PHOTOS

Astro Tips: ବସି ବସି ଗୋଡ଼ ହଲାଇବା ହୋଇଥାଏ ଅଶୁଭ! ଜାଣନ୍ତୁ ଏହା ପଛର ଧାର୍ମିକ ଓ ବୈଜ୍ଞାନିକ କାରଣ

Astro Tips: ଅନେକ ଲୋକେ ବସିବା ସମୟରେ ଗୋଡ଼ ହଲାଇ ଥାଆନ୍ତି । ଏହାକୁ ଏକ ଖରାପ ଅଭ୍ୟାସ ଅଟେ । ଉଭୟ ଜ୍ୟୋତିଷ ଶାସ୍ତ୍ର ଓ ବୈଜ୍ଞାନିକଙ୍କ ଦୃଷ୍ଟିକୋଣରୁ ଏହାକୁ ଏକ ଖରାପ ଅଭ୍ୟାସ ବୋଲି କୁହାଯାଇଛି । କାରଣ ଏହାର ସିଧା ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଏପରି କରିବା ଦ୍ବାରା କଣ ସବୁ ସମସ୍ୟା ହୋଇଥାଏ ।

Advertisement
1/5

ବସିବା କିମ୍ବା ଶୋଇବା ସମୟରେ ଗୋଡ଼ ହଲାଇବା ଏକ ଭୁଲ ଅଭ୍ୟାସ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଉଚ୍ଚ ସ୍ଥାନ ଯଥା- ଖଟ, ଚେୟାର, ବେଡ଼ ଇତ୍ୟାଦି ଉପରେ ବସି କିମ୍ବା ଶୋଇବା ସମୟରେ ଗୋଡ଼ ହଲାଇବା ଦ୍ବାରା ଜାତକରେ ଚନ୍ଦ୍ରଙ୍କ ସ୍ଥିତି ଦୁର୍ବଳ ହୋଇଥାଏ । ଫଳରେ ଚନ୍ଦ୍ରଙ୍କର ଅଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତିର ମାନସିକ ଚାପ ବଢିଥାଏ ।

2/5

ବସିବା ସମୟରେ ପାଦ ହଲାଇଲେ ମାଆ ଲକ୍ଷ୍ମୀଙ୍କ ଅସନ୍ତୁଷ୍ଟ ହୋଇଥାଆନ୍ତି । ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ବାରା ଘରର ସୁଖ ଶାନ୍ତି ଉପରେ ପ୍ରଭାବ ପଡ଼ିବା ସହ ଆର୍ଥିକ ସମସ୍ୟା ଦେଖାଦେଇଥାଏ ।

3/5

ମାଆ ଅନ୍ନପୂର୍ଣ୍ଣାଙ୍କୁ ଅସମ୍ମାନ ମା ଲକ୍ଷ୍ମୀଙ୍କୁ ଅପମାନ ବୋଲି ବିବେଚନା କରାଯାଏ, ଏଥିଲାଗି ଖାଇବା ସମୟରେ ଗୋଡ଼ ବା ପାଦ ହଲାଇବାକୁ ମନା କରାଯାଇଥାଏ। ଏପରି କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଫଳରେ ଜୀବନରେ ଅର୍ଥାଭାବ ଦେଖାଦେଇଥାଏ ।

4/5

ପୂଜାପାଠରେ ବସି ପାଦ ହଲାଇଲେ ପୂଜା ଫଳପ୍ରଦ ହୋଇନଥାଏ। ଏହି ଅଭ୍ୟାସ ମାନସିକ କ୍ଷମତାକୁ ମଧ୍ଯ ହ୍ରାସ କରିଥାଏ ।

5/5

ବିଜ୍ଞାନରେ ଗୋଡ଼ ହଲାଇବାକୁ ସ୍ୱାସ୍ଥ୍ୟ ପାଇଁ ଏକ ଖରାପ ଅଭ୍ୟାସ ବୋଲି କୁହାଯାଇଛି। ଡାକ୍ତରୀ ବିଜ୍ଞାନରେ, ଏହି ଅଭ୍ୟାସକୁ Restless legs Syndrome କୁହାଯାଇଥାଏ । ଏକ ଗୁରୁତର ରୋଗ ଅଟେ। ଏହି ରୋଗ ହୃଦୟ ଓ କିଡ଼ନୀ ସହ ଜଡିତ ସମସ୍ୟାକୁ ବଢାଇଥାଏ ।





Read More