PHOTOS

ବିଶ୍ୱର ରହସ୍ୟମୟୀ ନଦୀ, ୨୪ ଘଣ୍ଟା ପ୍ରବାହିତ ହୁଏ ଫୁଟା ପାଣି

ବିଶ୍ୱରେ ଏମିତି କିଛି ନଦୀ ଅଛି, ଯେଉଁ ନଦୀରେ ପ୍ରବାହିତ ହୋଇଥାଏ ଉତପ୍ତ ଜଳ । ଯଦି ଭୁଲରେ ବି ଏହି ନଦୀ ପାଣିରେ ଆପଣ ପଡ଼ି ଯାଆନ୍ତି ତେବେ ଆପଣଙ୍କ ଜୀବନ ଚାଲିଯିବ ।

 

Advertisement
1/5
୨୦୧୧ମସିହାରେ ଏହି ନଦୀ ଆବିଷ୍କୃତ ହୋଇଥିଲା :
୨୦୧୧ମସିହାରେ ଏହି ନଦୀ ଆବିଷ୍କୃତ ହୋଇଥିଲା :

୨୦୧୧ ମମିହା ଆବିଷ୍କୃତ ହୋଇଥିବା ଏହି ଉତ୍ତପ୍ତ ନଦୀ ପେରୁରେ ପ୍ରବାହିତ ହେଉଛି । ଭୂ-ବିଜ୍ଞାନୀ ଆଣ୍ଡ୍ରେ ରୁଜୋ ଏହି ରହସ୍ୟମୟ ନଦୀର ଅନୁସନ୍ଧାନ କରିଥିଲେ । ଏହି ଉତପ୍ତ ନଦୀର ନାମ ମୟନ୍ତୁୟାକୁ (Mayantuyacu River) ରଖାଯାଇଛି ।  ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ ଯଦି କେହି ବି ଭୁଲରେ ଏହି ନଦୀରେ ପାଣିକୁ ଯିବାପାଇଁ ଚେଷ୍ଟା କରନ୍ତି ସେମାନଙ୍କ ମୃତ୍ୟୁ ନିଶ୍ଚିନ୍ତ ।

 

2/5
ରହସ୍ୟମୟ ଭାବରେ ଫୁଟୁଥିବା ନଦୀ ଜଳ:
ରହସ୍ୟମୟ ଭାବରେ ଫୁଟୁଥିବା ନଦୀ ଜଳ:

ମୟନ୍ତୁୟାକୁ ନଦୀର ଆବିଷ୍କାରର କାହାଣୀ ଅତ୍ୟନ୍ତ ରୋଚକ। ପିଲାଦିନରୁ ରୁଜୋ ଏପରି କଳ୍ପିତ ନଦୀଗୁଡ଼ିକର କାହାଣୀ ଶୁଣିଥିଲେ, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କିନ୍ତୁ ସେତେବେଳେ ସେ କେବେ ବି ଅନୁଭବ କରି ନଥିଲେ ଯେ, ଏପରି ନଦୀ ପ୍ରକୃତରେ ଅଛି । ଦିନେ ସେ ଆମାଜନର ଜଙ୍ଗଲରେ ପହଞ୍ଚିଲେ । ଯେଉଁଠାରେ ସେ ତାଙ୍କର କାଳ୍ପନୀକ କାହାଣୀର ସତ୍ୟତାରେ ପରିଣତ ହୋଇଥିଲା । ଶେଷରେ ସେ ଏକ ନଦୀ ଖୋଜିବାରେ ସଫଳ ହେଲେ ଯାହାର ଜଳ ରହସ୍ୟମୟ ଭାବରେ ଫୁଟୁଥିଲା ।

 

3/5
ମୟନ୍ତୁୟାକୁ ନଦୀ ଜଳରେ ଚା ’ବନିପାରେ:
ମୟନ୍ତୁୟାକୁ ନଦୀ ଜଳରେ ଚା ’ବନିପାରେ:

ଏହି ନଦୀ ପ୍ରାୟ ୭ କିଲୋମିଟର ଲମ୍ବ । ଗୋଟିଏ ଗୋଟିଏ ସ୍ଥାନରେ ମୟନ୍ତୁୟାକୁ ନଦୀ ୮୦ ଫୁଟ ଚଉଡା ହୋଇଯାଏ, ତା’ପରେ ଗୋଟିଏ ସ୍ଥାନରେ ଏହାର ଗଭୀରତା ୧୬ ଫୁଟ ପର୍ଯ୍ୟନ୍ତ ଥାଏ । ରୁଜୋଙ୍କ ଅନୁଯାୟୀ ଏହାର ଜଳ ଏତେ ଗରମ ଯେ, ଆପଣ ଏଥିରୁ ଚା ମଧ୍ୟ ତିଆରି କରିପାରିବେ।

4/5
ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟକୁ ବୁଝି ପାରିନାହାନ୍ତି :
ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟକୁ ବୁଝି ପାରିନାହାନ୍ତି :

ଉତ୍ତପ୍ତ ମୟନ୍ତୁୟାକୁ ନଦୀ ପାଣିର ରହସ୍ୟର ସମାଧାନ ପାଇଁ ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି । ଏହି ନଦୀର ଜଳ ସବୁବେଳେ ଫୁଟୁଛି । ଏହା ଏକ ସ୍ୱାଭାବିକ ଗରମ ନଦୀ, ତେଣୁ ବୈଜ୍ଞାନିକମାନେ ଏହାକୁ ବିଶ୍ୱର ବୃହତ୍ତମ ତାପଜ ନଦୀ ବୋଲି ବିବେଚନା କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନଦୀ ଚାରିପାଖରେ ଆଗ୍ନେୟଗିରି ନାହିଁ ।

5/5
ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ:
ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ:

ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମାଜନର ଜଙ୍ଗଲ ମଧ୍ୟରେ ଲୁଣି ନଦୀ ଏବଂ ହଟ୍ ନଦୀ ନାମକ ଦୁଇଟି ନଦୀ ଏହି ମୟନ୍ତୁୟାକୁ ନଦୀରେ ମିଶ୍ରଣ ହୁଏ । ଏହି ନଦୀର ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ । ରୁଜୋ ଏହି ନଦୀ ବିଷୟରେ 'ବୋଇଲିଂ ରିଭର' ବା ଉତପ୍ତ ନଦୀ ଏବଂ 'ଆଡଭେନ୍ଚର ଆଣ୍ଡ ଡିସକଭରି ଇନ୍ ଦ ଆମାଜନ୍' ନାମକ ଏକ ପୁସ୍ତକରେ ସେ ନଦୀର ରହସ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି ।





Read More