PHOTOS

Atiq-Ashraf son Umar ahmed: ଜେଲ ଯିବା ପୂର୍ବରୁ କେମିତି ଥିଲା ଗ୍ୟାଙ୍ଗଷ୍ଟର ଅତିକର ବଡ଼ ପୁଅ ଉମର ଅହମ୍ମଦର ଜୀବନଶଶୈଳୀ, ଦେଖନ୍ତୁ ଫଟୋ

Atiq-Ashraf son Umar ahmed: ଗତ ସପ୍ତାହରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତା ଭାଇ ଅସରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗ୍ୟାଙ୍ଗଷ୍ଟର ଅତିକଙ୍କ ଦୁଇ ବଡ଼ ପୁଅ ଜେଲରେ ଥିବାବେଳେ ତୃତୀୟ ପୁଅର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ।

Advertisement
1/5

ପୋଲିସ ହେପାଜତକୁ ଆସିବା ପୂର୍ବରୁ ଆତିକ୍ ଓ ତା ପରିବାର କେମିତି ଜୀବନ ବିତାଉଥିଲେ ତାହା ଅତିକର ବଡ଼ ପୁଅ ଉମର ଅହମ୍ମଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣାପଡ଼ିଛି।

2/5

କଳା ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ ଗ୍ୟାଙ୍ଗଷ୍ଟର ଓ ତା ପରିବାର ।

3/5

ଗାଙ୍ଗଷ୍ଟର ଅତିକର ବଡ଼ ପୁଅ ଉମର ଅହମ୍ମଦ ଯେଉଁ ଗାଡ଼ି ସବୁ ବ୍ୟବହାର କରୁଥିଲା ସେ ଗାଡି କିଣିବା ବିଷୟରେ ଜଣେ ସାଧାରଣ ମଣିଷ ଚିନ୍ତା କରିପାରନ୍ତି ନାହିଁ । ଉମର ଅହମ୍ମଦର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଦେଖିଲେ ସହଜରେ ଅନୁମେୟ କରାଯାଇପାରିବ ଯେ, ସେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲା । ଅନେକ ଦାମୀ ଗାଡିରେ ଗାଙ୍ଗଷ୍ଟରର ପୁଅ ବୁଲୁଥିବାର ଦେଖିବାକୁ ମିଳିଛି ।

4/5

ଅପରାଧରୁ ଉପାର୍ଜିତ ଟଙ୍କାରେ ସେ ବେଣ୍ଟଲି, ମର୍ସିଡିଜ୍ ଭଳି ଅନେକ ବିଳାସପୂର୍ଣ୍ଣ ଗାଡ଼ି ସହ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରୁଥିଲା ।  

5/5

ଅତିକର ପରିବାର ଶେର-ଓ-ଶାୟାରୀରେ ରୁଚି ରଖୁଥିଲେ । କଂଗ୍ରେସର ରାଜ୍ୟସଭା ସାଂସଦ ଇମ୍ରାନ ପ୍ରତାପଗଢୀଙ୍କ ସହ ଗାଙ୍ଗଷ୍ଟର ପରିବାର ସଦସ୍ୟଙ୍କ ଘନିଷ୍ଠ ସମ୍ପର୍କ ରଖିଥିଲେ।





Read More