Hindi News >>Home >>Zee Odisha

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ

ଜଣେ ମନ୍ତ୍ରୀ ଓ ବିଧାୟକଭାବେ ତାଙ୍କର ଉଚ୍ଚ କୋଟୀର ପ୍ରଦର୍ଶନ ପାଇଁ ଓଡିଶା ରାଜନୀତିରେ ସୁରେନ୍ଦ୍ର ବାବୁ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ଥିଲେ। 

Advertisement
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ
Stop
Zee Odisha Desk|Updated: Jul 05, 2024, 12:50 PM IST

ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସ୍ବର୍ଗତ ନାୟକ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ସ୍ବର୍ଗତ ନାୟକ ଲୋକପ୍ରିୟ ଜନ ନେତା, ଦକ୍ଷ ପ୍ରଶାସକ ଓ ସଂଗଠକ ସହିତ ସାଧାରଣ ଜୀବନରେ ସ୍ୱଛତା ଓ ସାଧୁତା ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଜଣେ ମନ୍ତ୍ରୀ ଓ ବିଧାୟକଭାବେ ତାଙ୍କର ଉଚ୍ଚ କୋଟୀର ପ୍ରଦର୍ଶନ ପାଇଁ ଓଡିଶା ରାଜନୀତିରେ ସୁରେନ୍ଦ୍ର ବାବୁ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ତାଙ୍କର ପରଲୋକ ରାଜ୍ୟ ପାଇଁ ଓ ବିଜୁ ଜନତା ଦଳ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି। 

ଏଥିସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସଂତପ୍ତ ପରିବାର ବର୍ଗ ଙ୍କୁ ଶ୍ରୀ ପଟନାୟକ ଗଭୀର ସମବେଦନା ଜଣାଇଛନ୍ତି। 

 

ସୂଚନା ଥାଉକି, କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କର ପରଲୋକ ହୋଇଛି। ଭୁବନେଶ୍ବର ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ କାକଟପୁର ନିର୍ବାଚନ ମଣ୍ଡଳୀରୁ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସୁରେନ୍ଦ୍ର ନାୟକ କୃଷି ଓ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ୧୯୭୭ ମସିହାରେ ଶ୍ରୀ ନାୟକ ଥିଲେ ବିଧାନସଭାର ଉପବାଚସ୍ପତି। 

ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ୨୦୧୯ ମସିହାରୁ ଶ୍ରୀ ନାୟକ ଅସୁସ୍ଥ ଥିଲେ। କିନ୍ତୁ ନିୟମିତ ଗୀତା ଓ ଗାନ୍ଧୀ ସାହିତ୍ୟ ପଢ଼ୁଥିଲେ। ଗଣମାଧ୍ୟମରୁ ରାଜ୍ୟ ତଥା ଦେଶର ଖବର ରଖୁଥିଲେ। ଅସୁସ୍ଥତା ସତ୍ତ୍ୱେ ନିଜର ପୂର୍ବ ନିର୍ବାଚନମଣ୍ଡଳୀ କାକଟପୁର, ଅସ୍ତରଙ୍ଗ ସମେତ ଅନ୍ୟ ଅଞ୍ଚଳର ବନ୍ଧୁମାନଙ୍କ ସହିତ ସେ ସଂପର୍କରେ ରହିଥିଲେ। 

{}{}