PHOTOS

Diabetes Drinks: ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ ସଦୃଶ ଏହି ଡ୍ରିଙ୍କସ୍, ପ୍ରତିଦିନ ସେବନରେ ସମୂଳେ ହେବ ନାଶ

Diabetes Drinks News In Odia: ବର୍ତ୍ତମାନ ଅନେକ ଲୋକ ମଧୁମେହ ବା ଡାଇବେଟିସ ରୋଗରେ (Diabetes) ପୀଡିତ ହେଇଛନ୍ତି। ଯାହାକି ତାଙ୍କ ଜୀବନ ଶୈଳୀକୁ ସବୁଦିନ ପାଇଁ ବଦଳାଇ ଦେଉଛି। କିନ୍ତୁ ଏହି ରୋଗ ହେବା ପୂର୍ବରୁ ଲକ୍ଷଣ ଜାଣି ଏହାର ଟ୍ରିଟମେଣ୍ଟ କରିବା ଉଚିତ୍।

Advertisement
1/5

ପଇଡ ପାଣି : ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ନଡ଼ିଆ ପାଣି ପ୍ରତ୍ୟେକ ଦିନ ପିଇବା ଉଚିତ୍। ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିବା ସହିତ ଏଥିରେ ନ୍ୟାଚୁରାଲ ସୁଗାର ମଧ୍ୟ ଖୁବ୍ କମ୍ ପରିମାଣରେ ଥାଏ। ଏଥିରେ ଅଧିକ ପରିମାଣରେ ଫାଇବର ଓ ପୋଟାସିୟମ ରହିଥାଏ, ଯାହା ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

2/5

କଲରା ଜୁସ୍: କଲରା ଜୁସ୍ ଟାଇପ୍ ୧ ଓ ଟାଇପ୍ ୨ ଡାଇବେଟିସ ରୋଗୀଙ୍କ ପାଇଁ ଖୁବ୍ ଭଲ। ଏଥିରେ ଥିବା ସେମ୍ପୋନିନ୍ସ ଓ ଟରପେନାଇଡ୍ସ ନାମକ ତତ୍ତ୍ଵ ଆପଣଙ୍କ ବ୍ଲଡ ସୁଗାର ଲେଭେଲକୁ ରୋକିବାରେ ସାହାଯ୍ୟ କରିଥାଏ।

3/5

କଫି:

କଫି ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ପାନୀୟ। କିନ୍ତୁ ଧ୍ୟାନ ରହିବା ଉଚିତ୍ ଯେ ଏଥିରେ ଚିନି ନ ମିଶାଇ ଏହାକୁ ପିଇବା ଉଚିତ୍। କଫି ଶରୀରରେ ସୁଗାର ମେଟାବୋଲିଜିମ୍ ବଢାଇ ଟାଇପ୍ ୨ ଡାଇବେଟିସ ସମ୍ଭାବନାକୁ କମ୍ କରେ। ତେବେ ଉଚିତ୍ ପରିମାଣରେ କଫି ଆପଣଙ୍କୁ ପିଇବା ଉଚିତ୍।

4/5

ଲେମ୍ବୁ ପାଣି: ଆମେରିକା ଡାଇବେଟିସ ଆସୋସିଏସନ୍ ଅନୁଯାୟୀ ଲେମ୍ବୁ ମଧୁମେହ ରୋଗୀଙ୍କ ପାଇଁ କୌଣସି ସୁପର୍ ଫୁଡ୍ ଠାରୁ କମ୍ ନୁହେଁ। ଏହା ସୁଗାରକୁ ରକ୍ତରେ ଅବଶୋଷିତ ହେବାରୁ ରୋକି ଥାଏ। ଅର୍ଥାତ୍ ଏହା ସୁଗାରକୁ ରକ୍ତରେ ମିଶାଇ ନଥାଏ। ଯାହାଦ୍ଵାରା ବ୍ଲଡ ସୁଗାର୍ ମାତ୍ରା କମ୍ ରହେ।

5/5

ଅଅଁଳା ଜୁସ୍:

ବ୍ଲଡ ସୁଗାର ଓ ଇନସୁଲିନ ସ୍ତରକୁ ନିୟନ୍ତ୍ରଣ କରିଥାଏ ଅଅଁଳା ରସ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଥାଏ। ତେଣୁ ମଧୁମେହ ରୋଗୀ ଏହାକୁ ସବୁଦିନେ ସକାଳେ ପାଇବା ଦରକାର୍।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)





Read More