Hindi News >>Home >>Zee Odisha

ମନ୍ତ୍ରୀ ଶୂନ କେନ୍ଦୁଝର ଜିଲ୍ଲା, ଭୁଲିଗଲେ କି ମୁଖ୍ୟମନ୍ତ୍ରୀ ଜାଣନ୍ତୁ କାରଣ

(କେନ୍ଦୁଝର,ଅଭୟ ମହାନ୍ତି ) -ଖଣି ଖାଦାନ ଭରା ଜିଲ୍ଲା କେନ୍ଦୁଝର। ରାଜ୍ୟ ରାଜକୋଷ କୁ ସମୃଦ୍ଧି କରିବାରେ ଏହି ଜିଲ୍ଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ। ଏହି ଜିଲ୍ଲାରେ ରେ ଭରପୁର ରହିଛି ଖଣିଜ ପଦାର୍ଥ ।ଆଉ ଏହି ଖଣି ପାଇଁ ଜିଲ୍ଲା ଅନେକ ସମୟରେ ଚର୍ଚ୍ଚା ମଧ୍ୟ ରେ ରହିଛି। ତେବେ ଏହି ଜିଲ୍ଲାରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳକୁ ନେଇ ଏବେ ଚର୍ଚ୍ଚାର କାରଣ ପାଳିଛି,କାରଣ ଏହି ଜିଲ୍ଲାରେ  ମନ୍ତ୍ରୀ ପଦ କାହାକୁ ମିଳିଲା ନାହିଁ । ଏହାକୁ ନେଇ ଜିଲ୍ଲା ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି । କାହିଁକି ନା କାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା କଲେ ନାହିଁ।

Advertisement
ମନ୍ତ୍ରୀ ଶୂନ କେନ୍ଦୁଝର ଜିଲ୍ଲା, ଭୁଲିଗଲେ କି ମୁଖ୍ୟମନ୍ତ୍ରୀ ଜାଣନ୍ତୁ କାରଣ
Stop
Abhaya mohanty|Updated: Jun 06, 2022, 09:21 PM IST

 ସୁତରାଂ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଇତିମଧ୍ୟରେ ପାଞ୍ଚ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ସରକାରରେ ଜିଲ୍ଲାରୁ ସର୍ବାଧିକ ଥର ମନ୍ତ୍ରୀ ପଦ ହାତେଇ ଆସୁଥିଲେ, ହେଲେ ୨୦୧୯ ନିର୍ବାଚନରେ ସେ ବିଜୟୀ ହେବା ସତ୍ତ୍ୱେ ତାଙ୍କୁ ମନ୍ତ୍ରୀ ପଦ ମିଳି ନଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ବଦଳରେ ତେଲକୋଇ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ମନ୍ତ୍ରୀ କରିଥିଲେ। ଶ୍ରୀ ନାୟକଙ୍କୁ ମନ୍ତ୍ରୀ କରାଯିବା ପରେ ସେ ହିଁ ସାଂଗଠନିକ କଥା ବୁଝିବେ ବୋଲି ବିଜେଡିରେ ଆଲୋଚନା ହୋଇଥିଲା । ହେଲେ ସେମିତି କିଛି ବି ହେଲାନାହିଁ । ଅନ୍ୟପକ୍ଷରେ ଅଦଳବଦଳ ବେଳେ ମନ୍ତ୍ରୀମଣ୍ଡଳରୁ  ଜିଲ୍ଲାର ଥିବା ଏକ ମାତ୍ର ପ୍ରେମାନନ୍ଦ ନାୟକ ବିଦା ହୋଇଗଲେ। ପୂର୍ବତନ ମନ୍ତ୍ରୀ  ପ୍ରେମାନନ୍ଦ ନାୟକ ଇସ୍ତଫା ଦେବା ପରେ, କେନ୍ଦୁଝର ଜିଲ୍ଲାରୁ ସ୍ବାଭାବିକ ଭାବେ ଅନ୍ୟ ଜଣେ କାହାକୁ ମନ୍ତ୍ରୀ କରାଯିବ ବୋଲି ପୁଣି ଆଲୋଚନା କରାଯାଉଥିଲା, ଏଥିସହିତ ପ୍ରେମାନନ୍ଦ ନାୟକ ଆଉ ଥରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ପାଇ ପୁଣି ମନ୍ତ୍ରୀ ହେବାକୁ ଆଶା ରଖିଥିଲେ। ତେବେ  ପୂର୍ବତନ ମନ୍ତ୍ରୀ ପ୍ରେମାନଦ  ସଂଗଠନକୁ ମଜବୁତ କରି ପାରିନଥିବା ଯୋଗୁଁ ସେ  ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଭାଜନ ହୋଇନଥିବା ଚର୍ଚ୍ଚା ମଧ୍ୟ ହେଉଅଛି।

 ଅନ୍ୟ ପକ୍ଷରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଶେଷ ମୁହୂର୍ଷରେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ମନ୍ତ୍ରୀ ପଦ ମିଳିଲା ନାହିଁ। ଫଳରେ କେନ୍ଦୁଝର ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଗଲା ।ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ କେନ୍ଦୁଝର ଜିଲ୍ଲାରେ ବଦ୍ରିନାରାୟନ ପାତ୍ର ମନ୍ତ୍ରୀ ହେବ ନେଇ, ମନ୍ତ୍ରୀ ଙ୍କ ସମର୍ଥକ ସହ ଜିଲ୍ଲା ବାସୀ ଆଶା ବାନ୍ଧିଥିଲେ ହେଲେ ମନ୍ତ୍ରୀ ପଦ ନ ମିଳିବାରୁ ମନ୍ତ୍ରୀ ଙ୍କ ସମର୍ଥକ ଙ୍କ ମଧ୍ୟରେ ନିରାଶା ଖେଳିଯାଇଥବା ଦେଖିବାକୁ ମିଳିଛି।  ଅନ୍ୟପଟେ ପ୍ରଥମ ଥର ପାଇଁ ବିଜେଡିର ଚମ୍ପୁଅ ବିଧ୍ୟୟିକା ଭାବରେ ମୀନାକ୍ଷୀ ମହାନ୍ତ ନିର୍ବାଚନ ଲଢ଼ି ଜିତିବା ପରେ, ତାଙ୍କ ନାମ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ କେନ୍ଦୁଝର  ଜିଲ୍ଲାରେ ଚର୍ଚ୍ଚା ହେଉଥିଲା ବେଳୀ ନବୀନ ନିବାସରୁ ତାଙ୍କୁ କୌଣସି ଡାକରା ଆସିନଥିଲା। 

ସେହିପରି ବହୁ ଚର୍ଚ୍ଚିତ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ କ୍ଷମତା ସଂକୁଚିତ କରିବା ପାଇଁ କିଛି ଖଣି ବ୍ୟବସାୟୀ ମୀନାକ୍ଷୀଙ୍କୁ ମନ୍ତ୍ରୀ କରିବାକୁ ଚାହୁଁଥିଲେ ଓ ଏମିତିବି  ନିୟମିତ ଭାବେ ତୃତୀୟ ମହଲାରେ ଲବି ଚଳାଇଥିଲେ। ହେଲେ ସନାତନଙ୍କ ବିରୋଧ ଯୋଗୁ ମୀନାକ୍ଷୀଙ୍କୁ ମନ୍ତ୍ରୀ କରାଗଲା ନାହିଁ ବୋଲି ଅନେକ ଚର୍ଚ୍ଚା ହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲା ବିଜେଡି ଜିଲ୍ଲା ପରିଷଦ ଆସନରେ ମୋଟ ୩୬ଟି ଆସନରୁ ୩୩ଟି ବିଜୟୀ ହୋଇଥିଲା । ଏମିତିବି ପୌର ନିର୍ବାଚନରେ ମୋଟ ୪ଟି ପୌର ପାଳିକା ଏବଂ ଗୋଟିଏ ଏନଏସି ମଧ୍ୟରୁ  କେବଳ କେନ୍ଦୁଝର ପୌର ପାଳିକାକୁ ବାଦ ଦେଲେ ସମସ୍ତ ପୌର ପାଳିକାକୁ ବିଜେଡି ଦଖଲକୁ ଚାଲିଯାଇଥିଲା। ଏହି ପ୍ରଦର୍ଶନକୁ ଦେଖି କେନ୍ଦୁଝର ଜିଲ୍ଲା ଭାଗରେ ଗୋଟିଏ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଥିଲା। ଅନ୍ୟପକ୍ଷରେ ଜିଲ୍ଲାରେ କେବଳ ସଦର ନିର୍ବାଚନ ମଣ୍ଡଳୀ  ରେ ବିଜେପିର ମୋହନ ଚରଣ ମାଝୀ ବିଜୟ ହୋଇଥିଲେ ମଧ୍ୟ ଜିଲ୍ଲାରେ ୫ ଟିରେ ବିଜେଡିର  ବିଧାୟକ ଓ ସାଂସଦ ପଦ ବିଜେଡି ହାତେଇଥିଲା। ତେବେ ଜିଲ୍ଲାରୁ ଜଣେ ବି କେହି ମନ୍ତ୍ରୀମଣ୍ଡଳ ରେ ସ୍ଥାନ ନ ମିଳିବା କାରଣରୁ ଜିଲ୍ଲା ବିଜେଡି ମଧ୍ୟରେ ଗୋଷ୍ଟି କନ୍ଦଳ ନା ମୁଖ୍ୟମନ୍ତ୍ରୀ ଙ୍କ ଆସ୍ଥା ହରେଇବା ନେଇ ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି।

Read More
{}{}