Hindi News >>Home >>Zee Odisha

Pak Media:ଭାରତୀୟଙ୍କ ମନରେ ଆଲ୍ଲାଙ୍କ ଡର ନାହିଁ,ଆବୁଧାବୀରେ ହିନ୍ଦୁ ମନ୍ଦିରକୁ ନେଇ ପାକିସ୍ତାନରୁ ଆସୁଛି ଏମିତି ପ୍ରତିକ୍ରିୟା

ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖାପାଖି ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି। ପାକିସ୍ତାନରେ ହିନ୍ଦୁ ସମାଜ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଅବସ୍ଥା ଖରାପ ରହିଛି। ଏବେ ୟ

Advertisement
SOCIAL MEDIA
Stop
Zee Odisha Desk|Updated: Feb 16, 2024, 10:14 PM IST

Pak Media:

ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖାପାଖି ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି। ପାକିସ୍ତାନରେ ହିନ୍ଦୁ ସମାଜ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଅବସ୍ଥା ଖରାପ ରହିଛି। ଏବେ ୟୁଏଇରେ ମନ୍ଦିର ନିର୍ମାଣ ପ୍ରସଙ୍ଗ ପାକିସ୍ତାନୀଙ୍କୁ ହଜମ ହେଉନାହିଁ। ଏହି କାରଣରୁ ପଡ଼ୋଶୀ ଦେଶର ଲୋକମାନେ ଏବେ ୟୁଏଇକୁ ମନଭରି ଗାଳି ଗୁଲଜ କରୁଛନ୍ତି।

ପାକିସ୍ତାନର ଏକ ଜଣାଶୁଣା ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଆବୁଧାବିରେ ନିର୍ମିତ ସ୍ୱାମୀ ନାରାୟଣ ମନ୍ଦିର ବିଷୟରେ ଆଲୋଚନା ହୋଇଥିଲା । ଏହି ସମୟରେ ମନ୍ଦିର ନିର୍ମାଣକୁ ବିରୋଧ କରିନଥିବା ଜଣେ ବି ବ୍ୟକ୍ତି ମିଳିନଥିଲେ। ଜଣେ ମହିଳା ସାମ୍ବାଦିକ ମନ୍ଦିର ନିର୍ମାଣ ସମ୍ପର୍କରେ ଲୋକଙ୍କୁ ପଚାରିବାରୁ ଜଣେ ବ୍ୟକ୍ତି କହିଥିଲେ, 'ଏହା ଠିକ୍ ନୁହେଁ। ସେଠାରେ ମନ୍ଦିର ନିର୍ମାଣ ହେବା କଥା ନୁହେଁ। ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ଏକ ମୁସଲମାନ ଦେଶ ଭାବେ ୟୁଏଇ ଏପରି କରିବା ଉଚିତ ନୁହେଁ। ସେମାନେ ଇସଲାମ ପାଇଁ ଅଧିକରୁ ଅଧିକ ଯୋଗଦାନ ଦେବା ଉଚିତ।

'ଭାରତୀୟଙ୍କ ହୃଦୟରେ ଆଲ୍ଲାଙ୍କ ଭୟ ନାହିଁ...'

ଜଣେ ବ୍ୟକ୍ତି କହିଥିଲେ ଯେ, ମୋଦୀ ଯଦି ଏଠାକୁ (ୟୁଏଇ) ଆସନ୍ତି, ତେବେ ହୋଇପାରେ ସେହି ଧନୀ ଦେଶରେ ମଧ୍ୟ ଲୋକ ଭାରତ ମାତା କି ଜୟ  ସ୍ଲୋଗାନ୍ ଦେବା ଆରମ୍ଭ କରିବେ। ମୁସଲମାନମାନେ ଏହାକୁ ବିରୋଧ କରିବା ଉଚିତ। ଜଣେ ମହିଳା କହିଛନ୍ତି ଯେ ୟୁଏଇରେ ଥିବା ଆମର ମୁସଲମାନ ସମ୍ପ୍ରଦାୟ ଏହି ମନ୍ଦିରକୁ ବିରୋଧ କରିବା ଉଚିତ୍ । ପ୍ରଥମେ ଆମେ ଆମର ମୂଲ୍ୟ ସୃଷ୍ଟି କରିବା ଉଚିତ। ତା'ହେଲେ ହିଁ ଲୋକମାନେ ଆମ କଥା ଶୁଣିବେ। ଆମେ ୟୁଏଇ ସହିତ ସମ୍ପର୍କକୁ ମଜବୁତ କରିବା ଆବଶ୍ୟକ । ସେହିଭଳି ଆଉ ଜଣେ ଯୁବକଙ୍କୁ ୟୁଏଇରେ ମନ୍ଦିର ନିର୍ମାଣ କରିବା ଭୁଲ୍ କି ବୋଲି ପଚରାଯାଇଥିଲା। ତାଙ୍କର ଉତ୍ତର ଥିଲା  " ହଁ ,ନିଶ୍ଚୟ ଭୁଲ । ଏହା ଏକ ଇସଲାମିକ ଦେଶ । ଭାରତୀୟଙ୍କ ହୃଦୟରୁ ଅଲ୍ଲାଙ୍କ ଭୟର ଅନ୍ତ ଘଟିଛି। ମୋଦିଙ୍କୁ ଏଭଳି ସ୍ୱାଗତ କରାଯିବା ଉଚିତ ନୁହେଁ।

Read More
{}{}