PHOTOS

Train Driver license: ଟ୍ରେନ୍ ଡ୍ରାଇଭର ପାଇଁ ରହିଥାଏ କି ଅଲଗା ଲାଇସେନ୍ସ? କିପରି ମିଳିଥାଏ ଟ୍ରେନ୍ ଚଳାଇବାର ଅନୁମତି?

Loco Pilot License: ଯେପରି ରାସ୍ତାରେ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ଲାଇସେନ୍ସ ଦରକାର ହୋଇଥାଏ, କ'ଣ ସେପରି ଟ୍ରେନ୍ ଚଳାଉଥିବା ଡ୍ରାଇଭର ପାଇଁ ଲାଇସେନ୍ସ ଆବଶ୍ୟକ ହୋଇଥାଏ କି?
 

Advertisement
1/6

ଆପଣ ଜାଣିଛନ୍ତି ଆମ ଦେଶରେ ଟ୍ରେନ ଚଳାଚଳ ରେଳବାଇ ଦ୍ୱାରା ପରିଚାଳନା କରାଯାଇଥାଏ। ଏଭଳି ପରିସ୍ଥିତିରେ ଯିଏ ଟ୍ରେନ୍ ଚଳାଇବେ, ତାଙ୍କୁ ରେଳବାଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥାଏ।

2/6

ଟ୍ରେନ ଚଳାଇବା ଲାଗି ସାଧାରଣ ଲାଇସେନ୍ସ ପରି ଅନୁମତି ଦିଆଯାଇ ନଥାଏ। ବରଂ ରେଳବାଇ କିଛି ଲୋକଙ୍କୁ ଟ୍ରେନ୍ ଚଳାଇବାକୁ ଅନୁମତି ଦେଇଥାଏ।

3/6

ଟ୍ରେନ ଡ୍ରାଇଭର ପାଇଁ ରେଳବାଇ ପକ୍ଷରୁ ପ୍ରଥମେ ଲୋକୋ ପାଇଲଟ୍ ପାଇଁ ନିଯୁକ୍ତ ହୋଇଥାଏ। ଏହି ପଦ ପାଇଁ ଲିଖିତ ପରୀକ୍ଷା, ସାକ୍ଷାତକାର ଏବଂ ଡାକ୍ତରୀ ପରୀକ୍ଷା ମାଧ୍ୟମରେ ମନୋନୀତ ହୋଇଥାନ୍ତି ପ୍ରାର୍ଥୀ। ଏହା ପରେ ସେମାନଙ୍କୁ ତାଲିମ ପାଇଁ ପଠାଯାଇଥାଏ।

4/6

ତାଲିମ ସମୟରେ ସେମାନଙ୍କୁ ପ୍ରଥମେ ଟ୍ରେନ ଇଞ୍ଜିନ ବିଷୟରେ ଅବଗତ କରାଯାଏ। ପରେ ସେମାନଙ୍କୁ ଟ୍ରେନ୍ ଚଳାଇବା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥାଏ। ଏହା ପରେ ସେମାନଙ୍କର ଡିଭିଜନାଲ ଇଞ୍ଜିନିୟର ପରୀକ୍ଷା ନେଇଥାନ୍ତି। ଏହି ପରୀକ୍ଷା ପରେ ସେମାନଙ୍କୁ ଏକ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ।

5/6

ଏହି ସାର୍ଟିଫିକେଟ୍ କେବଳ ସେମାନଙ୍କ ପାଇଁ ଏକ ଲାଇସେନ୍ସ ଭାବରେ କାମ କରିଥାଏ। ଏହି ସାର୍ଟିଫିକେଟ ଆଧାରରେ ସେମାନେ କେବଳ ଟ୍ରେନ୍ ଚଲାଇବାକୁ ଅନୁମତି ପାଇଥାନ୍ତି।

6/6

ପ୍ରଥମେ ଲୋକୋ ପାଇଲଟ୍ ମାଲ ଗାଡ଼ି ଚଳାଇବା ଦାୟିତ୍ୱ ମିଳିଥାଏ। ଏହା ପରେ ସେମାନଙ୍କୁ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ଅନୁମତି ଦିଆଯାଇଥାଏ। 

 

 





Read More