PHOTOS

IND vs AUS: ଗୋଟିଏ ନିଷ୍ପତ୍ତିରେ ଶେଷ ହୋଇଯିବ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର! ସଙ୍କଟରେ କୋଚ୍ ରାହୁଲ ଦ୍ରାବିଡ

IND vs AUS 3rd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଇନ୍ଦୋରରେ ଖେଳାଯିବ । ୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଏହି ମ୍ୟାଚର ଅନେକ ଗୁରୁତ୍ୱ ରହିଛି । କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ଭାରତ ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି । ଦଳ ଏହି ମ୍ୟାଚ୍ ଜିତି ପୁଣି ଥରେ ବୋର୍ଡର-ଗାଭାସ୍କର ଟ୍ରଫି କବଜା କରିବାର ଲକ୍ଷ ରଖିଛି ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଟିକେଟ୍ ନିଶ୍ଚିତ ହୋଇଯିବ । ଏହି ମ୍ୟାଚରେ କୋଚ୍ ରୋହୁଲ ଦ୍ରାବିଡଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ତାଙ୍କର ଗୋଟିଏ ନିଷ୍ପତ୍ତି ଟିମ ଇଣ୍ଡିଆର ଦୁଇ ଜଣ ଖେଳାଳିଙ୍କ ଭାଗ୍ୟ ସ୍ଥିର କରିବାକୁ ଯାଉଛି ।

 

Advertisement
1/5

India vs Australia: କ୍ରମାଗତ ଦୁଇଟି ମ୍ୟାଚ୍ ହାରିଥିବା ଅଷ୍ଟ୍ରେଲିଆ ପାଇଁ ଏହା ଏକ କର କିମ୍ବା ମର ମ୍ୟାଚ୍ । ଏହି ମ୍ୟାଚ୍ ଜିତିଲେ ଭାରତୀୟ ଦଳ ଏହି ସିରିଜକୁ ସିଲ୍ କରିବ ଓ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଟିକେଟ୍ ହାତେଇ ପାରିବ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନେ ଖେଳିବାକୁ ନେଇ ବର୍ତ୍ତମାନ ଠାରୁ ଅନେକ ଚର୍ଚ୍ଚା ହେଉଛି ।

2/5

ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ସାମ୍ନାରେ ଏକ ବଡ଼ ପ୍ରଶ୍ନ ରହିଛି । ପ୍ରଥମ ଦୁଇଟି ଟେଷ୍ଟରେ ଖେଳିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ଙ୍କୁ କେ.ଏସ୍ ଭରତଙ୍କୁ ଦଳରେ ରଖାଯିବ ନା ଇଶାନ କିଶନଙ୍କୁ ଡେବ୍ୟୁ କରିବାର ସୁଯୋଗ ଦିଆଯିବ ଏହା ତାଙ୍କ ଉପରେ ରହିଛି । ନାଗପୁର ଓ ଦିଲ୍ଲୀର ପ୍ରଥମ ଇନିଂସରେ ଭରତ ନିରାଶ କରିଥିଲେ କିନ୍ତୁ ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ କିଛି ଭଲ ସଟ୍ ମାରିଥିଲେ ।

3/5

ଇଶାନ କିଶନ ତାଙ୍କ ପର୍ଯ୍ୟାୟକୁ ଅପେକ୍ଷା କରିଛନ୍ତି ଓ ଦିନିକିଆରେ ଦ୍ୱିଶତକ ହାସଲ କରିବା ପରେ ସେ ବେଞ୍ଚରେ ବସିଆସୁଛନ୍ତି । ଦଳର ଆବଶ୍ୟକତା ଅନୁଯାୟୀ ସେ ନିମ୍ନ କ୍ରମରେ ଦ୍ରୁତ ଇନିଂସ ଖେଳିପାରିବେ । ସେ ୱିକେଟ୍ କିପିଙ୍ଗ ମଧ୍ୟ କରିପାରିବେ, ଏପରି ପରିସ୍ଥିତିରେ କୋଚ୍ ରାହୁଲ ଦ୍ରାବିଡଙ୍କ ସାମ୍ନାରେ ଏକ ଦ୍ୱନ୍ଦ୍ୱ ରହିଛି କି ଇଶାନଙ୍କୁ କେଏସ୍ ଭାରତଙ୍କ ଜାଗାରେ ତୃତୀୟ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିବାର ସୁଯୋଗ ଦେବେ କି ନାହିଁ ।

4/5

କେ.ଏସ୍ ଭରତଙ୍କ ବିଷୟରେ କହିବାକୁ ଗଲେ ଘରୋଇ କ୍ରିକେଟ୍ ରେ ତାଙ୍କର ବହୁତ ରନ୍ ଅଛି ଓ ସେ ମଧ୍ୟ ଏକ ତ୍ରି-ଶତକ ହାସଲ କରିଛନ୍ତି । ଦିଲ୍ଲୀ ଟେଷ୍ଟରେ ସେ ମହତ୍ୱପୂର୍ଣ୍ଣ ୨୩ ରନ୍ ସ୍କୋର କରିଥିଲେ । ଏହି ଅପରାଜିତ ଇନିଂସରେ କେ.ଏସ୍ ଭରତ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ବିରାଟ କୋହଲି ମଧ୍ୟ ତାଙ୍କ ଆତ୍ମବିଶ୍ୱାସୀ ଇନିଂସ ଦେଖିବା ପରେ ଡ୍ରେସିଂ ରୁମରୁ ତାଙ୍କୁ ପ୍ରଶଂସା କରିଥିଲେ ।

5/5

ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ବର୍ତ୍ତମାନ କୋଚ୍ ରାହୁଲ ଦ୍ରାବିଡଙ୍କ ନିଷ୍ପତ୍ତି ଉପରେ ଆଧାରିତ । ଯଦି କେ.ଏସ୍ ଭରତଙ୍କ ସ୍ଥାନରେ ଇଶାନ କିଶନଙ୍କୁ ସୁଯୋଗ ଦିଆଯାଏ, ତେବେ ଭରତଙ୍କ କାଢିଦେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବ । ଯଦି କୋଚ୍ ଭରତଙ୍କ ସହ ରୁହନ୍ତି, ତେବେ ପ୍ରଶ୍ନ ଉଠିବ ଯେ ଇଶାନ କିଶନ କେବେ ଡେବ୍ୟୁ କରିବାର ସୁଯୋଗ ପାଇବେ ।





Read More