Hindi News >>Home >>Zee Odisha

ବିଜେପି ସରକାରକୁ ମାସେ ପୂରିଲା, ଏଭଳି ଦୃଢ଼ୋକ୍ତି ପ୍ରକାଶ କଲେ ଆଇନ ମନ୍ତ୍ରୀ

ଖୁବଶୀଘ୍ର ସୁଭଦ୍ରା ଯୋଜନା ବି ଲାଗୁ କରାଯିବ। ଓଡ଼ିଆ ଅସ୍ମିତା ଲାଗି ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା ହୋଇଛି। ବିଜେପି ସରକାର ବହୁ ଲୋକାଭିମୁଖୀ ଯୋଜନା କରିଛି।

Advertisement
ବିଜେପି ସରକାରକୁ ମାସେ ପୂରିଲା, ଏଭଳି ଦୃଢ଼ୋକ୍ତି ପ୍ରକାଶ କଲେ ଆଇନ ମନ୍ତ୍ରୀ
Stop
Zee Odisha Desk|Updated: Jul 12, 2024, 12:44 PM IST

ଭୁବନେଶ୍ୱର: ବିଜେପି ରାଜ୍ୟରେ ସରକାର କରିବାର ଏକ ମାସ ପୁରିଛି। ଏହାରି ମଧ୍ୟରେ ସରକାର କଣ ସବୁ କରିଛନ୍ତି ବା ଆଗକୁ କଣ ସବୁ କରାଯିବ ତା ଉପରେ ସମସ୍ତଙ୍କର ନଜର ରହିଛି। ଏହି ଅବସରରେ ଆଜି ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀଚନ୍ଦନ କହିଛନ୍ତି ଯେ, ଆମେ ୧୦୦ ଦିନର ମାପଦଣ୍ଡରେ ସଂକଳ୍ପ ପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ। ଆମ ପାଇଁ ଚ୍ୟାଲେଞ୍ଜ କିଛି ହେବ ନାହିଁ। ସରକାର ଭାବେ ଶପଥ ନେଲା ପରେ ଆମେ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି। 

ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି ଯେ, ଖୁବଶୀଘ୍ର ସୁଭଦ୍ରା ଯୋଜନା ବି ଲାଗୁ କରାଯିବ। ଓଡ଼ିଆ ଅସ୍ମିତା ଲାଗି ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା ହୋଇଛି। ବିଜେପି ସରକାର ବହୁ ଲୋକାଭିମୁଖୀ ଯୋଜନା କରିଛି। ଜନତା ତୁଳନା କରିବେ ମାସେ ଭିତରେ ପୂର୍ବ ସରକାର କଣ କରିଥିଲେ ଆଉ ଆମେ ମାସେ ଭିତରେ କଣ ସବୁ ଭଲ କାମ କରିଛୁ। 

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜି ନହେଲେ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ନିର୍ଦ୍ଧାରଣ ଯାହା ହେଇଛି, ଆସିଯିବ। ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି। ବିଧିବଦ୍ଧ ଭାବେ ଆସନ୍ତାକାଲି ସୁଦ୍ଧା ସରକାରଙ୍କର ଯାହା ନିଷ୍ପତ୍ତି, ‌ତାହା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି। 

Read More
{}{}