଂ ଭୋଜି ପାଇଁ ଏକ ପ୍ରକୃଷ୍ଟ ସମୟ। ଏହି ସମୟରେ ମୁସଲିମ ପରିବାରର ସଦସ୍ୟ ଏକତ୍ରୀତ ହୋଇ ସେମାନଙ୍କର ଉପବାସ ଭାଙ୍ଗିବା ଏବଂ ପାରମ୍ପାରିକ ଭୋଜନ ସହିତ ରମଜାନ ପାଳନ କରିଥାନ୍ତି।

 

8/8

ଇଣ୍ଡୋନେସିଆ ଭଳି କେତେକ ମୁସଲିମ ଦେଶରେ ରମଜାନ ସମୟରେ ରାତ୍ରୀ ବଜାର ସ୍ଥାପିତ ହୋଇଥାଏ। ଯେଉଁଠାରେ ଉପବାସ ଭାଙ୍ଗିବା ଏବଂ ମାସ ପାଳନ କରିବା ପାଇଁ ଖାଦ୍ୟ ଏବଂ ସାମଗ୍ରୀ କିଣିବା ପାଇଁ ମୁସଲମାନ ପହଞ୍ଚିଥାନ୍ତି। 

 





Read More