PHOTOS

Vastu Tips: ଘରେ ରଖନ୍ତୁ ଏହି ୫ଟି ବସ୍ତୁ, ଦୂର ହେବ ଅଭାବ ଅନଟନ!

Vastu Tips: ଅନେକ ସମୟରେ ଟଙ୍କା ରୋଜଗାର ସତ୍ତ୍ବେ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ରହିନଥାଏ । ଫଳରେ ମାସ ଶେଷକୁ ଅନ୍ୟଠାରୁ ଧାର କରଜ କରିବାକୁ ପଡ଼ିଥାଏ । ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତାହାଲେ, ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଥିବା ଏହି ଉପାୟ କରନ୍ତୁ । ଏପରି ଅନେକ ଜିନିଷ ରହିଛି ଯାହା ଘରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଯାଏ ।

Advertisement
1/5

ଧାର୍ମିକ ବିଶ୍ୱାସ ଅନୁଯାୟୀ, କଇଁଛଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ଭାବରେ ବିବେଚନା କରାଯାଇଥାଏ । ଘରର ଉତ୍ତର ଦିଗରେ ରୂପା କିମ୍ବା ପିତ୍ତଳ କଇଁଛ ରଖିବା ଉଚିତ୍ । ଏହା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଯାଏ ।

2/5

ଘରେ କ୍ରିଷ୍ଟାଲ ପିରାମିଡ୍ ରଖିବା ଦ୍ବାରା ମଧ୍ୟ ଅର୍ଥ ସମସ୍ୟାରୁ ମୁକ୍ତି ମିଳିବା ସହ ପରିବାରର ଆୟ ବୃଦ୍ଧି ହୋଇଥାଏ । ପିରାମିଡକୁ ଏପରି ସ୍ଥାନରେ ରଖିବା ଉଚିତ୍ ଯେଉଁଠାରେ ଆପଣ ଅଧିକାଂଶ ସମୟ ଅତିବାହିତ କରୁଥିବେ ।

3/5

ଗୋମତି ନଦୀରେ ଚକ୍ର ଆକାରରେ ମିଳିଥିବା ଏହି ଚକ୍ରମାନଙ୍କୁ ଗୋମତି ଚକ୍ର କୁହାଯାଏ। ଏହି ପଥର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ । ୧୧ ଗୋମତି ଚକ୍ରକୁ ହଳଦିଆ କପଡ଼ାରେ ବାନ୍ଧି ଘରର ଆଲମାରୀରେ ରଖନ୍ତୁ, ଏପରି କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

4/5

ଆର୍ଥିକ ଲାଭ ପାଇଁ ଛୋଟ ନଡ଼ିଆକୁ ଘରେ ରଖନ୍ତୁ । ଏହା ଅର୍ଥାଭାବକୁ ଦୂର କରିବା ସହ ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ ।

5/5

ଟଙ୍କା ସମସ୍ୟାରୁ ମୁକ୍ତି ପାଇବା ପାଇଁ କମଳଗୋଟି ମାଳି ଘରେ ରଖନ୍ତୁ । ଏହି ମାଳି ଧରି ନିଜ ଇଷ୍ଟ ଦେବାଦେବୀଙ୍କ ମନ୍ତ୍ର ଜାପ କରନ୍ତୁ ।





Read More