PHOTOS

Nag Panchami 2023: କଣ ସତରେ ନାଗୁଣୀ ନେଇଥାଏ ପ୍ରତିଶୋଧ? ଜାଣନ୍ତୁ ପୂରା ରହସ୍ୟ...

ଅଷ୍ଟ୍ରେଲିଆରେ ଥିବା ପ୍ରସିଦ୍ଧ ଭିକ୍ଟୋରିଆ ସାପ ସଂଗ୍ରହାଳୟରେ ସାପକୁ ନେଇ ଅନେକ ରିସର୍ଚ୍ଚ କରାଯାଇଥାଏ । ରିସର୍ଚ୍ଚରେ ଯାହା ତଥ୍ୟ ମିଳେ ତାହାକୁ ଅଫିସଆଲ ୱେବସାଇଟରେ ଲୋକଙ୍କ ଜାଣିବା ପାଇଁ ଉପଲବ୍ଧ କରାଯାଏ । ସେହି ତଥ୍ୟ ଓ ପୌରାଣିକ ତଥ୍ୟ ଆଧାରରେ ଆମେ ଆପଣଙ୍କୁ ଏହି ସମ୍ପର୍କରେ ସୂଚନା ଦେବାକୁ ଯାଉଛୁ ।

Advertisement
1/6

ପୌରାଣିକ କଥା ଅନୁସାରେ କୁହାଯାଏ ଯେ, ସାପକୁ ପାତ୍ରରେ କ୍ଷୀର ଦେଲେ ସେ ପିଇଥାଏ ଓ ଲୋକଙ୍କ ମଙ୍ଗଳ ହୁଏ । କିନ୍ତୁ ସତ କଥା ହେଉଛି ସାପ କ୍ଷୀର କିମ୍ୱା କୌଣସି ଦୁଗ୍ଧଯାତ ଖାଦ୍ୟ ହଜମ କରିପାରେନାହିଁ । ସାଧାରଣରେ ସାପ କ୍ଷୀର ପିଇନଥାଏ ଯଦି ସାପକୁ ପ୍ରବଳ ଶୋଷ ହେଉଥାଏ ତେବେ ସେ କିଛି କ୍ଷୀର ପିଇପାରେ ।

2/6

ଆଉ ଏକ କଥାକୁ ବିଶ୍ୱାସ କରାଯାଏ ଯେ, ଯଦି ସାପର ମୁଣ୍ଡ କାଟି ଦିଆଯାଏ ତେବେ ତାହା ଶରୀରରୁ ଅଲଗା ହେଲେ ମଧ୍ୟ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ବଞ୍ଚିଥାଏ କିନ୍ତୁ ସତ କଥା ହେଉଛି ସାପର ମୁଣ୍ଡ କାଟିବା ପରେ କିଛି ସମୟ ପାଇଁ ତାହା ସକ୍ରିୟ ରହିଥାଏ ହେଲେ ଦୀର୍ଘ ସମୟ ପାଇଁ ତାହା ସକ୍ରିୟ ରହିବା ସତ୍ୟ ନୁହେଁ ।

3/6

ସାଧାରଣରେ ଏକଥା ମଧ୍ୟ ଉଠିଥାଏ ଯେ, ବିପଦ ସଙ୍କେତ ମିଳିବା ପରେ ମାଆ ସାପ ନିଜର ପିଲାକୁ ବଞ୍ଚାଇବା ପାଇଁ ଗିଳି ଦେଇ ବଞ୍ଚାଇଥାଏ । କିନ୍ତୁ ସତ କଥା ଏହା ଯେ, ସାପ ପେଟକୁ କୌଣସି ଜିନିଷ ଗଲେ ତାହା ବଞ୍ଚିବା ମୁସ୍କିଲ୍ । କାରଣ ସାପର ହଜମକାରୀ ରସ ତାହାକୁ ଶୀଘ୍ର ମାରିଦେଇଥାଏ ।

4/6

ଲୋକବିଶ୍ୱାସ ଅନୁଯାୟୀ ସାପ ସବୁବେଳେ ଯୋଡି ହୋଇ ବୁଲନ୍ତି । କିନ୍ତୁ ସତ କଥା ହେଉଛି ସାପଙ୍କ ମିଳନ ସମୟରେ ହିଁ ଯୋଡି ସାପ ଦେଖିବାକୁ ମିଳିଥାଏ । ଅନ୍ୟ ସମୟରେ ସାପ ଏକା ହିଁ ନିଜ ଶିକାର କରିବାକୁ ପସନ୍ଦ କରେ 

 

5/6

ଲୋକମାନଙ୍କ ମଧ୍ୟରେ ଆଉ ଏକ ଦୃଢ ବିଶ୍ୱାସ ରହିଛି ଯେ, ଯଦି ଗୋଟିଏ ନାଗକୁ ହତ୍ୟା କରାଯାଏ ତେବେ ନାଗୁଣି ରାଗରେ ତାହାର ପ୍ରତିଶୋଧ ନେବାକୁ ଚାହିଁଥାଏ । କିନ୍ତୁ ସତ କଥା ଏହା ଯେ, ସାପମାନଙ୍କର କୌଣସି ସାମାଜିକ ବନ୍ଧନ ନାହିଁ । ସାପମାନେ ଆକ୍ରମଣକାରୀକୁ ଚିହ୍ନି ପାରନ୍ତି ନାହିଁ । ସାପମାନଙ୍କର ସ୍ମୃତି ଶକ୍ତି ଅଧିକ ନୁହେଁ । କିନ୍ତୁ ଅନେକ ସିନେମାରେ ସାପମାନଙ୍କୁ ନେଇ ଏପରି ଚିତ୍ରଣ କରାଯାଇଛି ଯାହାକୁ ଦେଖି ଲୋକଙ୍କ ମନରେ ଅନ୍ଧ ବିଶ୍ୱାସ ଭରି ରହିଛି ।

6/6

ଆଉ ସୂଚନା ଆପଣଙ୍କୁ ଦେବାକୁ ଚାହୁଁଛୁ । ସାପମାନେ ଶବ୍ଦ ଶୁଣି ପାରନ୍ତି ନାହିଁ । କିନ୍ତୁ ଭୂମିରୁ ଉତ୍ପନ୍ନ ହେଉଥିବା କମ୍ପନକୁ ଅନୁଭବ କରିପାରନ୍ତି । କିଛି ଲୋକ ଏହା ବିଶ୍ୱାସ କରନ୍ତି ଯେ, ସବୁ ସାପଙ୍କଠାରେ ବିଷ ଥାଏ । କିନ୍ତୁ ସତ ଏହା ୧୦୦ ପ୍ରଜାତିର ସାପଙ୍କ ମଧ୍ୟରୁ ୪୦ ପ୍ରତିଶତ ସାପଙ୍କ ନିକଟରେ ବିଷ ନଥାଏ ।





Read More