Hindi News >>Home >>Zee Odisha

Mahesh kumar:ପାକିସ୍ତାନରେ ହିନ୍ଦୁ ନେତାଙ୍କ ରେକର୍ଡ୍,ମୁସଲିମ୍ ବହୁଳ ଆସନରେ ମୁସଲିମ୍ ନେତାଙ୍କୁ କଲେ ପରାସ୍ତ

ମାତ୍ର ଏକ ପ୍ରତିଶତରୁ କମ ହିନ୍ଦୁ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଜଣେ ହିନ୍ଦୁ ନେତା ଚଳିତ ନିର୍ବାଚନରେ ରେକର୍ଡ୍ ସୃଷ୍ଟି କରିଛନ୍ତି  । ଏହି ନେତା ଜଣକ ଅସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି । ସେ ଏଭଳି ଗୋଟିଏ ଆସନରୁ ବିଜୟୀ ହୋଇଛନ୍ତି ଯେଉଁଠାରେ ହିନ୍ଦୁ ଭୋଟରଙ୍କ ସଂଖ୍ୟା ନଗଣ୍ୟ । 

Advertisement
SOCIAL MEDIA
Stop
Zee Odisha Desk|Updated: Feb 13, 2024, 06:27 PM IST

Mahesh kumar: ମାତ୍ର ଏକ ପ୍ରତିଶତରୁ କମ ହିନ୍ଦୁ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଜଣେ ହିନ୍ଦୁ ନେତା ଚଳିତ ନିର୍ବାଚନରେ ରେକର୍ଡ୍ ସୃଷ୍ଟି କରିଛନ୍ତି। ଏହି ନେତା ଜଣକ ଅଣସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି। ସେ ଏଭଳି ଗୋଟିଏ ଆସନରୁ ବିଜୟୀ ହୋଇଛନ୍ତି ଯେଉଁଠାରେ ହିନ୍ଦୁ ଭୋଟରଙ୍କ ସଂଖ୍ୟା ନଗଣ୍ୟ। କିନ୍ତୁ ଏହି ନେତା ମୁସଲିମ ଭୋଟରଙ୍କ ଆସ୍ଥା ଜିତିବାରେ ସଫଳ ହୋଇଛନ୍ତି। ଏହି ନେତାଙ୍କ ନାମ ହେଉଛି ମହେଶ କୁମାର ମଲାନି।

ପାକିସ୍ତାନ ପିପୁଲ୍ସ ପାର୍ଟିର ହିନ୍ଦୁ ନେତା ମହେଶ କୁମାର ମଲାନି ଦକ୍ଷିଣ ସିନ୍ଧ ଅଞ୍ଚଳର ଥାରପାରକର ଆସନରେ ଅତି ସହଜରେ ବିଜୟ ହାସଲ କରିଛନ୍ତି । ସେ ୧ ଲକ୍ଷ ୧୩ ହଜାର ୩୪୬ ଭୋଟରେ ଡେମେକ୍ରେସି ଆଲାଏନ୍ସର ଅରବାବ ଗୁଲାମ ରହିମଙ୍କୁ ପରାସ୍ତ କରିଛନ୍ତି । ଦଳର ଜଣେ ପୁରୁଖା ନେତା ଭାବେ ଜଣାଶୁଣା ମହେଶ କୁମାର ୨୦୧୮ ମସିହାରେ ମଧ୍ୟ ବିଜୟ ହାସଲ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ମୁସଲିମଙ୍କ ସଂଖ୍ୟା ଅଧିକ ରହିଥିଲେ ସୁଦ୍ଧା ତାଙ୍କର ବହୁ ଲୋକପ୍ରିୟତା ରହିଛି । ମୁସଲିମ ସଂପ୍ରଦାୟର ଲୋକେ ତାଙ୍କୁ ବେଶ ଭଲ ପାଉଥିବାବେଳେ ଏହା ଭୋଟରେ ମଧ୍ୟ ପରିଣତ ହୋଇଛି ।

ପିପିପିର ବରିଷ୍ଠ ନେତା ହେଉଛନ୍ତି ମହେଶ କୁମାର ମଲାନି । ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ସମୟରୁ ଦଳ ସହ ଜଡିତ ରହିଛନ୍ତି । ମଲାନି ବ୍ରାହ୍ମଣ ସଂପ୍ରଦାୟର । ପାକିସ୍ତାନର ଦକ୍ଷିଣ ପ୍ରାନ୍ତର ଥାରପାରକର ହେଉଛି ସବୁଠାରୁ ବଡ଼ ଜିଲ୍ଲା । ଏଠାରେ ହିନ୍ଦୁ ସଂଖ୍ୟାଲଘୁ ସଂପ୍ରଦାୟ ହୋଇଥିବାବେଳେ ଉଭୟଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ମଲାନି । ଏଣୁ ଏହା ତାଙ୍କ ବିଜୟର ମୁଖ୍ୟ କାରଣ ବୋଲି କୁହାଯାଇପାରେ ।

ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ କିଏ ସରକାର ଗଢ଼ିବ ତାକୁ ନେଇ ଦ୍ବନ୍ଦ ଲାଗି ରହିଛି । ଏହି ନିର୍ବାଚନରେ ବହୁ ଓଲଟ ପାଲଟ ହୋଇଛି । ଦେଶରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ଏଣୁ ସରକାର ଗଠନ ପାଇଁ ସ୍ବାଧୀନ ନେତାଙ୍କ ଗୁରୁତ୍ବ ରହିଛି । ତେବେ ନିର୍ବାଚନ ପୂର୍ବରୁ ଏଭଳି ଲାଗୁଥିଲା କି, ପାକିସ୍ତାନ ମୁସଲିମ ଲିଗ-ନବାଜ (ପିଏମଲ)ର ବିଜୟ ସୁନିଶ୍ଚିତ ହେବ । ଏଭଳି ଲାଗୁଥିଲା କି, ପୁଣିଥରେ ନଓ୍ବାଜ ସରିଫ ପୁଣିଥରେ ସରକାର ଗଢ଼ିବେ । କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଯାଇଛି । ସମୁଦାୟ ୨୬୬ ଆସନରୁ ୯୯ ଆସନରେ ସ୍ବାଧୀନ ବିଧାୟକ ଜିତିଛନ୍ତି । ଯେଉଁମାନେ ଇମ୍ରାନ ଖାନଙ୍କ ସମର୍ଥିତ । ଏଣୁ ସମସ୍ତଙ୍କ ନଜର ଏହି ବିଧାୟକଙ୍କ ଉପରେ । ପିଏମଏଲ ପକ୍ଷରୁ ନଓ୍ବାଜ ସରିଫ ସରକାର ଗଠନ ପାଇଁ ଦାବି କରିଥିବାବେଳେ ସେପଟେ ଇମ୍ରାନ ଖାନଙ୍କ ପିଟିଆଇ ମଧ୍ୟ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ।

Read More
{}{}