PHOTOS

Taali Teaser: ସୁସ୍ମିତା ସେନଙ୍କୁ ନେଇ ବଡ଼ ଖୁଲାସା, ହୃଦଘାତର ମାତ୍ର ୮ ଦିନ ପରେ...

Taali Trailer Out: ନିକଟରେ ରିଲିଜ ହୋଇଛି 'ତାଲି'ର ଟ୍ରେଲର । ନିଜର ଦମଦାର ଅଭିନୟ ପାଇଁ ବେଶ ଜଣାସୁଣା ଅଭିନେତ୍ରୀ ସୁସ୍ମିତା ସେନଙ୍କ ଧମାକେଦାର କମବ୍ୟାକକୁ ନେଇ ସବୁଠି ଚର୍ଚ୍ଚା । ଏହି ସିରିଜଟି ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବ । ତେବେ ଲୋକେ ଏହି ଟ୍ରେଲରକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୁସ୍ମିତା ସେନ୍ ହୃଦଘାତର ମାତ୍ର କିଛି ଦିନ ପରେ ଏହି ସିରିଜର ଡବିଂ ପାଇଁ ଷ୍ଟୁଡ଼ିଓରେ ପହଞ୍ଚିଥିଲେ ।

Advertisement
1/7

OTT ଫ୍ଲାଟଫର୍ମରେ ବଢିଛି ସୁସ୍ମିତା ସେନଙ୍କ କ୍ରେଜ୍ । ‘ଆର୍ଯ୍ୟ’ର ସଫଳତା ପରେ ଅଭିନେତ୍ରୀ ‘ତାଲି’ ସିରିଜରେ ଖୁବଶୀଘ୍ର ନଜର ଆସିବେ । 'ଆର୍ଯ୍ୟ'ରେ ତାଙ୍କର ଜବରଦସ୍ତ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ତେବେ ବର୍ତ୍ତମାନ ଅଭିନେତ୍ରୀ ‘ତାଲି 'ମାଧ୍ୟମରେ ପୁଣି ଥରେ ଦର୍ଶକଙ୍କ ହୃଦୟ ଜିତିବାକୁ ଆସୁଛନ୍ତି ।

2/7

ଏହି ୱେବ ସିରିଜରେ ସୁସ୍ମିତା ସେନ୍ ସମାଜସେବୀ କିନ୍ନର ଶ୍ରୀ ଗୌରୀ ସାବନ୍ତଙ୍କ ଭୂମିକାରେ ନଜର ଆସିବେ । ତାଙ୍କ ଜୀବନରେ ଗାଳିରୁ ତାଳି ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଘଟଣାବଳୀ ଓ ଦେଶରେ ତୃତୀୟ ଲିଙ୍ଗ ପାଇଁ କରିଥିବା ଲଢେଇର କାହାଣୀ ଉପରେ ଏହା ଆଧାରିତ ।

3/7

ଏହାର ଟ୍ରେଲର ଲଞ୍ଚରେ ସିରିଜ ନିର୍ମାତା ଅର୍ଜୁନ ସିଂ ଓ କାର୍ତ୍ତିକ ଡି଼. ନିଶାନନ୍ଦାର ଅଭିନେତ୍ରୀଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି ।

4/7

ନିକଟରେ ଅଭିନେତ୍ରୀ ହାର୍ଟଆଟାକର ଶିକାର ହୋଇଥିଲେ । ଯାହାର ସୂଚନା ନିଜେ ସୁସ୍ମିତା ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଅର୍ଜୁନ ଓ କାର୍ତ୍ତିକ କହିଥିଲେ ଯେ, ସୁସ୍ମିତା ଏତେ ପରିଶ୍ରମୀ ଯେ ହୃଦଘାତର ମାତ୍ର ୮ ଦିନ ପରେ ସେ ଏହି ସିରିଜର ଡବିଂ କାର୍ଯ୍ୟ ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ, ସେହି ସମୟରେ ସେ 'ଆର୍ଯ୍ୟ ୩' ର ସୁଟିଂ ମଧ୍ୟ ଶେଷ କରିଥିଲେ।

5/7

ପ୍ରକାଶ ଥାଉ କି, ଜୟପୁରରେ 'ଆର୍ଯ୍ୟ ୩' ପାଇଁ ସୁଟିଂ କରୁଥିବାବେଳେ ସୁସ୍ମିତାଙ୍କୁ ହାର୍ଟଆଟାକ୍ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

6/7

ରିଲିଜ ହୋଇଥିବା ‘ତାଲି’ର ଟ୍ରେଲରକୁ ଲୋକେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରବି ଯାଦବ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ କ୍ଷିତିଜ ପଟବର୍ଦ୍ଧନ ଏହାର କାହାଣୀ ଲେଖିଛନ୍ତି। ଏହା ୧୫ ଅଗଷ୍ଟରେ ଜିଓ ସିନେମାରେ ପ୍ରସାରିତ ହେବ ।

7/7

କିଛିଦିନ ପୂର୍ବରୁ ‘ତାଲି’ର ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ସୁସ୍ମିତାଙ୍କ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପୁରୁଷଙ୍କ ଭଳି ଚେହେରା, ଦେହରେ ଶାଢୀ, କପାଳରେ ବଡ଼ ଲାଲ ସିନ୍ଦୁର ଟୋପା ଓ ବେକରେ ଫୁଲମାଳ ପକାଇ ନଜର ଆସିଥିଲେ ଅଭିନେତ୍ରୀ ।





Read More