PHOTOS

Jaya Kishori: ମୟୂରୀ ମୟୂର ସହ କାହିଁକି ରଖେନି ଶାରୀରିକ ସମ୍ପର୍କ, ଜୟା କିଶୋରୀ ଖୋଲିଲେ ଗୁମର !

Jaya Kishori: ଜୟା କିଶୋରୀଙ୍କୁ ବା କିଏ ନ ଜାଣେ । ମୋଟିଭେସନାଲ ସ୍ପିକର ଓ ୟୁଥ ଆଇକନ ଭାବେ ସେ ସାରା ଦେଶରେ ଜଣାଶୁଣା । ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ କ୍ରେଜ ଦେଖିବାକୁ ମିଳେ । ପ୍ରେରଣାଦାୟୀ ସ୍ପିଚ୍ ଦେଉଥିବା ଜୟା କିଶୋରୀଙ୍କର ବାଘେଶ୍ୱର ଧାମ ବାବା ଧିରେନ୍ଦ୍ର ଶାତ୍ସୀଙ୍କ ସହ ବିବାହକୁ ନେଇ କିଛି ଦିନ ପୂର୍ବରୁ ବେଶ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଆଜି ଆମେ ଜୟା କିଶୋରୀଙ୍କ ଏପରି ଏକ କଥାକୁ ନେଇ ଆଲୋଚନା କରିବା ଯାହା ସେ ନିଜ ସଭା ମାଧ୍ୟମରେ କହିଥିଲେ ।

Advertisement
1/6

ମୋଟିଭେସନାଲ ସ୍ପିଚ୍ ଓ ଲାଇଫ ମାନେଜମେଣ୍ଟ ଟିପ୍ସ ପାଇଁ ଜୟା କିଶୋରୀ ଯୁବପୀଢିଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଏନେଇ ସେ ଅନେକ ସେମିନାର ଓ ୱେବିନାର୍ ମଧ୍ୟ ପରିଚାଳନା କରିଥାଆନ୍ତି ।

2/6

କିଛି ମାସ ପୂର୍ବରୁ, ଜୟା କିଶୋରୀ ନିଜ ସଭା ସମୟରେ କହିଥିଲେ କି ମୟୂରୀ ମୟୂର ସହ ଶାରୀରିକ ସମ୍ପର୍କ ରଖିନଥାଏ । ମୟୂରର ଲୁହ ପିଇ ମୟୂରୀ ଗର୍ଭବତୀ ହୁଏ । ଏହି କାରଣରୁ ଭଗବାନ କୃଷ୍ଣ ମୟୂର ପକ୍ଷୀ ଲଗାଇ ଥାଆନ୍ତି । ତାଙ୍କର ଏହି ଯୁକ୍ତି ପରେ ସୋସିଆଲ ମିଡି଼ଆରେ ଲୋକମାନଙ୍କ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା ।

3/6

ବିଜ୍ଞାନ ଦୃଷ୍ଟିକୋଣରୁ ତାଙ୍କର ଏପରି ଯୁକ୍ତିର କୌଣସି ସତ୍ୟତା ନାହିଁ । ମୟୂରୀ ମୟୂର ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥାଏ ଯାହା ପରେ ସେ ଗର୍ଭଧାରଣ କରିଥାଏ । ଜୟା କିଶୋରୀଙ୍କ ପୂର୍ବରୁ ଅନ୍ୟ ଜଣେ କଥାକାର ମଧ୍ୟ ଏହି ସମାନ ଯୁକ୍ତି ରଖିଥିଲେ ଯେ ମୟୁର ବ୍ରହ୍ମଚାରୀ ଅଟେ। ସେଥିପାଇଁ ମୟୂରକୁ ଜାତୀୟ ପକ୍ଷୀର ମାନ୍ୟତା ଦିଆଯାଇଛି ।ତେବେ ଏହି କଥାଟି ବିଶ୍ୱାସ ଉପରେ ଆଧାରିତ ଅଟେ । ଯଦି ଆପଣଙ୍କ ମନରେ ମୟୂରୀର ଗର୍ଭଧାରଣକୁ ନେଇ ଏହି ଲୁହ ପିଇବା ପ୍ରସଙ୍ଗ ଆସୁଛି ତାହାଲେ ଏହି ଭୁଲ ଧାରଣାକୁ ମନରୁ ହଟାଇ ଦିଅନ୍ତୁ ।

 

4/6

ଅନେକ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ମୟୂର-ମୟୂରୀର ମିଳନ ସମୟର ଫଟୋକୁ ନିଜ କ୍ୟାମେରାରେ କଏଦ କରିଛନ୍ତି । କେତେକ ବନ୍ୟଜନ୍ତୁ ପତ୍ରିକାରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି ପକ୍ଷୀଙ୍କୁ ସମ୍ପର୍କ ସ୍ଥାପନ କରିବାକୁ ୧୫ ସେକେଣ୍ଡର ସମୟ ଲାଗିଥାଏ। ମୟୂର ମୟୁରୀକୁ ସ୍ପର୍ମ ଟ୍ରାନ୍ସଫର କରିଥାଏ ଫଳରେ ମୟୂରୀ ଗର୍ଭ ଧାରଣ କରେ।

5/6

ଜୟା କିଶୋରୀ ନିଜ ପରିବାର ସହିତ କୋଲକାତାରେ ରୁହନ୍ତି । ଜୟା ଅଳ୍ପ ବୟସରେ ଭାଗବତ ଗୀତା ପ୍ରତି ଆକର୍ଷିତ ହେବା ଆରମ୍ଭ କରିଥିଲେ। ଜୟାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ନେଇ ଲୋକମାନେ ବେଶ ଆଗ୍ରହୀ ଥାଆନ୍ତି।

6/6

ଏକ ସାକ୍ଷାତକାରରେ ଜୟା କିଶୋରୀଙ୍କୁ ତାଙ୍କ ବିବାହ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ମୁଁ କୌଣସି ସାଧୁ ନୁହେଁ ବରଂ ଜଣେ ସାଧାରଣ ଝିଅ ଅଟେ। ମୁଁ ମଧ୍ୟ ଅନ୍ୟ ଝିଅଙ୍କ ପରି ସାଧାରଣ ଜୀବନଯାପନ କରିବାକୁ ଚାହୁଁଛି ।

ତେବେ ଜୟା କିଶୋରୀ ନିଜ ବିବାହକୁ ନେଇ ଏକ ନିଆରା ସର୍ତ୍ତ ରଖିଛନ୍ତି । ଏକ ଭିଡିଓରେ ସେ କହିଛନ୍ତି ଯେ ଯଦି ମୁଁ କୋଲକତାରେ ବିବାହ କରେ ତେବେ ଭଲ ହେବ। କାରଣ ମୁଁ  କୌଣସି ସମୟରେ ମୋ ଘରକୁ ଆସି ଖାଇ ପାରିବି । କିନ୍ତୁ ଏହା ସତ ଯେ ବିବାହ ପରେ ମଧ୍ୟ ମୁଁ ପ୍ରଭୁଙ୍କୁ ପୂଜା କରିବା ବନ୍ଦ କରିବି ନାହିଁ  ।





Read More