PHOTOS

IPL 2023: KKR ଜିତିବା ପରେ ଫିଲ୍ଡରେ ଏମିତି ନଜର ଆସିଲେ ବିରାଟ-ଶାହରୁଖ

IPL 2023 News In Odia: ଆଇପିଏଲର ନବମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରସିବି ଏବଂ କେକେଆର୍ ମଧ୍ୟରେ ଖେଳାଯାଇଥିଲା । ଶାହାରୁଖ ଖାନ୍ ମଧ୍ୟ ଦଳକୁ ଚିୟର ଅପ କରିବାକୁ ପହଞ୍ଚିଯାଇଥଲେ। କେକେଆରର ବିଜୟ ପରେ କିଙ୍ଗ ଖାନଙ୍କ ଖୁସିର କୌଣସି ସୀମା ନଥିଲା। ଆଜିକାଲି ଦେଶରେ ଆଇପିଏଲ୍ ଫିଭର ସମସ୍ତଙ୍କୁ ଚଢିଛି। ଗୁରୁବାର ଦିନ ଶାହରୁଖ ଖାନ ତାଙ୍କ ଦଳ କେକେଆରକୁ ସମର୍ଥନ କରିବା ପାଇଁ ଇଡେନ ଗାର୍ଡେନରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ଦଳକୁ ସମର୍ଥନ କରୁଥିବା ଦେଖାଯାଇଥିଲା।

Advertisement
1/5

ଗୁରୁବାର କୋଲକାତାରେ ଆଇପିଏଲର ନବମ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ କେକେଆର ଆରସିବିକୁ ଅତି ଦୟନୀୟ ଭାବେ ପରାସ୍ତ କରିଥିଲା। ଏହି ବିଜୟ ପରେ ଶାହାରୁଖ ଖାନଙ୍କ ଖୁସିର କୌଣସି ସୀମା ନଥିଲା। 

 

2/5

କେକେଆରର ବିଜୟ ପରେ କିଙ୍ଗ ଖାନ ବିରାଟ କୋହଲିଙ୍କୁ ଆଲିଙ୍ଗନ କରି ତାଙ୍କ ଗାଲ ଟାଣୁଥିବା ଦେଖିବାକୁ ମିଳିଥିଲା । ଏହାସହ 'ପଠାନ'ର ଆଇକନିକ ଗୀତ' ଝୁମେ ଜୋ ପଠାନ'ରେ ମଧ୍ୟ ନାଚିଥିଲେ।

3/5

ଖେଳ କ୍ଷେତ୍ରରେ ଶାହରୁଖ ଖାନଙ୍କ ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଠାରେ କହିରଖୁଛୁ ଯେ, କୋଲକାତା ନାଇଟ୍ ରାଇଡର୍ସ ୨୦୧୨ ଏବଂ ୨୦୧୪ରେ ଦୁଇଥର ଆଇପିଏଲ୍ ଟ୍ରଫି ଜିତିସାରିଛି।

4/5

କେକେଆରକୁ ସମର୍ଥନ କରିବା ପାଇଁ ଶାହାରୁଖ ଖାନଙ୍କୁ ସବୁବେଳେ ଦେଖିବାକୁ ମିଳେ। ବିଜୟ ପରେ ତାଙ୍କ ଖୁସିର କୌଣସି ସୀମା ନଥିଲା।

5/5

ଏହି ବିଜୟ ପରେ ସମସ୍ତ ଫଟୋ-ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥି ସହିତ ବିରାଟ କୋହଲିଙ୍କ ସହ ଶାହାରୁଖ ଖାନଙ୍କ ଫଟୋକୁ ବହୁତ ପସନ୍ଦ କରାଯାଉଛି।

 





Read More