Hindi News >>Home >>Zee Odisha

Indian idol: ଇଣ୍ତିଆନ ଆଇଡଲ ଶୋ’ ଛାଡ଼ିବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ହୋଷ୍ଟ ମିନି ମାଥୁର, କହିଲେ....

Mini Mathur on Indian idol: ଲୋକପ୍ରିୟ ଗୀତ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ଏହି ସମୟରେ ବହୁତ ବିବାଦରେ ଛନ୍ଦି ହୋଇପଡିଛି । ଇଣ୍ଡିଆନ୍ ଆଇଡଲ୍ ଟିଆରପି ପାଇଁ ସ୍କ୍ରିପ୍ଟିଂ ଓ ଭାବପ୍ରବଣ ଡ୍ରାମା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏଥି ସହିତ, ଶୋ’ର ହୋଷ୍ଟ କରୁଥିବା ମିନି ମାଥୁର ମଧ୍ଯ ଶୋ’ରୁ ବିଦାୟ ନେଇଛନ୍ତି  ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 08, 2023, 04:45 PM IST

Indian idol: ଘରେ ଘରେ ବେଶ ପରିଚିତ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡ଼ଲ୍ (Reality Show Indian idol)। ଲୋକେ ଏହି ଶୋ’ କୁ ଖୁବ ଉପଭୋଗ କରିଥାଆନ୍ତି । ତେବେ ଏହି ରିଆଲିଟି ଶୋ ବର୍ତ୍ତମାନ ବହୁ କାରଣକୁ ନେଇ ବିବାଦରେ ରହିଛି । ଗତ ସିଜନରେ ପ୍ରତିଯୋଗୀଙ୍କ ମଧ୍ଯରେ ଫେକ ଲଭ ଆଙ୍ଗେଲ ତିଆରି କରି ଶୋ ନିଜର ଖ୍ୟାତି ହରାଇଥିଲା। ତେବେ ଅନେକ ଲୋକେ ଏହି ରିଆଲିଟି ଶୋର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହି ବିବାଦ ମଧ୍ଯରେ ଇଣ୍ଡିଆନ୍ ଆଇଡ଼ଲର(Indian idol) ପ୍ରଥମ ୬ଟି ସିଜନ ହୋଷ୍ଟ (Host)  କରିଥିବା ମିନି ମାଥୁର ଏହି ସିଙ୍ଗିଙ୍ଗ ରିଆଲିଟି ଶୋର ବିଦାୟ ନେଇଛନ୍ତି। ତେବେ ନିକଟରେ ମିନି ମାଥୁର (Mini Mathur )ଶୋ’ ଛାଡ଼ିବା ପଛର ପ୍ରକୃତ କାରଣର ଖୁଲାସା କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ମିନି ମାଥୁର (Mini Mathur) ଏକ ସାକ୍ଷାତକାରରେ କହିଥିଲେ ଯେ, ଶୋ'ର ସ୍ପିରିଟ୍ କମିଯିବା ଦେଖି ମୁଁ ଶୋରୁ ବିଦାୟ ନେଇଥିଲି । ସେ ଆଉ ମଧ୍ଯ କହିଛନ୍ତି ଯେ, ପୂର୍ବରୁ ଶୋ'ରେ କେବଳ ପ୍ରତିଯୋଗୀ ଓ ସେମାନଙ୍କ ପ୍ରତିଭା ଉପରେ ଧ୍ୟାନ ଦିଆଯାଉଥିଲା, କିନ୍ତୁ ଏବେ ନିର୍ମାତାମାନେ ଫେକ୍ ସ୍କ୍ରିପ୍ଟିଂ ତିଆରି କରୁଛନ୍ତି । ଯାହା ତାଙ୍କୁ ଆଦୌ ପସନ୍ଦ ଆସିନଥିଲା। ସେ ଆଉ ମଧ୍ଯ କହନ୍ତି ଯେ, “ମୁଁ ଶୋ'ର ସମସ୍ତ ପ୍ରତିଯୋଗୀଙ୍କ ନିକଟତର ଥିଲି। ଏପରିକି ସେମାନଙ୍କୁ ରାତ୍ରି ଭୋଜନ ପାଇଁ ଘରକୁ ନିମନ୍ତ୍ରଣ କରୁଥିଲି । ସେମାନଙ୍କ ସହ ସମୟ ବିତାଇବା ପରେ ଧୀରେ ଧୀରେ ମୁଁ ଅନୁଭବ କଲି ଯେ ଏଥିରେ କୌଣସି ବାସ୍ତବତା ନାହିଁ । ଏହି ଶୋ କେବଳ ଟଙ୍କା ରୋଜଗାର ଉପରେ ଧ୍ୟାନ ଦେଉଛି। ବାସ୍ତବତାରେ ଏଠାରେ କିଛି ରିୟଲ ନାହିଁ, କେବଳ ଦର୍ଶକଙ୍କ ପାଇଁ ଏହା ସୃଷ୍ଟି କରାଯାଇଥାଏ” ।

ଏପରି ଏକ ଘଟଣାକୁ ମନେ ପକାଇ ମିନି କହିଛନ୍ତି, “ଥରେ ଜଣେ ପ୍ରତିଯୋଗୀଙ୍କର ସମ୍ପର୍କୀୟ ଶୋ’କୁ ଆସିବାର ଥିଲା। ଏ ନେଇ ସମସ୍ତେଙ୍କୁ ଜାଣିଥିଲେ ଯେ, ସେମାନଙ୍କ ଘରୁ ସମ୍ପର୍କୀୟ ଆସୁଛନ୍ତି, ଏହାପରେ ମଧ୍ୟ ସେମାନଙ୍କୁ ଏକ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେବାକୁ କୁହାଯାଇଥିଲା । କେବଳ ଏତିକି ନୁହେଁ, ଦିନେ ମୋର ପ୍ରଯୋଜକ ମୋତେ କହିଥିଲେ ଯେ, ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ଶୋକୁ ଆସିବାର ଅଛନ୍ତି । ଆମକୁ ସେମାନଙ୍କ ଲାଗି ଏକ ଫେକ ସ୍କ୍ରିନଂ କ୍ରିଏଟ୍ କରିବାକୁ ହେବ। ଏନେଇ ମୁଁ କହିଥିଲି ଯେ, ମୁହୂର୍ତ୍ତ ସୃଷ୍ଟି କରାଯାଇନଥାଏ । ଏହା ଆପେ ହୋଇଥାଏ । ବାସ ଏହି କାରଣ ଲାଗି ମୁଁ ଶୋ’ରୁ ବିଦାୟ ନେଇଥିଲି” ।

ଏହା ବି ପଢନ୍ତୁ-Allu Arjun Birthday: ଅଲ୍ଲୁ ଅର୍ଜୁନଙ୍କ ସହ ବିବାହ ପାଇଁ ରାଜି ନଥିଲେ ସ୍ନେହାଙ୍କ ପରିବାର ଲୋକେ,ଏମିତି ହୋଇଥିଲା ବାହାଘର

ପ୍ରକାଶ ଥାଉ କି, ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଭେଟେରାନ ଗାୟକ କିଶୋର କୁମାରଙ୍କ(kishore kumar)ପୁଅ ଅମିତ କୁମାର(Amit kumar) ମଧ୍ୟ ଶୋ’କୁ ନେଇ ମତ ଦେଇଥିଲେ । ଶୋ’ରେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସା କରିବା ଲାଗି ତାଙ୍କୁ କୁହାଯାଉଥିଲା। ଏହା ସହିତ ପ୍ରତିଯୋଗୀଙ୍କ ପ୍ରଦର୍ଶନକୁ ନେଇ କୌଣସି ନକାରାତ୍ମକ କଥା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ବ୍ୟତୀତ, ଗାୟିକା ସୁନିଧି ଚୌହାନ(Sunidhi Chauhan) ମଧ୍ଯ କହିଥିଲେ ଯେ, ତାଙ୍କୁ ଶୋ’ରେ କେବଳ ପ୍ରଶଂସା କରିବାକୁ କୁହାଯାଇଥିଲା । 

 

 

Read More
{}{}