Hindi News >>Home >>Zee Odisha

Air strike on Pakistan:ପାକିସ୍ତାନରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍,କୁଲଭୁଷଣ ଅପହରଣକାରୀ ଆତଙ୍କବାଦୀ ସଂଗଠନର ଆଡ୍ଡା ଧୁଆଁଧୁଆଁ

ପାକିସ୍ତାନ ଉପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍ । ତେବେ ଏଥର ଭାରତ ନୁହେଁ ଇରାନ କରିଛି । ଆତଙ୍କ ଫ୍ୟାକ୍ଟ୍ରି ଚଳାଉଥିବା ପାକିସ୍ତାନକୁ ସାବାଡ କରିବାକୁ ତା’ର ପଡୋଷୀ ରାଷ୍ଟ୍ର ଇରାନ ମଙ୍ଗଳବାର ଦିନ ଏୟାର ଷ୍ଟ୍ରାଇକ୍ କରିଛି । ଇରାନ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍ ନିଶାନାରେ ଥିଲା  ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ

Advertisement
SOCIAL MEDIA
Stop
Zee Odisha Desk|Updated: Jan 17, 2024, 08:02 PM IST

Air strike on Pakistan:

ପାକିସ୍ତାନ ଉପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍ । ତେବେ ଏଥର ଭାରତ ନୁହେଁ ଇରାନ କରିଛି । ଆତଙ୍କ ଫ୍ୟାକ୍ଟ୍ରି ଚଳାଉଥିବା ପାକିସ୍ତାନକୁ ସାବାଡ କରିବାକୁ ତା’ର ପଡୋଷୀ ରାଷ୍ଟ୍ର ଇରାନ ମଙ୍ଗଳବାର ଦିନ ଏୟାର ଷ୍ଟ୍ରାଇକ୍ କରିଛି । ଇରାନ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍ ନିଶାନାରେ ଥିଲା  ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଉଲ-ଅଦଲ । ଏହି ସଂଗଠନ ପାକିସ୍ତାନରୁ ଅପରେଟ୍ କରିଥାଏ । ପାକିସ୍ତାନ ପଟୁ ଏହା ଇରାନରେ ଆତଙ୍କବାଦୀ ଆକ୍ରମଣ କରିଥାଏ । ଏଇଠି ଭାରତ ପାଇଁ ଗୁରୁତ୍ୱ ରଖୁଥିବା ଖବର ହେଉଛି ଯେ, ଜୈଶ୍ ଉଲ ଅଦଲ ସେହି ସଂଗଠନ ଯାହା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ଅପହରଣ କରିଥିଲା। ପରେ କୁଲଭୁଷଣଙ୍କୁ ଏହି ସଂଗଠନ ଆଇଏସଆଇକୁ ବିକ୍ରି କରିଥିଲା । ଆଇଏସଆଇ କୁଲଭୁଷଣଙ୍କୁ ଭାରତୀୟ ଏଜେଣ୍ଟ କହି ତାଙ୍କ ବିରୋଧରେ ମାମଲା ଚଳାଇଥିଲା । ସୂଚନାଯୋଗ୍ୟ ଯେ, କୁଲଭୁଷଣଙ୍କୁ ପାକିସ୍ତାନୀ ଅଦଲାତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି ।

ଜୈଶ ଇରାନର ଚାବାହରରୁ କୁଲଭୂଷଣଙ୍କୁ ଅପହରଣ କରିଥିଲା। ଏହା ପରେ ତାଙ୍କୁ ପାକିସ୍ତାନ ନିଆଯାଇଥିଲା। ଗୁପ୍ତଚର ମାମଲାରେ କୁଲଭୂଷଣଙ୍କୁ ଜଡିତ କରିବା ପାଇଁ ଏଠାରେ ଏକ ଷଡଯନ୍ତ୍ର କରାଯାଇଥିଲା। ଗୁପ୍ତଚର ମାମଲାରେ ପାକିସ୍ତାନୀ ଏଜେନ୍ସିମାନେ ଯାଦବଙ୍କୁ ଜଡିତ କରିଥିଲେ, ଏହା ପରେ ସେଠାରେ ଥିବା କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଯାଦବ ଏବେ ମଧ୍ୟ ପାକିସ୍ତାନରେ ଜେଲରେ ଅଛନ୍ତି। ତାଙ୍କୁ  ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଭାରତ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। କୁଲଭୂଷଣ ଯାଦବଙ୍କ ମାମଲା ମଧ୍ୟ ଅନ୍ତର୍ଜାତୀୟ କୋର୍ଟରେ ଉଠିଛି।

ଜୈଶ ଉପରେ ଏୟାର ଷ୍ଟ୍ରାଇକ୍

ଭାରତୀୟ ବୈଦେଶିକ  ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନ ପୂର୍ବେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଭେଟିଥିଲେ ଏବଂ ତାଙ୍କ ସହିତ ବୈଠକର ୪୮ ଘଣ୍ଟା ପରେ ଇରାନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ବିରୋଧରେ ଏୟାର ଷ୍ଟ୍ରାଇକ୍ କରିଛି । ବଲୁଚିସ୍ତାନରେ ଥିବା ଜୈଶର ଆଡା ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଇରାନୀ ବାୟୁସେନା ଆକ୍ରମଣ କରିଥିଲା।ବଲୁଚିସ୍ତାନରୁ ଏହି ଆତଙ୍କବାଦୀ ସଂଗଠନ ଅପରେଟ୍ କରିଥାଏ ।

ଜୈସ-ଉଲ-ଅଦଲ କିଏ ?

ଗତ କିଛି ମାସ ମଧ୍ୟରେ ଜୈଶ ଉଲ ଅଦଲ ଇରାନ ସୀମାରେ ଅନେକ ଥର ଆତଙ୍କବାଦୀ ଆକ୍ରମଣ କରିଛି । ଏହି ଆକ୍ରମଣକୁ ନେଇ ଇରାନ ଅନେକ ଥର ପାକିସ୍ତାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛି। ଗତ ବର୍ଷ ଡିସେମ୍ବର ୨୦୨୩ ରେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ ହୋଇଥିଲା ଯେଉଁଥିରେ ପ୍ରାୟ ୧୧ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଏହି ଘଟଣାରେ ଇରାନ ଦୃଢ  ଆପତ୍ତି ଜଣାଇ ପାକିସ୍ତାନକୁ ତାଗିଦ କରିଥିଲା । ଇରାନର ଅଭିଯୋଗ ଯେ, ଏହି ଆତଙ୍କବାଦୀ ସଂଗଠନକୁ ସରକାରୀ ସମର୍ଥନ ରହିଛି ।  ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣରେ ଦୁଇ ଜଣ ଝିଅ ପ୍ରାଣ ହରାଇଥିବା ପାକିସ୍ତାନ ଦାବି କରିଛି । ଅନ୍ୟପକ୍ଷରେ ଜୈଶର ଦୁଇଟି ଆଡ୍ଡା ଉପରେ ଆକ୍ରମଣ କରିଥିବା ଇରାନୀ ମିଡିଆ ଦାବି କରିଛି । ଇରାନୀ ମିଡିଆ ଅନୁସାରେ ସୀମାରେ ଥିବା ଗାଁରେ ଏହି ଆଡ୍ଡା ଥିଲା । ସୂଚନାଯୋଗ୍ୟ ଯେ, ଜୈଶ ଏକ ସୁନ୍ନି ଆତଙ୍କବାଦୀ ସଂଗଠନ,ଯାହା ସିହା ବହୁଲ ଇରାନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ।

ଇରାନରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲା ପାକିସ୍ତାନ

ଏଣେ ଏହି ମାମଲାରେ ପ୍ରତିକ୍ରିୟା ଦେଇ ପାକିସ୍ତାନ ତା’ର ରାଷ୍ଟ୍ରଦୂତଙ୍କୁ ଇରାନରୁ ଫେରାଇ ଆଣିଛି । ବାୟୁସୀମା ଉଲଂଘନ କରି ଇରାନ ତା’ର ସାର୍ବଭୌମତ୍ୱର ଉଲ୍ଲଘଂନ କରିଛି ବୋଲି ପାକିସ୍ତାନ କହିଛି । ଏହା ସହିତ ଇରାନ ସହିତ ହେବାକୁ ଥିବା ସବୁ ପ୍ରକାରର ଉଚ୍ଚସ୍ତରୀୟ ବୈଠକକୁ ବାତିଲ କରିଛି ପାକିସ୍ତାନ ।

Read More
{}{}