PHOTOS

Dog Breed: ଫ୍ୟାମିଲି ଓ ଶିଶୁଙ୍କ ପାଇଁ ଫ୍ରେଣ୍ଡଲି ହୋଇଥାନ୍ତି ଏହି ୫ ଟି ପ୍ରଜାତିର କୁକୁର

Dog Breed: ଏହି ୫ଟି ପ୍ରଜାତିର କୁକୁର ସାଧାରଣତଃ ଆପଣଙ୍କ ପରିବାର ଓ ପିଲା ପାଇଁ ଉପଯୁକ୍ତ ଅଟନ୍ତି ।

Advertisement
1/5

ବକ୍ସର(Boxer) – ବକ୍ସରମାନେ ଦେଖିବାକୁ ସାଧାରଣତଃ ମଧ୍ୟମ ଧରଣର ହୋଇଥାଆନ୍ତି । ଏମାନେ ବେଶ କୌତୁହଳ ପୂର୍ଣ୍ଣ ଓ ଉର୍ଜାବାନ(Engertic) ହୋଇଥାଆନ୍ତି । କିନ୍ତୁ ଏ ପ୍ରଜାତିର କୁରୁକଙ୍କୁ ବ୍ୟାୟାମ ଓ ପ୍ରଶିକ୍ଷଣର ଆବଶ୍ୟକତା ଥାଏ । ପରିବାର ସହ ରହିବା ପାଇଁ ଏମାନେ ବେଶ ଉପଯୋଗୀ ହୋଇଥାଆନ୍ତି ।

2/5

ବିଗଲ୍ସ (Beagles )- ବିଗଲ୍ସ ସାଧାରଣତଃ ଛୋଟରୁ ମଧ୍ୟମ ଧରଣର ହୋଇଥାଆନ୍ତି । ଏମାନେ ବେଶ ସ୍ନେହୀ ହେବାସହ ଖେଳିବାକୁ ଓ ଛୋଟ ପିଲାଙ୍କ ସହ ରହିବାକୁ ଭଲ ପାଆନ୍ତି ।

3/5

ପୁଡ଼ଲ୍ପ(Poodle) - ପୁଡ଼ଲ୍ପ ମାନଙ୍କର ଆକାର ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଏମାନେ ବୁଦ୍ଧିମାନ ଓ ବନ୍ଧୁତ୍ୱପୂର୍ଣ୍ଣ ସ୍ବଭାବ ପାଇଁ ବେଶ ଜଣାଶୁଣା । ଏମାନେ ହାଇପୋଏଲର୍ଜେନିକ ଅଟନ୍ତି, ଯାହା ଆଲର୍ଜି ଥିବା ପରିବାର ପାଇଁ ଏକ ଭଲ ବିକଳ୍ପ ଅଟେ।

4/5

ବୁଲଡ଼ଗ(Bulldog) - ବାହାରୁ କଠୋର ଦେଖାଯାଉଥିବା ବୁଲଡ଼ଗ ବେଶ କୋମଳ ଓ ସେହ୍ନୀ ହୋଇଥାଆନ୍ତି । ଏମାନେ ପିଲାମାନଙ୍କ ସହ ଖେଳିବାକୁ ଭଲ ପାଆନ୍ତି । ଏମାନଙ୍କୁ ବ୍ୟାୟାମର ବେଶି ଆବଶ୍ୟକତା ନଥାଏ । ଛୋଟ ସ୍ଥାନରେ ରହୁଥିବା ପରିବାରଙ୍କ ପାଇଁ ବୁଲଡ଼ଗ ବେଷ୍ଟ ଅପସନ ହୋଇଥାଏ ।

5/5

ଲାବ୍ରାଡ଼ର ରିଟ୍ରିଭର( Labrador Retriever )- ଲାବ୍ରାଡ଼ର ରିଟ୍ରିଭର ବେଶ ଲୋକପ୍ରିୟ ପ୍ରଜାତିର କୁକୁର ଅଟେ । ଏମାନେ ଘରେ ଘରେ ବେଶ ପରିଚିତ । ଏମାନେ ତାଲିମ୍ ଯୋଗ୍ୟ ଓ ସବୁ ବୟସର ଲୋକଙ୍କ ସହ ମିଳି ମିଶିପାରନ୍ତି ।





Read More