PHOTOS

Himalaya Mountain Range: ୩ ଡିଗ୍ରୀ ତାପମାତ୍ରା ବଢିଗଲେ କ'ଣ ହେବ ହିମାଳୟ ଅବସ୍ଥା? ଜାଣନ୍ତୁ

Climate Change Impact on Himalayas: ଯଦି ପୃଥିବୀ ପୃଷ୍ଠର ତାପମାତ୍ରା ବଢିଚାଲେ ତାହେଲେ ହିମାଳୟ ପାର୍ବତ୍ୟାଞ୍ଚଳର କିପରି ପରିସ୍ଥିତି ହେବ? ଏବେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି। ଯଦି ତାପମାତ୍ରା ଏପରି ବଢିଚାଲେ, ତାହେଲେ ବରଫ ଆଚ୍ଛାଦିତ ହିମାଳୟ ପାର୍ବତ୍ୟାଞ୍ଚଳ ଶୁଖିଯିବ। ଏପରି ଚମକାଇବା ଭଳି ତଥ୍ୟ "Climatic Change Journal" ପକ୍ଷରୁ ରିପୋର୍ଟ ଦ୍ୱାରା ସାମ୍ନାକୁ ଆସିଛି। 

 

Advertisement
1/5

ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାତ୍ରା ବୃଦ୍ଧି କାରଣ ଭାରତ ଭଳି ଏକ ବିଶାଳ ଦେଶର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ଯଦି ଭାରତ ବର୍ଷର ତାପମାତ୍ରା ବୃଦ୍ଧି ପାଏ ତାହେଲେ ଦେଶର ବୃହତ୍ତମ ଜଳ ଉତ୍ସ କୁହା ଯାଉଥିବା ହିମାଳୟ ପାର୍ବତ୍ୟାଞ୍ଚଳର ୯୦ ପ୍ରତିଶତ ଅଂଶ ଶୁଖିଯିବ। 

2/5

ଯଦି ତାପମାତ୍ରା ବୃଦ୍ଧିକୁ ରୋକା ନ ଯାଏ, ତାହେଲେ ଏହାର ଫଳ ସ୍ୱରୂପ ହିମାଳୟ ପାର୍ବତ୍ୟାଞ୍ଚଳରୁ ଉତ୍ପନ୍ନ ହେଉଥିବା ସମସ୍ତ ନଦୀ ଶୁଖିଯିବ। ଯାହା ଦ୍ୱାରା ସମଗ୍ର ଦେଶରେ ଜଳ ସଂକଟ ଭଳି ସମସ୍ୟାର ସାମ୍ନା କରିବାକୁ ହେବ। ପରେ ଦେଶର ଜନସଂଖ୍ୟାର ଏକ ବଡ଼ ଅଂଶ ଜଳ ସଂକଟ କାରଣରୁ ଏଭଳି ସମସ୍ୟାର ସାମ୍ନା କରିବ ଯାହାର କଳ୍ପନା ମଧ୍ୟ କରି ହେବ ନାହିଁ।

 

3/5

"Climatic Change Journal" ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ଯଦିଓ ଭାରତ ବର୍ଷର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ, ତାହେଲେ ପ୍ରାୟ ୨୧ ପ୍ରତିଶତ ଚାଷ ଜମି ଶୁଷ୍କ ହୋଇଯିବ। 

4/5

ସେଭଳି ପରିସ୍ଥିତିରେ ସ୍ଥିତି ଆହୁରି କଷ୍ଟସାଧ୍ୟ ହୋଇଯିବ। ହେଲେ ଏହା ପରେ ୭୯ ପ୍ରତିଶତ ଚାଷ ଜମି ଶୁଷ୍କ ହେବାରୁ ରକ୍ଷା ପାଇଯିବ। ଏହି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଯଦି ଭାରତ ବର୍ଷକୁ କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟରୁ ଦୂରେଇ ରହିବାକୁ ହୁଏ, ତାହେଲେ ପ୍ୟାରିସ ଚୁକ୍ତିନାମା ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନେବାକୁ ହେବ। ଏପରିକି ତାପମାତ୍ରା ବୃଦ୍ଧି ବନ୍ଦ କରିବାକୁ ହେବ।

5/5

କେବଳ ସେତିକି ନୁହେଁ ଜଳବାୟୁ ପରିବର୍ତ୍ତନ ସହିତ ଖାପ ଖୁଆଇବାକୁ ହେବ। ଲୋକଙ୍କୁ ସେମାନଙ୍କର ଅଭ୍ୟାସ ବଦଳାଇବାକୁ ହେବ। ଯାହାଫଳରେ ପୃଥିବୀ, ପାହାଡ଼଼ ପର୍ବତ, ଆକାଶ ଏବଂ ନଦୀରେ ବସବାସ କରୁଥିବା ସମସ୍ତ ପ୍ରାଣୀ ଉଦ୍ଧାର ପାଇପାରିବେ।