PHOTOS

Odisha lastest Entertainment News: ପରଦା ଉପରେ ଏହି ଯୋଡ଼ିକୁ ବେଶ ପସନ୍ଦ କରିଥାଆନ୍ତି ଦର୍ଶକ

Onscreen Hit Jodi of Bollywood: ବଲିଉଡ଼ର ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରନ୍ତି ଦର୍ଶକ । ଆଜି ଦର୍ଶକଙ୍କ ମନରୁ କମିନି ଏହି ଯୋଡ଼ିଙ୍କୁ ଏକାଠି ଦେଖିବାର କ୍ରେଜ୍ ।

Advertisement
1/6

ଶର୍ମିଲା ଟାଗୋର ଓ ଶାମି କପୁର

ଶର୍ମିଲା ଟାଗୋର ଓ ଶାମି କପୁର ଅନେକ ରୋମାଣ୍ଟିକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । An evening in paris ଓ କାଶ୍ମୀର କି କାଲୀ ତାଙ୍କର ହିଟ୍ ଫିଲ୍ମ ଅଟେ । ଆଜି ବି ଏହି ଯୋଡ଼ିକୁ ଭୁଲି ପାରିନାହାନ୍ତି ଦର୍ଶକ ।

2/6

ନର୍ଗିସ ଓ ରାଜ କପୁର

ନର୍ଗିସ ଓ ରାଜ କପୁର ବଲିଉଡ଼ରେ ଏହି ଯୋଡ଼ିଙ୍କୁ ଗୋଲ୍ଡନ ଯୋଡ଼ି ବୋଲି କୁହାଯାଇଥାଏ । ନର୍ଗିସ ଓ ରାଜ କପୁର ୮ ବର୍ଷରେ ପ୍ରାୟ ୧୬ ଫିଲ୍ମରେ ଏକାଠି ନଜର ଆସିଥିଲେ । ଆୱାରା, ବରଷାତ୍, ଚୋରି ଚୋରି ଇସ୍କ ଚଳଚ୍ଚିତ୍ରରେ ଉଭୟ ଯୋଡ଼ିକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।

3/6

ରେଖା ଓ ଅମିତାଭ ବଚ୍ଚନ

ରେଖା ଓ ଅମିତାଭ ଅନସ୍କ୍ରିନର ସବୁଠାରୁ ହିଟ୍ ଯୋଡ଼ି ଅଟନ୍ତି । ଦୁହେଁ ବଲିଉଡ଼କୁ ବହୁ ରୋମାଣ୍ଟିକ୍ ଫିଲ୍ମ ଭେଟି ଦେଇଛନ୍ତି । ପରଦା ଉପରେ ଏହି ଯୋଡ଼ିକୁ ବେଶ ପସନ୍ଦ କରୁଥିଲେ ଦର୍ଶକ, ସେଥିଲାଗି ତ ଏହି ଦୁଇ ଜଣଙ୍କୁ ରିଅଲ ଲାଇଫରେ ମଧ୍ୟ ଏକାଠି ଦେଖିବାକୁ ଚାହୁଁଥିଲେ । କିନ୍ତୁ ଏପରି ହୋଇପାରିନଥିଲା କାରଣ ରିଅଲ ଲାଇଫରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ଅମିତାଭ ବଚ୍ଚନ ।

4/6

ଶାହାରୁଖ ଖାନ୍ ଓ କାଜୋଲ

ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ସୁପରହିଟ୍ ଯୋଡ଼ି ହେଉଛି ଶାହାରୁଖ ଖାନ୍ ଓ କାଜୋଲ । ଉଭୟ ଡ଼ି.ଡ଼ି.ଏଲ. ଜେ, କୁଛ କୁଛ ହୋତା ହୈ ପରି ବହୁ ରୋମାଣ୍ଟିକ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।  ଦର୍ଶକ ଏହି ଦୁହେଁଙ୍କୁ ପରଦା ଉପରେ ଦେଖିବାକୁ ବେଶ ପସନ୍ଦ କରିଥାଆନ୍ତି।

5/6

ମାଧୁରୀ ଦୀକ୍ଷିତ ଓ ସଲମାନ ଖାନ

ବ୍ଲକବଷ୍ଟର ଚଳଚ୍ଚିତ୍ର ହମ୍ ଆପକେ ହେନ କୌନରେ ମାଧୁରୀ ଦୀକ୍ଷିତ ଓ ସଲମାନ ଖାନଙ୍କ ଯୋଡ଼ିକୁ ବେଶ ପସନ୍ଦ କରଥିଲେ ଦର୍ଶକ । ଏହି ଯୋଡ଼ିର ହିଟ୍ କେମେଷ୍ଟ୍ରିକୁ ଆଜି ବି ଦର୍ଶକ ଭୁଲିପାରିନାହାନ୍ତି ।

6/6

ଅଭିଷେକ ବଚ୍ଚନ ଓ ରାନୀ ମୁର୍ଖାଜୀ

ଚଳଚ୍ଚିତ୍ର ବଣ୍ଟି ଓର ବାବଲିରେ ଅଭିଷେକ ବଚ୍ଚନ ଓ ରାନୀ ମୁର୍ଖାଜୀଙ୍କ ଜବରଦସ୍ତ କେମିଷ୍ଟ୍ର ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ର ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେମାନେ ପୁଣିଥରେ ଏହି ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ଚାହୁଁଥିଲେ । ଏହାପରେ ଚଳଚ୍ଚିତ୍ର “ୟୁବା” ଉଭୟଙ୍କୁ ରୋମାନ୍ସ  କରିବାର ଦେଖିବାକୁ ମିଳିଥିଲା ।





Read More