PHOTOS

Jacqueline Fernandez: ଜ୍ୟାକଲିନଙ୍କୁ ଭୁଲିପାରୁନି ଠକ ସୁକେଶ, ପୁଣି ଭାଇରାଲ ହେଲା 'ବେବି ଆଇ ଲଭ ୟୁ' ଚିଠି...

Jacqueline Fernandez News In Odia: ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ (Jacqueline Fernandez)। ଠକ ସୁକେଶ (Sukesh Chandrashekhar) ସହ ସମ୍ପର୍କ ରଖିବା ତାଙ୍କୁ ଏବେ ବଦନାମ କରିଛି । କାହିଁକିନା ଜେଲ ଭିତରୁ ଠକ ଅଭିନେତ୍ରୀଙ୍କୁ ଏକ ପ୍ରେମ ଭରା ଚିଠି (Love Letter ) ଲେଖିଛି । ଯେଉଁ ଚିଠି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜେଲ୍‌ରୁ ଜ୍ୟାକଲିନ୍‌ଙ୍କୁ ଇଷ୍ଟର(Easter) ଶୁଭେଚ୍ଛା ଜଣାଇଛି।

Advertisement
1/5

୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଜେଲରେ ଅଛନ୍ତି। ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ଯଦିଓ ଜ୍ୟାକଲିନ୍‌ଙ୍କ କହିବା କଥା ହେଲା ଯେ, ମନି ଲଣ୍ଡରିଂ ମାମଲାରେ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସୁକେଶ ଲେଖିଥିବା ଚିଠିରେ ଜ୍ୟାକଲିନଙ୍କ ପାଇଁ ଅନେକ ଭଲ ପାଇବା ଦର୍ଶାଯାଇଛି। ଚିଠିରେ ଲେଖାଯାଇଛି, ‘ଜ୍ୟାକଲିନ ମୋ ବେବି, ମୋ ବୋମା(My Baby My Bomma Jacqueline), ବେବି ମୁଁ ତୁମକୁ ଇଷ୍ଟରର ଶୁଭେଚ୍ଛା ଜଣାଉଛି। ଏହା ତୁମର ସବୁଠାରୁ ପ୍ରିୟ ପର୍ବ ମଧ୍ୟରୁ ଗୋଟିଏ ଏବଂ ମୁଁ ସେହି ଦିନ ଗୁଡିକୁ ବର୍ତ୍ତମାନ ବହୁତ ମନେ ପକାଉଛି’।

2/5

ଚିଠିରେ ଆହୁରି ଲେଖା ହୋଇଛି, ‘ମୁଁ ତୁମର ସେହି ପିଲାଳିଆମୀ ଦେଖିବା ପାଇଁ ଉତ୍ସୁକ ଅଛି, ଯିଏ ଅଣ୍ଡାଗୁଡ଼ିକ ଭାଙ୍ଗି ତା’ ଭିତରେ କ୍ୟାଣ୍ଡିସ୍‌ ରଖେ। ତୁମେ ଜାଣିଛ କି, ତୁମେ କେତେ ସୁନ୍ଦର? ଏହି ପୃଥିବୀରେ ତୁମଠାରୁ ଅଧିକ ସୁନ୍ଦର କେହି ନାହିଁ। ଆଇ ଲଭ୍‌ ୟୁ ମାଇଁ ବେବି’।

3/5

‘ଆସନ୍ତାବର୍ଷ ଇଷ୍ଟର (Easter) ତୁମ ପାଇଁ ସବୁଠୁ ବେଷ୍ଟ ହେବ । ଏହି କଥାର ପ୍ରତିଶ୍ରୃତି ମୁଁ ତୁମକୁ ଦେଉଛି । ସେ ଆହୁରୀ ଲେଖିଛି ଯେ,ଏମିତି ଗୋଟିଏ ମୂହୁର୍ତ୍ତ ନାହିଁ, ମୁଁ ତୁମକୁ ମନେ ପକାଇନି,ମୁଁ ଜାଣିନି ତୁମେ ମୋତେ ମିସ୍ କରୁଛ ନା ନାହିଁ।’

4/5

ତେବେ, ଏହା ପୂର୍ବରୁ ମଧ୍ୟ ସୁକେଶ ଆଉ ଏକ ଚିଠି ନିଜ ପ୍ରିୟତମା,ଅର୍ଥାତ ଜ୍ୟାକଲିନଙ୍କ ପାଇଁ ଲେଖିଥିଲା । ସୁକେଶ ଚିଠିରେ ଲେଖିଥିଲା ଯେ, ‘ମୋ କଣ୍ଢେଇ, ମୋ ଜନ୍ମଦିନରେ ମୁଁ ତୁମକୁ ବହୁତ ମନେ ପକାଉଛି। ମୁଁ ତୁମକୁ ବହୁତ ଭଲପା‌ଏ। ତୁମଠୁ ଦୂରରେ ରହି ବି ତୁମକୁ ମୁଁ ମୋ ଚାରିପାଖରେ ଅନୁଭବ କରିପାରୁଛି। ତୁମେ ବି ମୋତେ ବହୁତ ଭଲପାଅ ବୋଲି ମୁଁ ଜାଣେ। ’

5/5

‘ମୁଁ ଜାଣେ ତୁମର ସୁନ୍ଦର ହୃଦୟରେ କ’ଣ ଅଛି। ସେଥିପାଇଁ ମୋତେ କ‌ୌଣସି ପ୍ରମାଣ ଦରକାର ନାହିଁ ଏବଂ ତୁମେ ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମୁଁ ସ୍ୱୀକାର କରିବି ଯେ, ମୁଁ ତୁମକୁ ବହୁତ ଭଲପାଏ ମୋ କଣ୍ଢେଇ। ତୁମେ ଏବଂ ତୁମର ଭଲପାଇବା ମୋ ପାଇଁ ସବୁଠୁ ବଡ଼ ଉପହାର, ଯାହା ମୋ ପାଇଁ ଅମୂଲ୍ୟ। ତୁମର ହୃଦୟ ମୋତେ ଦେଇଥିବାରୁ ଧନ୍ୟବାଦ।’





Read More