India in Science and Technology: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୨। ବିଦାୟୀ ୨୦୨୨ ବର୍ଷରେ ଭାରତ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ଅର୍ଜନ କରିଛି। ବୈଜ୍ଞାନିକ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଆଜି ବିଶ୍ୱର ପ୍ରମୁଖ ଦେଶଙ୍କ ତାଲିକାରେ ସାମିଲ ହୋଇଛି। ସ୍ୱାଧୀନତା ପରେ ଭାରତ ଶିକ୍ଷା ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି।
ଭାରତରେ ବର୍ତ୍ତମାନର ସାକ୍ଷରତା ହାର ୭୪.୦୪ ପ୍ରତିଶତ ରହିଛି। ହେଲେ ଆଜକୁ ୭୫ ବର୍ଷ ପୂର୍ବେ ଅର୍ଥାତ ସ୍ୱାଧୀନତା ପୂର୍ବରୁ ଦେଶର ସାକ୍ଷରତା ହାର ୧୨ ପ୍ରତିଶତ ରହିଥିଲା। ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୋରୋନା ମହାମାରୀକୁ ଦୂର କରି ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଦୃଶ୍ୟ ବିକାଶ କରିଥିଲା ।
୨୦୨୨ ବର୍ଷରେ ହାସଲ କରା।ଯାଇଥିବା ପ୍ରମୁଖ ସଫଳତା
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଅନୁଯାୟୀ ବିଗତ ୧୦ ବର୍ଷ ମଧ୍ୟରେ ଭାରତରେ ବୈଜ୍ଞାନିକ ପ୍ରକାଶନ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ବର୍ତ୍ତମାନ ଚୀନ୍ ଏବଂ ଆମେରିକା ପରେ ଭାରତ ବୈଜ୍ଞାନିକ ପ୍ରକାଶନ ମାମଲାରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।
କୋରୋନା ଲହର, ମାନ୍ଦାବସ୍ଥା ଭୟ ଏବଂ ସମସ୍ତ ଆହ୍ୱାନକୁ ଛାଡି ୨୦୨୨ ଜାନୁଆରୀ-ଜୁଲାଇ ମଧ୍ୟରେ ଷ୍ଟାର୍ଟଅପ୍ ୟୁନିକର୍ନ କ୍ଷେତ୍ରରୁ ଭାରତ ଚୀନକୁ ପଛରେ ପକାଇ ଦେଇଛି। ଗତ ଜାନୁଆରୀରୁ ଜୁଲାଇ ମଧ୍ୟରେ ଭାରତରେ ୧୪ ଷ୍ଟାର୍ଟଅପ୍ ୟୁନିକର୍ନ ଗଠିତ ହୋଇଥିବା ବେଳେ ଚୀନରେ କେବଳ ୧୧ ଷ୍ଟାର୍ଟଅପ୍ ୟୁନିକର୍ନ ଗଠନ ହୋଇଥିଲା।
ଷ୍ଟାର୍ଟଅପ୍ ୟୁନିକର୍ନ ଏକ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଷ୍ଟାର୍ଟଅପ୍କୁ କୁହାଯାଏ। ବର୍ତ୍ତମାନ ଦେଶରେ ୧୦୮ ଷ୍ଚାର୍ଟଅପ୍ ୟୁନିକର୍ନ ରହିଛି ଏବଂ ଏହି ତାଲିକାରେ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ଏବଂ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି।
ବୈଜ୍ଞାନିକ ପ୍ରକାଶନ ମାମଲାରେ ଭାରତ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଆମେରିକାର 'ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ' ଅଧିନସ୍ଥ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଇଣ୍ଡିକେଟର୍ସ ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ବୈଜ୍ଞାନିକ ପ୍ରକାଶନ ମାନ୍ୟତାରେ ଭାରତ ସପ୍ତମ ସ୍ଥାନରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ନିକଟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ବୈଜ୍ଞାନିକ ପ୍ରକାଶନରେ ଭାରତର ସ୍ଥିତି ଗତ ୨୦୧୦ ବର୍ଷରେ ସପ୍ତମ ସ୍ଥାନରେ ରହିଥିଲା। ହେଲେ ଗତ ୨୦୨୦ ବର୍ଷରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ ୨୦୨୨ ତାଲିକାରେ ଭାରତ ୪୦ ତମ ସ୍ଥାନରେ ପହଞ୍ଚିଛି। ଗତ ୨୦୧୫ ବର୍ଷରେ ଭାରତ ୮୧ ତମ ସ୍ଥାନରେ ରହିଥିଲା। ସୂଚକାଙ୍କ ଅନୁଯାୟୀ ଭାରତରେ ଷ୍ଟାର୍ଟଅପ୍ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାରେ ଅନେକ ଉନ୍ନତି ହୋଇଛି। ପୂର୍ବ ତାଲିକା ତୁଳନାରେ ଭାରତ ଦୁଇଟି ସ୍ଥାନକୁ ଉପରକୁ ଉଠିଛି। ଗତ ବର୍ଷ ଭାରତ ୪୬ ତମ ସ୍ଥାନରେ ରହିଥିଲା।
ବିଗତ ୯ ବର୍ଷରେ ବାହ୍ୟ ଗବଷଣା ଏବଂ ବିକାଶ ପ୍ରକଳ୍ପରେ ମହିଳାଙ୍କ ଅଂଶଗ୍ରହଣ ଦ୍ୱିଗୁଣିତ ହୋଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୮-୧୯ ବର୍ଷରେ ଏହି ପ୍ରକଳ୍ପରେ ଏକ ଚତୁର୍ଥାଂଶରୁ ଅଧିକ ଅର୍ଥାତ ୨୮ ପ୍ରତିଶତ ମହିଳା ରହିଥିଲେ। ସେହିପରି ୨୦୦୦-୦୧ ବର୍ଷରେ ମହିଳାଙ୍କ ଅଂଶଗ୍ରହଣ ୧୩ ପ୍ରତିଶତ ରହିଥିଲା।
ଯୁବ ବୈଜ୍ଞାନିକଙ୍କୁ ସେମାନଙ୍କର ଅନୁସନ୍ଧାନ କାର୍ଯ୍ୟକଳାପ ଉପରେ ଲୋକପ୍ରିୟ ବିଜ୍ଞାନ ପ୍ରବନ୍ଧ ଲେଖିବାକୁ ଉତ୍ସାହିତ କରିବା ପାଇଁ AWSAR ଯୋଜନା ଆରମ୍ଭ କରାଯାଇଥିଲା। ଜାତୀୟ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଯୋଗାଯୋଗ ପରିଷଦ ଅଧୀନରେ ଚଳିତ ବର୍ଷ ୨୪ ଜାନୁଆରୀରେ 'ସୁଯୋଗ' ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଖବରକାଗଜ, ପତ୍ରିକା, ବ୍ଲଗ୍, ସୋସିଆଲ ମିଡିଆ ମାଧ୍ୟମରେ ଯୁବ ବୈଜ୍ଞାନିକଙ୍କ ସାମର୍ଥ୍ୟକୁ ବ୍ୟବହାର କରି ବିଜ୍ଞାନକୁ ଲୋକପ୍ରିୟ କରିବା ଏବଂ ସମାଜରେ ବୈଜ୍ଞାନିକ ଚିନ୍ତାଧାରାର ବିକାଶ କରିବା।
ବିଶ୍ୱ ବିଜ୍ଞାନ ସହିତ ଜଡିତ ହେବା ପାଇଁ ନୂତନ ଆନ୍ତର୍ଜାତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ଅଧିନରେ ୩୦ ମିଟର ଟେଲିସ୍କୋପ ପ୍ରକଳ୍ପ ଏବଂ ଇଣ୍ଡୋ-ଇସ୍ରାଏଲ୍ ଇଣ୍ଡଷ୍ଟ୍ରିଆଲ୍ ଆର ଆଣ୍ଡ ଡି ଏବଂ ଟେକ୍ନୋଲୋଜି ଇନୋଭେସନ୍ ମାଧ୍ୟମରେ ଆରମ୍ଭ କରାଯାଇଥିଲା।