PHOTOS

Lucky Zodiac Sign: ଜୁଲାଇ ୯ରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 9 July 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Advertisement
1/5

ମେଷ ରାଶି ଆଜି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସୁଖମୟ ରହିବ। ମେଷ ରାଶିର ବ୍ୟକ୍ତିବିଶେଷ ଆଜି ଜୀବନକୁ ମନଭରି ଉପଭୋଗ କରିବେ। ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। ପିତା କିମ୍ବା ଗୁରୁଜନମାନଙ୍କର ସହଯୋଗ ମିଳିବ। ବେକାରୀଙ୍କୁ ନୂଆ ଚାକିରି ମିଳିବ। ବ୍ୟବସାୟୀମାନେ ସଫଳତାର ସହିତ ଚ୍ୟାଲେଞ୍ଜକୁ ସାମ୍ନା କରିବେ। ଲାଭାନ୍ୱିତ ରହିବେ। ବନ୍ଧୁଙ୍କ ସହିତ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି। ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ। ସନ୍ତାନ ମାନଙ୍କର କାର୍ଯ୍ୟ ଦେଖି ମନ ଖୁସି ହେବ। 

2/5

କର୍କଟ ରାଶି କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ରହିବ। ବ୍ୟବସାୟ ହେଉ ଅବା କର୍ମକ୍ଷେତ୍ରରେ, ସବୁଠାରେ ନିଜର ସ୍ଥାନ ବଜାୟ ରଖିବାରେ ସକ୍ଷମ ହେବେ। ପରିବାରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପରିବାରର ବୟସ୍କଙ୍କ ସହଯୋଗ ମିଳିବ। ଭାଇମାନଙ୍କର ସହଯୋଗରେ ଘରର ଜରୁରୀ କାର୍ଯ୍ୟ ଶେଷ ହେବ।ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ତାହା ପାଇଁ ଦିନଟି ବେଶ ଉତ୍ତମ ରହିବ। ବଜରଙ୍ଗବଲୀଙ୍କ କୃପାରୁ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ଚାକିରିଆଙ୍କ ପାଇଁ ଦିନଟି ବେଶ ଭଲ ରହିବ। କୌଣସି କମ୍ପାନୀରୁ ନୂଆ ଅଫର ମିଳିପାରେ। 

3/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଶାନଦାର ରହିବ। ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହନୁମାନ ଜୀଙ୍କ ଆଶିର୍ବାଦ ବର୍ଷିବ। ଫଳରେ ଆପଣଙ୍କ ବ୍ୟବସାୟ ହେଉ ଅବା କର୍ମକ୍ଷେତ୍ରରେ ସବୁଠାରେ ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ପାଇବ। ପରିବାରର ସଦସ୍ୟଙ୍କ ପକ୍ଷରୁ ଶୁଭ ଖବର ମିଳିପାରେ। ଜୀବନସାଥିଙ୍କ ସହିତ ଧାର୍ମିକ ସ୍ଥିତି ବୁଲିବାକୁ ଯିବେ। ବ୍ୟବସାୟୀମାନେ ନିଜର ଯୋଗ୍ୟତା ପ୍ରଦର୍ଶନ କରିବେ। ଆପଣଙ୍କର ପ୍ରଭାବ ବଢିବ। ଧନ ଲାଭ ହେବ। ଜମିବାଡି କିମ୍ବା ଯାନବାହନ କିଣିବାର ସୁଯୋଗ ରହିଛି।  ବାପା-ମାଙ୍କ ସହିତ ସମୟ ଅତିବାହିତ କରିପାରିବେ। 

4/5

ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଖୁସିରେ ବିତିବ। ଚାକିରିଆଙ୍କୁ ଖୁସିଖବର ମିଳିପାରେ। ଅବିବାହିତଙ୍କ ବିବାହ ସଂଯୋଗ ରହିବ। ବ୍ୟବସାୟୀଙ୍କୁ ଅଟକି ରହିଥିବା ଟଙ୍କା ଫେରିପାଇବେ। ବ୍ୟବସାୟରେ ବୃଦ୍ଧି ହେବ। 

5/5

କୁମ୍ଭ ରାଶି ଚାକିରିଆଙ୍କ ପାଇଁ ଦିନଟି ବେଶ ଭଲ ରହିବ। ବିଦେଶରୁ ଚାକିରି ଅଫର ମିଳିପାରେ। ଦରମାରେ ମଧ୍ୟ ବୃଦ୍ଧି ହେବ। ବ୍ୟବସାୟୀମାନେ ଭୌତିକ ସୁଖସୁବିଧା ଲାଭ କରିବେ। ଚିନ୍ତାମୁକ୍ତ ରହିବେ। ଦମ୍ପତିମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ ରହିବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।





Read More