PHOTOS

Rishabh Pant Accident: ଦୁର୍ଘଟଣା ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ପନ୍ତଙ୍କ ଗର୍ଲଫ୍ରେଣ୍ଡ

Rishabh Pant GirlFriend: ପୂର୍ବରୁ କଥାକଥିତ ବାନ୍ଧବୀ ଉର୍ବଶୀ ରୌତେଲାଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା । ମାତ୍ର କ୍ରିକେଟର ଋଷଭ ଇଶା ନେଗୀଙ୍କ ସହ ନିଜର ସମ୍ପର୍କ ଥିବା ନେଇ ସ୍ପଷ୍ଟ କରିଥିଲେ । ତେବେ ଫଟୋ ମାଧ୍ୟମରେ ଦେଖନ୍ତୁ କିଏ ଏହି ଇଶା ନେଗୀ ଓ ପେଶାରେ ସେ କଣ କରନ୍ତି। 

Advertisement
1/7

ଋଷଭ ପନ୍ତ ଓ ଇଶା ନେଗୀ ଦୁହେଁ ହିଁ ଉତ୍ତରାଖଣ୍ଡର । ଏକ ୱେବ ଚ୍ୟାନେଲ ମୁତାବିକ, ଇଶା ଋଷଭଙ୍କ ପୂର୍ବରୁ ତାଙ୍କ ଭଉଣୀ ରିୟା ଓ ତାଙ୍କ ମା ସହିତ ବହୁତ ନିକଟତର । କୁହାଯାଉଛି ଯେ, ପନ୍ତଙ୍କ ଦୁର୍ଘଟଣା ପରେ ଇଶା ଲଗାତାର ପନ୍ତଙ୍କ ପରିବାର ସହିତ ଯୋଗାଯୋଗରେ ଅଛନ୍ତି। ନିଜ ସୋସିଆଲ ମିଡିଆ ପୋଷ୍ଟରେ Get Well Soon Rishabh Pant ଲେଖିବା ସହ ଏକ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି।

2/7

୨୦୧୯ ବିଶ୍ୱକପ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଋଷଭ ପନ୍ତ ସୋସିଆଲ ମିଡିଆରେ ନୂଆ ଗର୍ଲଫ୍ରେଣ୍ଡ ଇଶା ନେଗିଙ୍କ ସହ ଏକ ଫଟୋ ସେୟାର କରି ଏକ କ୍ୟାପସନ ଲେଖିଥିଲେ। ମୁଁ ବାସ୍ ତୁମକୁ ଖୁସିରେ ରଖିବାକୁ ଚାହୁଁଛି, 'କାରଣ ତୁମେ ହେଉଛ ସେହି କାରଣ ଯାହା ପାଇଁ ମୁଁ ଖୁସିରେ ଅଛି'

 

3/7

ଇଶା ନେଗୀଙ୍କୁ ପ୍ରଥମ ଥର ୨୦୨୨ ମସିହାରେ ଆଇପିଏଲ୍ ସମୟରେ କ୍ରିକେଟ୍ ଷ୍ଟାଡିୟମରେ ପ୍ରଥମେ ପନ୍ତଙ୍କ ଭଉଣୀଙ୍କ ସହ ସ୍ପଟ୍ କରାଯାଇଥିଲା । ଷ୍ଟାଡିୟମରେ ଋଷଭଙ୍କୁ ଚିୟର ଅପ କରୁଥିବା ଇଶାଙ୍କ ଫଟୋ ଖୁବ ସୋସିାଆଲ ମିଡିଆରେ ଭାଇରାଲ ହୋଇଥିଲା। 

4/7

ଇଶା ପେଷାରେ ଜଣେ ଇଣ୍ଟରିୟର ଡେକୋର ଡିଜାଇନର ଅଟନ୍ତି। ଇଶା ନେଗୀ ଇନଷ୍ଟାଗ୍ରାମରେ ସର୍ବଦା ଆକ୍ଟିଭ ରହିଥାନ୍ତି । ଇଶା ଏମିଟି ୟୁନିଭର୍ସିଟିରେ ନିଜର ଶିକ୍ଷା ଶେଷ କରିଛନ୍ତି।

5/7

ଇଶା ନିଜର ଡ୍ରେସିଂ ସେନ୍ସ ଓ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଡ୍ରେସଅପ ଓ ଆଉଟଫିଟକୁ ନେଇ ସେ ବଲିଉଡ ଅଭିନେତ୍ରୀଙ୍କୁ ମଧ୍ୟ ମାତ୍ ଦିଅନ୍ତି। ଇଶା ସାହିତ୍ୟ ଓ ଫିଲୋସୋପି ଉପରେ ଅଧିକ ଧ୍ୟାନ ରଖିଥାନ୍ତି। 

6/7

୨୦୧୯ ବିଶ୍ୱକପ୍ ପୂର୍ବରୁ ଋଷଭ ପନ୍ତ ଇଶାଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ ମୁଁ କେବଳ ତୁମକୁ ଖୁସି ରଖିବାକୁ ଚାହେଁ କାରଣ ତୁମେ ଖୁସି ହେବାର କାରଣ ଅଟ । ସେତେବେଳେ ଇଶା ଉତ୍ତର ଦେଇଥିଲେ My man, My Soulmate, My Best Friend, Love Of my Life Rishabh Pant

7/7

ଋଷଭ ପନ୍ତଙ୍କ ପୂର୍ବ ତଥାକଥିତ ଗର୍ଲଫ୍ରେଣ୍ଡ ଉର୍ବଶୀ ରୌତେଲା ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି। ଯଦିଓ ପନ୍ତ ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ କେବେ ଗ୍ରହଣ କରିନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ଖୁବ ଟଣାଓଟରା ଚାଲିଥାଏ। 

 





Read More