PHOTOS

General Knowledge: ସେହି ଟ୍ରେନ ଯିଏ ୨୧ ତୋପ ସଲାମୀ ପାଇବା ପରେ ଆରମ୍ଭ କରିଥିଲା ଯାତ୍ରା

Indian Railways History: କେବେ ଆପଣ ଚିନ୍ତା କରିଛନ୍ତି ଯେତେବେଳେ ଦେଶରେ ପ୍ରଥମ ଥର ପାଇଁ ଟ୍ରେନ୍ ଚଳାଚଳ କରିଥିଲା ସେତେବେଳର ଦୃଶ୍ୟ କିପରି ରହିଥିଲା? ଭାରତ ବର୍ଷରେ ସର୍ବ ପ୍ରଥମେ ଟ୍ରେନ ୧୮୫୩ ମସିହା ଅପ୍ରେଲ ୧୬ ତାରିଖରେ ଚଳାଚଳ କରିଥିଲା। ଦେଶର ପ୍ରଥମ ଟ୍ରେନ ସେତେବେଳର ବମ୍ବେର ବୋରି ବନ୍ଦର (ଏବେକାର ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲ୍) ଠାରୁ ଠାଣେ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚଳାଚଳ କରିଥିଲା।

Advertisement
1/5

ଏହା ଦେଶର ପ୍ରଥମ ଟ୍ରେନ୍ ରହିଥିଲା। ଯେଉଁଥିରେ ପ୍ରାୟ ୨୦ କୋଚ୍ ଯୋଗ କରାଯାଇଥିଲା। ଏହି ଟ୍ରେନ ଯୋଗେ ପ୍ରାୟ ୪୦୦ ଯାତ୍ରୀ ଯାତ୍ରା କରିଥିଲେ। ଯାହାକୁ ତତ୍କାଳୀନ ବ୍ରିଟିଶ ଗଭର୍ଣ୍ଣର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସେବେ ଠାରୁ ଯାଇ ଔପଚାରିକ ଭାବେ ଭାରତ ବର୍ଷରେ ରେଳସେବା ଆରମ୍ଭ ହୋଇଥିଲା।

 

2/5

ଯେତେବେଳେ ୧୮୫୩ ମସିହା ଅପ୍ରେଲ ୧୬ ତାରିଖରେ ପ୍ରଥମ ଟ୍ରେନ ଚଳାଚଳ କରିଥିଲା ସେତେବେଳର ଭାରତ ବର୍ଷର ଲୋକଙ୍କ ପାଇଁ ଏକ ବିଶେଷ ଉତ୍ସବ ଭଳି ରହିଥିଲା। ଏଭଳି ପରିସ୍ଥିତିରେ ଯେତେବେଳେ ଟ୍ରେନ୍ ପ୍ରଥମ ଥର ପାଇଁ ଏହାର ଯାତ୍ରା ଆରମ୍ଭ କରିଥିଲା, ସେତେବେଳେ ଏହାକୁ ୨୧ ତୋପ ସଲାମୀ ଦିଆଯାଇଥିଲା। ୨୧ ତୋପ ସଲାମୀ ପାଇବା ପରେ ଏହି ଟ୍ରେନ ଏହାର ଯାତ୍ରା ଆରମ୍ଭ କରିଥିଲା। 

3/5

ସେତେବେଳର ବମ୍ବେର ବୋରି ବନ୍ଦର (ଏବେକାର ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲ୍) ଠାରୁ ଠାଣେ ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରିଥିଲା। ଯାହା ପ୍ରାୟ ୩୪ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ଏହି ଟ୍ରେନ ସାହେବ, ସୁଲତାନ ଏବଂ ସିନ୍ଧ ନାମକ ତିନୋଟି ଇଞ୍ଜିନ୍ ସହ ଏହାର ସମ୍ପୂର୍ଣ୍ଣ ଯାତ୍ରା କରିଥିଲା।

 

4/5

ଖବର ଅନୁଯାୟୀ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଟ୍ରେନ୍ ଦିନ ୩ ଘଣ୍ଟା ୩୦ ମିନିଟ ସମୟରେ ଚଳାଚଳ। ଯାତ୍ରା ସମ୍ପୂର୍ଣ୍ଣ କରିବା ପାଇଁ ଏହି ଟ୍ରେନ ପ୍ରାୟ ଦେଢ ଘଣ୍ଟାର ସମୟ ନେଇଥିଲା। ଯାହା ଭାରତୀୟ ରେଳବାଇ ଇତିହାସରେ ଏକ ପ୍ରମୁଖ ଘଟଣା ଭାବେ ବିବେଚିତ ହୋଇଥାଏ।

 

5/5

ବର୍ତ୍ତମାନ ସମୟରେ ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ଭାରତ ବର୍ଷରେ ପ୍ରାୟ ୬୫ ହଜାର କିଲୋମିଟର ଲମ୍ବା ରେଳ ନେଟୱାର୍କ ରହିଛି। ଭାରତ ଭଳି ଏକ ଜନବହୁଳ ଦେଶରେ ପ୍ରତିଦିନ ୨ କୋଟିରୁ ଅଧିକ ଲୋକ ଟ୍ରେନ ଯୋଗେ ସେମାନେ ଚାହୁଁଥିବା ସ୍ଥାନକୁ ଯାତ୍ରା କରିଥାନ୍ତି।

 





Read More