PHOTOS

Ratna Bhandar: ହାଇକୋର୍ଟରେ ସତ୍ଯପାଠ କଲେ ସରକାର, ରତ୍ନଭଣ୍ଡାରରେ ଅଛି ୧୪୯ କେଜିରୁ ଅଧିକ ସୁନା ଅଳଙ୍କାର

Ratna Bhandar: ରାଜ୍ୟ ସରକାର ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟରେ ସତ୍ଯପାଠ ଦାଖଲ କରିଛନ୍ତି । ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ନାହିଁ ବୋଲି ସତ୍ଯପାଠରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର । ଆଉ ୧୯୭୮ ମସିହାରେ ମଣତି ତାଲିକାକୁ ସତ୍ଯପାଠରେ ଦର୍ଶାଇଛନ୍ତି । ତେବେ ୨୦୨୨ ଅଗଷ୍ଟ ୮ରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ଯକ୍ଷଙ୍କୁ ରତ୍ନଭଣ୍ଡାର ମରାମତି ନେଇ ଚିଠି କରାଯାଇଥିଲା ।

 

Advertisement
1/5

Lord jagannath Ratna Bhandar: ରତ୍ନଭଣ୍ଡାର ସ୍ଥିତି ଖରାପ ଯୋଗୁଁ ଏହାର ସଂରକ୍ଷଣ ଓ ମରାମତି ଆବଶ୍ୟକ ଥିବାରୁ ଏହାର ମରାମତି ପାଇଁ ଅନୁମତି ଦିଆଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାରକୁ ଏଏସଆଇ ଚିଠି ଲେଖିଥିଲା । ଆଉ ଏହାକୁ ଏକବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନା ପରିଚାଳନା କମିଟି ନା ରାଜ୍ଯ ସରକାର ଏହା ଉପରେ ପଦକ୍ଷେପ ନେଇ ନାହାଁନ୍ତି । 

2/5

ତେଣୁ ଏହାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ଗତ ମାସ ୧୧ ତାରିଖରେ ଶ୍ରୀମନ୍ଦିର ନିତି ପ୍ରଶାସକ କୋର୍ଟଙ୍କ ନିର୍ଦ୍ଦେଶ ମତେ ସତ୍ଯପାଠ ଦାଖଲ କରିଥିଲେ । ସେପଟେ ରତ୍ନଭଣ୍ଡାର ସ୍ଥିତି ଖରାପ ରହିଛି । ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ବେଳେ ସର୍ଚ୍ଚ ଲାଇଟ୍ ପକାଇବା ପରେ ଛାତର ସ୍ଥିତି ଖରାପ ଥିବା ଜଣାପଡିଥିଲା । 

3/5

ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି । ମାତ୍ର ଶ୍ରୀମନ୍ଦିର ପରିଚାଳନା କମିଟି କି ରାଜ୍ୟ ସରକାର ଏହା କରିବାକୁ ଦେଉନାହାନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ନିୟମ ଅନୁସାରେ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ମଣତି ହେବା ନେଇ ନିୟମ ରହିଛି । ହେଲେ ଦିର୍ଘ ୪୫ବର୍ଷଧରି ଆଉ ମଣତି କରାଯାଉନାହିଁ । ହେଲେ ରତ୍ନଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ହେଲେ ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ରହିଛି ।

 

4/5

ଯଦି ପରିଚାଳନା କମିଟିର ଅଧ୍ଯକ୍ଷ ଗଜପତି ମହାରାଜ ଚାହିଁବେ ତେବେ ପରିଚାଳନା କମିଟି ବୈଠକରେ ରିଜୋଲିସନ ଆଣି ରାଜ୍ୟ ସରକାରଙ୍କ ବିଧି ବିଭାଗକୁ ଅବଗତ କରାଇବେ । ଆଉ ସରକାରଙ୍କ ଅନୁମତି ଆସିଲେ ରତ୍ନଭଣ୍ଡାର ଖୋଲିପାରିବ ବୋଲି କହିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ଯ ତଥା ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର । ସେପଟେ ସରକାର ଜାଣିଶୁଣି ଏଭଳି ସତ୍ଯପାଠ କରିଛନ୍ତି । 

5/5

୧୯୭୮ ମସିହା ପରେ ରତ୍ନଭଣ୍ଡାର ଖୋଲିନାହିଁ କି ମଣତି ହୋଇନଥିବା ବେଳେ ସରକାର କେମିତି ଜାଣିଲେ ରତ୍ନଭଣ୍ଡାରରେ ଥିବା ସମସ୍ତ ସ୍ୱର୍ଣ୍ଣାଳଙ୍କାର ସୁରକ୍ଷିତ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ ଦୀଲ୍ଲିପ ବରାଳ ।

 





Read More