Hindi News >>Home >>Zee Odisha

Nawaz Sarif:ହାରିଥିବା ନୱାଜଙ୍କୁ ଜିତାଇଲା ପାକିସ୍ତାନ ସେନା ? ନୱାଜଙ୍କ ବିଜୟକୁ ନେଇ ଉଠିଲା ପ୍ରଶ୍ନ

ଲାହୋରରୁ ନୱାଜ ସରିଫଙ୍କୁ ବିଜେତା ଘୋଷିତ କରାଯାଇଛି କିନ୍ତୁ ତାଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠିଛି । ବିରୋଧୀଙ୍କ ଅଭିଯୋଗ ଯେ, ନୱାଜ ଭୋଟରେ ହାରିଥିଲେ କିନ୍ତୁ ଗଣତିରେ ଜାଲିଆତି କରି ତାଙ୍କୁ ବିଜୟୀ ଘୋଷଣା କରାଯାଇଛି । ଆସନ୍ତୁ ଜାଣିବା କ’ଣ ପାଇଁ ନୱାଜଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠିଛି? ପାକିସ୍ତାନ ନିର୍ବାଚନ ଆରମ୍ଭରୁ ଅନେକ କାରଣରୁ ଚର୍ଚ୍ଚ

Advertisement
SOCIAL MEDIA
Stop
Zee Odisha Desk|Updated: Feb 09, 2024, 09:53 PM IST

Nawaz Sarif:

ଲାହୋରରୁ ନୱାଜ ସରିଫଙ୍କୁ ବିଜେତା ଘୋଷିତ କରାଯାଇଛି କିନ୍ତୁ ତାଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠିଛି । ବିରୋଧୀଙ୍କ ଅଭିଯୋଗ ଯେ, ନୱାଜ ଭୋଟରେ ହାରିଥିଲେ କିନ୍ତୁ ଗଣତିରେ ଜାଲିଆତି କରି ତାଙ୍କୁ ବିଜୟୀ ଘୋଷଣା କରାଯାଇଛି । ଆସନ୍ତୁ ଜାଣିବା କ’ଣ ପାଇଁ ନୱାଜଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠିଛି?

ପାକିସ୍ତାନ ନିର୍ବାଚନ ଆରମ୍ଭରୁ ଅନେକ କାରଣରୁ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନ ପ୍ରଚାର ସମୟରେ ଇମ୍ରାନ ଖାନଙ୍କ ସମର୍ଥିତ ପ୍ରାର୍ଥୀମାନେ ଅଭିଯୋଗ କରିଥିଲେ ଯେ, ପାକିସ୍ତାନୀ ସେନା ସେମାନଙ୍କୁ ନିର୍ବାଚନ ସଭା କରିବାକୁ ଅନୁମତି ଦେଉନାହିଁ। ଏହା ବ୍ୟତୀତ ପାକିସ୍ତାନୀ ସେନା ଖୋଲାଖୋଲି ଭାବେ ନୱାଜ ସରିଫଙ୍କ ଦଳ 'ପାକିସ୍ତାନ ମୁସଲିମ ଲିଗ-ଏନ' କୁ ସମର୍ଥନ କରୁଥିବା ଅଭିଯୋଗ ମଧ୍ୟ  ହୋଇଥିଲା । ବର୍ତ୍ତମାନ ନୱାଜ ସରିଫ ଜିତିଥିବା ଲାହୋର ଆସନର ଫଳାଫଳ ସନ୍ଦେହ ଘେରକୁ ଆସିଛି ।  ସରିଫଙ୍କ ବିଜୟ ଘୋଷଣା କରୁଥିବା ସ୍ଲିପ୍ (14 ଫର୍ମ) 14 ଜଣ ପ୍ରାର୍ଥୀଙ୍କୁ 0 ଭୋଟ୍ ମିଳିଥିବା ଦର୍ଶାଉଛି । ଏହା ବ୍ୟତୀତ ଯେତିକି ଭୋଟ୍ ପଡିଥିଲା ତା’ଠରୁ ଅଧିକ ଭୋଟ୍ ଗଣାଯିବାକୁ ନେଇ ମଧ୍ଯ ସନ୍ଦେହ ସନ୍ଦେହ ସୃଷ୍ଟି ହୋଇଛି ।

ସନ୍ଦେହରେ ଫଳାଫଳ?

ନୱାଜ ସରିଫ ପିଟିଆଇ ସମର୍ଥିତ ପ୍ରାର୍ଥୀ ୟାସିମିନ ରସିଦଙ୍କୁ ଲାହୋର ଆସନରୁ 1,71,024 ଭୋଟରେ ପରାସ୍ତ କରିଛନ୍ତି। କିନ୍ତୁ ଅନ୍ତିମ ଘୋଷିତ ତାଲିକାରେ ଲାହୋର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା 18 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 14 ଜଣଙ୍କୁ 0 ଭୋଟ୍  ମିଳିଥିବା ଦର୍ଶାଯାଇଛି। ଯାହାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଉଛନ୍ତି । ବିରୋଧୀଙ୍କ କହିବା ହେଉଛି ୧୪ ଜଣ ପ୍ରାର୍ଥୀଙ୍କୁ ଶୁନ ଭୋଟ ମିଳିବା ବିଶ୍ୱାସଯୋଗ୍ୟ ନୁହେଁ ।କାରଣ ଅତିକମରେ ସେମାନଙ୍କ ପରିବାରର ଭୋଟ ମିଳିବା କଥା । ବିରୋଧୀ ପଚାରୁଛନ୍ତି ଯେ,ଯଦି ଏହି ୧୪ ଜଣ ପ୍ରାର୍ଥୀଙ୍କୁ ଶୁନ ଭୋଟ୍ ମିଳିଛି ତେବେ କ’ଣ ସେମାନଙ୍କୁ ତାଙ୍କ ପରିବାର ମଧ୍ୟ ଭୋଟ୍ ଦେଇ ନାହାଁନ୍ତି କି? ଏହା ବ୍ୟତୀତ, ମୋଟ ଭୋଟ୍ 2,93,693 ଏବଂ ବୈଧ ଭୋଟ୍ ପାଖରେ 2,94,043 ଭୋଟ୍ ଲେଖାଯାଇଛି । ଫର୍ମ 47 ରେ ଥିବା ଏହି ଭୁଲ ନୱାଜ ସରିଫ ଏବଂ ପାକିସ୍ତାନ ନିର୍ବାଚନ ଆୟୋଗ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଆପଣଙ୍କୁ କହିରଖୁଛୁ ଯେ ଭୋଟ୍ ଗଣନର ଆରମ୍ଭରୁ ନୱାଜ ସରିଫ, ଇମ୍ରାନ ୟାସିମିନ ରସିଦଙ୍କଠାରୁ ପଛରେ ଥିଲେ କିନ୍ତୁ ହଠାତ୍ ତାଙ୍କୁ ବିଜେତା ଘୋଷିତ କରାଯାଇଥିଲା। ବର୍ତ୍ତମାନ ଫର୍ମ 47 ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।

ଦ୍ୱିତୀୟ ସିଟରେ ନୱାଜଙ୍କ ଖରାପ ପରାଜୟ

ଏହି ନିର୍ବାଚନରେ ନୱାଜ ସରିଫ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ନୱାଜ ସରିଫ NA-15 ମନସେହର ଆସନରେ ପରାଜୟର ସମ୍ମୁଖୀନ ହୋଇଛନ୍ତି।  ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଶାହାଜଦା ଗସ୍ତାସାପଙ୍କଠାରୁ ନୱାଜ ସେଠାରେ ନିର୍ବାଚନ ହାରିଛନ୍ତି । ରିପୋର୍ଟ ଅନୁଯାୟୀ, ପ୍ରାୟ 70 ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଯେଉଁଥିରେ PTI ସମର୍ଥିତ (ସ୍ୱାଧୀନ ପ୍ରାର୍ଥୀ) - 24, PPP - 24, PMLN - 18, ଅନ୍ୟମାନେ 4 ଟି ଆସନ ଜିତିଛନ୍ତି । ବର୍ତ୍ତମାନ 195 ଟି ସିଟ୍ ପାଇଁ ଗଣନା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜାରି ରହିଥିଲା ।

Read More
{}{}