Hindi News >>Home >>Zee Odisha

Sagar Sharma: ମନରେ ନିଆଁ, ସିକ୍ରେଟ ଡାଏରୀରେ ଏମିତି କାହିଁକି ଲେଖିଥିଲେ ସଂସଦ କାଣ୍ଡ ଅଭିଯୁକ୍ତ ସାଗର

ସଂସଦ କାଣ୍ଡ ମାମଲାରେ ଗିରଫ ସାଗର ଶର୍ମାର ସିକ୍ରେଟ୍ ଡାଏରୀ ପୋଲିସ ହାତରେ ଲାଗିଛ । ଏହି ଡାଏରୀରୁ ଷଡଯନ୍ତ୍ରର ସୁରାକ ମିଳୁଛି । ଡାଏରୀରୁ ସାଗରର ମାନସିକ ସ୍ଥିତି ଓ ସେ କେମିତି ଅନେକ ଦିନ ଧରି ଷଡ଼ଯନ୍ତ୍ର କରି ଆସୁଥିଲା ସେ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ସାଗର ଶର୍ମାଙ୍କ ଲକ୍ଷ୍ନୌ ସ୍ଥିତ ଘରୁ ପୋଲିସ ଏକ ଡାଏରୀ ପାଇଛି। ଯେଉଁଥିରେ ଚମକ

Advertisement
SOCIAL MEDIA
Stop
Zee Odisha Desk|Updated: Dec 15, 2023, 08:39 PM IST

Sagar Sharma:

ସଂସଦ କାଣ୍ଡ ମାମଲାରେ ଗିରଫ ସାଗର ଶର୍ମାର ସିକ୍ରେଟ୍ ଡାଏରୀ ପୋଲିସ ହାତରେ ଲାଗିଛ । ଏହି ଡାଏରୀରୁ ଷଡଯନ୍ତ୍ରର ସୁରାକ ମିଳୁଛି । ଡାଏରୀରୁ ସାଗରର ମାନସିକ ସ୍ଥିତି ଓ ସେ କେମିତି ଅନେକ ଦିନ ଧରି ଷଡ଼ଯନ୍ତ୍ର କରି ଆସୁଥିଲା ସେ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ସାଗର ଶର୍ମାଙ୍କ ଲକ୍ଷ୍ନୌ ସ୍ଥିତ ଘରୁ ପୋଲିସ ଏକ ଡାଏରୀ ପାଇଛି। ଯେଉଁଥିରେ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। । ଏଥିରେ ଲେଖାଯାଇଛି ଯେ, ଗୋଟିଏ ପଟେ ଭୟ ରହିଛି ଏବଂ ଅନ୍ୟ ପଟେ ମନରେ କିଛି କରିବାର ନିଆଁ ଅଛି ।

ସାଗରର ନିଜ ମନୋଦଷାକୁ ଡାଏରୀରେ ଏମିତି ଲେଖିଛନ୍ତି 'ଏବେ ଘରକୁ ବିଦାୟ କହିବାର  ସମୟ ପାଖେଇ ଆସିଲାଣି । ଗୋଟିଏ ପାର୍ଶ୍ୱରେ ଭୟ ଅଛି,ହେଲେ ଅନ୍ୟ ପଟେ କିଛି କରିବାର ନିଆଁ ଜଳୁଛି । ଭଲ ହୁଅନ୍ତା ଯଦି ମୁଁ ମାଆ ବାପାଙ୍କୁ ମୋ ମନକଥା ଜଣାଇ ପାରନ୍ତି। କିନ୍ତୁ ସଂର୍ଘଷର ରାସ୍ତା ବାଛିବା ମୋ ପାଇଁ ସହଜ ନଥିଲା । ପ୍ରତ୍ୟେକ ଦିନ ଏହାକୁ ନେଇ ଚିନ୍ତା କରୁଥିଲି । ମୁଁ ୫ ବର୍ଷ ଧରି ଅପେକ୍ଷା କରିଥିଲେ ଯେ, ଗୋଟିଏ ଦିନ ଏମିତି ଆସିବ ଯେତେବେଳେ ମୁଁ ମୋର କର୍ତ୍ତବ୍ୟପଥରେ ଅଗ୍ରସର ହେବି । ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ସିଏ ନୁହଁ ଯିଏ ଛଡ଼େଇ ନେବା ଜାଣନ୍ତି । ବରଂ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ସିଏ ହୋଇଥାଏ ଯିଏ  ସୁଖ ତ୍ୟାଗ କରିବାର କ୍ଷମତା ରଖିଥାଏ ।

ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ସାରା ଦେଶରେ ତୁମ୍ବି ତୋଫାନ ଲାଗି ରହିଛି। ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ବିଶେଷକରି ସଂସଦ ଆକ୍ରମଣକୁ ୨୨ ବର୍ଷ ପୁରିବା ଦିନ ଯେଉଁଭଳି ଭାବେ ସଂସଦ ଭିତରେ ହଙ୍ଗାମା ହେଲା ତାହା ଆତଙ୍କ ସୃଷ୍ଟି କରିଥିଲା । କାରଣ ଏହା କିଛି ଛୋଟ ତ୍ରୁଟି ନଥିଲା । ଯଦି ସାଗର ଓ ତା’ର ସାଥୀଙ୍କ ସ୍ଥାନରେ କୌଣସି ଆତଙ୍କବାଦୀ ସଂସଦକୁ ପ୍ରବେଶ କରିଥାନ୍ତି ତେବେ ପରିସ୍ଥିତି କ’ଣ ହୋଇଥାନ୍ତା ବୋଲି ପ୍ରଶ୍ନ ହେଉଛି ।

ଅନ୍ୟପଟେ ସଂସଦ ଷଡ଼ଯନ୍ତ୍ର ମାମଲାରେ ଆତ୍ମସମର୍ପଣ କରିଛି ମାଷ୍ଟର ମାଇଣ୍ଡ ଲଳିତ ଝା । ଦିଲ୍ଲୀ କର୍ତ୍ତବପଥ ଥାନାରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ପରେ ଅଭିଯୁକ୍ତ ଲଳିତକୁ ଗିରଫ କରିଛି ପୋଲିସ। ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପୋଲିସ।

Read More
{}{}