PHOTOS

Akshaya Tritiya 2023: ଅକ୍ଷୟ ତୃତୀୟା ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ!

Akshaya Tritiya 2023: ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରିବା ନେଇ ରୀତିନୀତି ରହିଛି। ବିଶ୍ବାସ ରହିଛି ଯେ, ଏହି ଦିନ ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ବାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଚଳିତ ବର୍ଷ ଏପ୍ରିଲ ୨୨ ତାରିଖରେ ପଡୁଛି ଅକ୍ଷୟ ତୃତୀୟା । ଏହି ଦିନ ସୁନା ଓ ରୂପା କିଣିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ତେବେ ଅକ୍ଷୟ ତୃତୀୟା ଦିନ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ଘରେ ଏସବୁ ବସ୍ତୁ ଥିଲେ  ମାଆ ଲକ୍ଷ୍ମୀ ରୋଷ କରିଥାଆନ୍ତି, ତେଣୁ ଅକ୍ଷୟ ତୃତୀୟା ପୂର୍ବରୁ ଏହି ସମସ୍ତ ଜିନିଷକୁ ତୁରନ୍ତ ଘରୁ ବାହାର କରି ପିଙ୍ଗି ଦିଅନ୍ତୁ ।

Advertisement
1/5

ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଇଥାଏ । ଯଦି ଘରେ ଭଙ୍ଗା ବା ନଷ୍ଟ ହୋଇଯାଇଥିବା ଝାଡୁ ଅଛି ତାହାଲେ ଅକ୍ଷୟ ତୃତୀୟା ପୂର୍ବରୁ ଏହାକୁ ବାହାର କରିଦିଅନ୍ତୁ । ଘରେ ଭଙ୍ଗା ବା ନଷ୍ଟ ହୋଇଯାଇଥିବା ଝାଡୁ ଥିଲେ ମାଆ ଲକ୍ଷ୍ମୀ ଅସନ୍ତୋଷ ହୋଇଥାଆନ୍ତି । ଫଳରେ ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ ।

2/5

ଘରେ ଛିଣ୍ତା ଜୋତା ଥିଲେ ମାଆ ଲକ୍ଷ୍ମୀଙ୍କ ଅସନ୍ତୁଷ୍ଟ ହୋଇଥାଆନ୍ତି । ଫଳରେ ଘରର ଆର୍ଥିକ ସ୍ଥିତି ଦେହଲି ଯାଇଥାଏ । ଅକ୍ଷୟ ତୃତୀୟା ପୂର୍ବରୁ ଘରେ ଥିବା ଛିଣ୍ତା ଜୋତା ଓ ଚପଲକୁ ଘରୁ ବାହାରକୁ ଫିଙ୍ଗି ଦିଅନ୍ତୁ ।

3/5

ଅକ୍ଷୟ ତୃତୀୟାରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ ଧନ ଲାଭ ପାଇଁ ଘରେ ଥିବା ଶୁଖିଲା ଗଛକୁ ବାହାର କରିଦିଅନ୍ତୁ । ଘରେ ଶୁଖିଲା ଗଛ ଥିଲେ ତାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ ଓ ଅର୍ଥହାନୀ ହୋଇଥାଏ ।

4/5

ଘରେ ଥିବା ଭଙ୍ଗା ବାସନକୁ ଅକ୍ଷୟ ତୃତୀୟା ପୂର୍ବରୁ ଫିଙ୍ଗି ଦିଅନ୍ତୁ । ଭଙ୍ଗା ବାସନ ଘରେ ନକାରାତ୍ମକତା ସୃଷ୍ଟି କରିଥାଏ । ଫଳରେ ଘରେ ବିଶୃଙ୍ଖଳା ଦେଖାଦେଇଥାଏ ।

5/5

ଯେଉଁ ଘରେ ସର୍ବଦା ପରିଷ୍କାର ପରିଚ୍ଛନ୍ନ ଥାଏ ସେ ସ୍ଥାନରେ ମାଆ ଲକ୍ଷ୍ମୀ ବାସ କରିଥାଆନ୍ତି । ତେଣୁ ଅକ୍ଷୟ ତୃତୀୟା ପୂର୍ବରୁ ଘରକୁ ଭଲ ଭାବେ ସଫା କରିବା ଉଚିତ୍ ।





Read More