PHOTOS

Balasore train tragedy: ସହାୟତା ପାଇଁ ଆଗେଇ ଆସିଲେ ଏହି କଳାକାର

Balasore train tragedy: କେବଳ ସିନେମା କି ଯାତ୍ରାରେ ଏମାନେ ଆପଣଙ୍କର ମନୋରଞ୍ଜନ କରନ୍ତି ତାହା ନୁହେଁ । ଆପଣଙ୍କ ଅସୁବିଧା ତଥା ସୁଖ ଦୁଖର ସାଥୀ ହେଉଛନ୍ତି ଏହି କଳାକାର ମାନେ । ଜାଣନ୍ତୁ ବାଲେଶ୍ୱର ଟ୍ରେନ ଟ୍ରାଜେଡିରେ ଏମାନେ କିପରି ସାହାଯ୍ୟର ହାତ ବଢାଇଛନ୍ତି ।

Advertisement
1/7

ଓଲିଉଡ ଅଭିନେତା ବାବୁସାନ ମହାନ୍ତି ସିନେମାରେ ହିରୋ ସହ ରିୟଲ ଲାଇଫରେ ମଧ୍ୟ ହିରୋର ପରିଚୟ ଦେଇଛନ୍ତି । ବାଲେଶ୍ୱର ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା କାରଣରୁ ଆହତ ହୋଇଥିବା ରେଳଯାତ୍ରୀଙ୍କ ପାଇଁ ରକ୍ତଦାନ କରିଛନ୍ତି । ଗତକାଲି ବାବୁସାନ ରକ୍ତଦାନ କରିବା ପରେ ତାଙ୍କ ଫ୍ୟାନ୍ସମାନେ ଅଭିନନ୍ଦନ ଜଣାଇଛନ୍ତି ।

2/7

ଓଲିଉଡ ନାୟକ ଅମ୍ଳାନ ଦାସ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସିଛନ୍ତି । ନିକଟରେ ତାଙ୍କ ପିତା ମିହିର ଦାସ ଓ ଭାଇଙ୍କର ମୃତ୍ୟୁ ଘଟଣା ଅମ୍ଳାନଙ୍କୁ ଧର୍ଯ୍ୟହରା କରିଦେଇଥିଲା । ତଥାପି ଜୀବନ ଯୁଦ୍ଧରେ ନିଜେ ଆଗକୁ ବଢିବା ସହ ଲୋକଙ୍କୁ ସାହାଯ୍ୟ କରିବାର ମନବୃତ୍ତି ନେଇ ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ଆହତଙ୍କ ପାଇଁ ରକ୍ତ ଦାନ କରିଛନ୍ତି ।

3/7

ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ କେବଳ ଅଭିନୟରେ ନୁହେଁ ଲୋକଙ୍କୁ ସାହାଯ୍ୟ କରିବାରେ ମଧ୍ୟ ହୃଦୟ ଜିତିଛନ୍ତି । ଭୁବନେଶ୍ୱର ରେଡକ୍ରସ ଭବନରେ ଏକ ରକ୍ତଦାନ ଶିବିରର ଆୟୋଜନ କରି ବାଲେଶ୍ୱର ରେଳ ଦୁର୍ଘଟଣାର ସମ୍ମୁଖିନ ହୋଇ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଥିବା ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ଦୂର କରିବାକୁ ପ୍ରୟାସ କରିଛନ୍ତି ।

 

4/7

ଅଭିନେତ୍ରୀ ଭୂମିକା ଦାସ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ମାଧ୍ୟମରେ ରେଳ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ସାହାଯ୍ୟ ଭିକ୍ଷା କରିଥିଲେ । ଏଥିସହ ନିଜେ ରେଡକ୍ରସ ଭବନରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିରରେ ପହଞ୍ଚି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

5/7

ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଲୋକଙ୍କୁ ସାହାଯ୍ୟ କରିବାରେ ସବୁବେଳେ ଆଗରେ ରହିଥାନ୍ତି । ରେଳ ଦୁର୍ଘଟଣା ଖବର ପାଇବା ପରେ ରାନୀ ନିଜେ ଲୋକଙ୍କ ନିକଟରେ ପହଞ୍ଚିଯାଇଥିଲେ । ରାନୀ ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କୁ ଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ରାନୀ ଏକଥା ମଧ୍ୟ କହିଥିଲେ ମୁଁ ପଇସା ବାଲା ନୁହେଁ । ମୋ ସକ୍ଷମ ଅନୁସାରେ ମୁଁ ଲୋକଙ୍କ ଚିକିତ୍ସା ପାଇଁ ଗୁଣ୍ଡୁଚି ମୂଷା ପରି ସହଯୋଗର ହାତ ବଢାଉଛି ।

6/7

ଯଲିଉଡ୍ ଆଇଟମ୍ କୁଇନ୍ ନିଶା ମହାରଣା ମଧ୍ୟ ସାହାଯ୍ୟ କରିବା ମନବୃତ୍ତି ନେଇ ରେଳ ଦୁର୍ଘଟଣାର ଶିକାର ହୋଇଥିବା ପରିବାର ନିକଟରେ ପହଞ୍ଚିଥିଲେ । ପୁଅ ହରାଇଥିବା ବାପାକୁ ଆଶ୍ୱାସନା ଦେଇ କହିଥିଲେ ଆଜିଠାରୁ ମୁଁ ଆପଣଙ୍କ ପୁଅ ପରି । କୁନି ପୁଅ ବଡ଼ ହେବାଯାଏଁ ମୁଁ ପ୍ରତି ମାସ ଆପଣଙ୍କୁ ଟଙ୍କା ପଠାଇବି । ଆପଣଙ୍କର ଭଲ ମନ୍ଦ ବୁଝିବି ।

7/7

ଯଲିଉଡର ଅନ୍ୟ କଳାକାରମାନେ ମଧ୍ୟ ଜଗତସିଂହପୁରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଯାତ୍ରା ଜଗତର ନାୟକ, ନାୟିକା, ଖଳନାୟକ, ହାସ୍ୟ ଅଭିନେତାଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ରକ୍ତଦାନ କରି ନିଜ ମାନବିକତାର ପରିଚୟ ଦେଇଥିଲେ ।





Read More