PHOTOS

india in paris Olympics: ସରିଲା କ୍ରୀଡା ମହାକୁମ୍ଭ, ୬ ପଦକ ହାତେଇଲା ଭାରତ

ସରିଛି ପ୍ୟାରିସ ଅଲମ୍ପିକ୍ସ। ୧୬ ଦିନ ଧରି ଚାଲିଥିବା ଏହି ମହାକୁମ୍ଭରୁ ଖଟାମିଠା ଅନୁଭୂତି ନେଇ ଫେରିଛନ୍ତି କ୍ରୀଡାବିତ। ଭାରତ ମୋଟ ୬ଟି ପଦକ ହାତେଇ ଅଭିଯାନ ସାରିଛି। ଏବେ ପରବର୍ତ୍ତି ଅଲମ୍ପିକ୍ସକୁ ଅପେକ୍ଷା

Advertisement
1/5

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ଉଦଯାପନୀ ସମାରୋହ। ଦର୍ଶକଙ୍କ ମନ ମୋହିଲେ ଟମ୍ କ୍ରୁଜଙ୍କ ସମେତ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟି। ଭାରତର ଧ୍ୱଜା ଧରିଲେ ଡବଲ୍ ମେଡାଲଧାରୀ ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ।

2/5

ଅଲିମ୍ପିକ୍ସରେ ଚଳିତ ଥର ଭାରତକୁ ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜକୁ ମିଶାଇ ମୋଟ ୬ଟି ପଦକ ମିଳିଛି। ୧୬ଟି ଇଭେଣ୍ଟରୁ କେବଳ ୪ଟି କ୍ରୀଡାରେ ଏହି ପଦକ ମିଳିଛି।

3/5

ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଛନ୍ତି। ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି।

4/5

ଅନୁଷ୍ଠିତ ପ୍ୟାରିସ ଅଲମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେପଟେ ୪୦ ସ୍ୱର୍ଣ୍ଣ ସହ ମୋଟ ୧୨୬ ପଦକ ସହ ଆମେରିକା ତାଲିକା ଶୀର୍ଷରେ ରହିଛି।

5/5

ପରବର୍ତ୍ତି ଅଲମ୍ପିକ୍ସ ୨୦୨୮ ମସିହାରେ ଆମେରିକାର ଲସ ଏଞ୍ଜେଲସରେ ଅନୁଷ୍ଠିତ ହେବ। ଭିନେଶ ଫୋଗଟଙ୍କ ଯୁଗ୍ମ ରୌପ୍ୟ ଆବେଦନ ଉପରେ ଆସନ୍ତାକାଲି ରାୟ ଦେବେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ। 





Read More