PHOTOS

Salman Khan: ଭାଇଜାନଙ୍କୁ ଭେଟିବା ଏବେ ନୁହେଁ ସହଜ, ଭେଟିବା ପୂର୍ବରୁ ବାଧ୍ୟତାମୂଳକ ହେଲା ଏହି ନିୟମ

Salman Khan News In Odia: ବିପଦରେ ଭାଇଜାନଙ୍କ ଜୀବନ ! ବଲିଉଡର ଭାଇଜାନ ସାଲମାନଙ୍କୁ (Salman Khan Death Threat) ହତ୍ୟା ଧମକକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ତେବେ ଥରେ ନୁହେଁ, ସାଲମାନଙ୍କ (Salman Khan) ବାରମ୍ବାର ଏପରି ଧମକ ମିଳିବା ପରେ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ମୁମ୍ବାଇ ପୋଲିସ(Mumbai Police) ।

Advertisement
1/5

ଦ୍ୱିତୀୟ ଥର ଭାଇଜାନଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ଏବେ ସୁରକ୍ଷାକୁ ନେଇ ହାଇ ଆଲର୍ଟରେ ରହିଛି । ସାଲମାନଙ୍କ ନୂଆ ଚଳଚ୍ଚିତ୍ର ‘କିସି କା ଭାଇ କିସି କା ଜାନ୍’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସମସ୍ତ ଆଇଡି କାର୍ଡ ଯାଞ୍ଚ କରାଯାଇଛି ।  ତେବେ ଏହି ପ୍ରକ୍ରିୟା ଭାଇଜାନଙ୍କର ସମସ୍ତ ଇଭେଣ୍ଟରେ ଜାରି ରହିବ ବୋଲି କହିଛି ମୁମ୍ବାଇ ପୋଲିସ (Mumbai Police) । 

2/5

ଏଣିକି ସାଲମାନଙ୍କୁ ଭେଟି ଆଲିଙ୍ଗନ କରିବା ସେତେଟା ସହଜ ହେବନାହିଁ । ଆଗକୁ ସାଲମାନ ଖାନଙ୍କୁ ଆଲିଙ୍ଗନ କରିବା (hugging) ପାଇଁ ହେଲେ ଆଧାର କାର୍ଡ (Aadhaar Card ) ଯାଞ୍ଚ କରାଯିବ । ଆଗକୁ ସାଲମାନଙ୍କ ପ୍ରତ୍ୟେକ ଇଭେଣ୍ଟରେ ମୁମ୍ବାଇ ପୋଲିସ ଏଭଳି ଯାଞ୍ଚ କରିବ ବୋଲି ଜଣାଯାଇଛି । ଆଗାମୀ ୧୬ ତାରିଖରେ ମୁମ୍ବାଇର ବାବା ସିଦ୍ଦିକି ଇଫତାର ପାର୍ଟି ଆୟେଜନ କରିଥିବା ବେଳେ ଏଥିରେ ସାଲମାନଭ୍କ ସହ ଶାହରୁଖ ମଧ୍ୟ ଯୋଗ ଦେଇପାରନ୍ତି । ଏଥିପାଇଁ ମୁମ୍ବାଇ ପୋଲିସ ଏହି ଉତ୍ସବ ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଥଥା ସମ୍ଭାବ୍ୟ ପରିଦର୍ଶକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

3/5

ଆଉ ଏଭଳି ହତ୍ୟା ଧମକ ବାରମ୍ବାର ମିଳିବା ପରେ ସଲମାନ ଖାନ୍ ବିଦେଶରୁ ଏକ  ବୁଲେଟପ୍ରୁଫ୍ ଏସୟୁଭି (NISSAN PATROL) ଗାଡି କିଣିଛନ୍ତି । ନିଜର ସୁରକ୍ଷା ପାଇଁ ସଲମାନ ଏହି ବୁଲେଟପ୍ରୁଫ୍ ଗାଡି କିଣିଥିବା ନେଇ ବି ଟାଉନରେ ଚର୍ଚ୍ଚା ହେଇଛି।

4/5

ସଲମାନ ଖାନଙ୍କୁ ପୂର୍ବରୁ ହିଁ ୱାଇ-ପ୍ଲସ ସୁରକ୍ଷା ମିଳିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନହେବ ସେଥିପାଇଁ ନିସାନ କମ୍ପାନିର ପାଟ୍ରୋଲ ମଡେଲର ଏସୟୁଭି ଗାଡି ବିଦେଶରୁ ଇମ୍ପୋଟ କରିଛନ୍ତି । ଏହି ଗାଡି ଭାରତରେ ବିକ୍ରି ହେଉନାହିଁ । ତେଣୁ ଏହାକୁ ବିଦେଶରୁ ମଗାଇଛନ୍ତି ସଲମାନ । ଯାହାଦ୍ୱାରା ଏହି ଗାଡିରେ ମୁମ୍ବାଇ ରାସ୍ତାରେ ବିନା ଭୟରେ ଯାତାୟତ କରିପାରିବେ ସଲମାନ । 

 

5/5

ନିସାନ ପାଟ୍ରୋଲର ଏହି ସ୍ୱତନ୍ତ୍ର ଏଡିସନ ଖାସକରି ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହି ଗାଡିର ଚତୁଃପାଶ୍ୱର୍ରେ ବୁଲେଟପ୍ରୁଫ୍ ଗ୍ଲାସ ରହିଛି । ଯାହା ଗାଡି ପାଇଁ ସୁରକ୍ଷାବଳୟ ତିଆରି କରିଛି । କେବଳ ଏତିକି ନୁହେଁ ଏହି ଗାଡିକୁ ଏମିତି ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଯେ, ଅତି ପାଖରୁ ଗୁଳି କଲେ କିମ୍ବା ସ୍ନାଇପର ବନ୍ଧୁକର ଗୁଳି ମଧ୍ୟ ଏହାର କାଚକୁ ଭେଦ କରିପାରିବ ନାହିଁ । ସଲମାନ କିଣିଥିବା କାରଟି ଧଳାରଙ୍ଗର ହୋଇଥିବା ବେଳେ ବେଶ ଷ୍ଟାଇଲିସ ମଧ୍ୟ । ଏହି ଗାଡିରେ ସଲମାନଙ୍କୁ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିଛି । ସଲମାନଙ୍କ ସୁରକ୍ଷାକୁ କଡାକଡି କରାଯିବା ସହ କାରକେଡ କରି ତାଙ୍କୁ ନିଆଯାଉଛି । ଯେଉଁ କାରକେଡରେ ପୋଲିସ ଅଧିକାରୀ ମଧ୍ୟ ରହୁଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଗାଡି ବଡ ବଡ ସେଲିବ୍ରିଟିଙ୍କର ପ୍ରଥମ ପସନ୍ଦ ।

 





Read More