Hindi News >>Home >>Odisha National-International

India China Fight: ଚୀନ ପାଇଁ କାଳ ସାଜିଛି ଭାରତୀୟ ପୋଷ୍ଟ, ଜାଣନ୍ତୁ କାହିଁକି ସୀମାରେ ମୁହାଁମୁହିଁ ହୋଇଛନ୍ତି ଉଭୟ ପକ୍ଷ?

India China Conflict: ଗତ ୯ ଡିସେମ୍ବର ସକାଳେ ପ୍ରାୟ ୩୦୦-୪୦୦ ସୈନିକ ୟାଙ୍ଗସେସ୍ଥିତ ୟେଙ୍କି ପୋଷ୍ଟ ଉପରେ ଚଢାଉ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ଚୀନ ସୈନିକ ଏଠାରେ ପହଞ୍ଚିଥିଲେ ସେତେବେଳେ ପ୍ରାୟ ୫୦ ଜଣ ଭାରତୀୟ ସୈନିକ ଏଠାରେ ମୁତୟନ ହୋଇଥିଲେ। ହେଲେ ଭାରତୀୟ ଯବାନ ୟେଙ୍କି ପୋଷ୍ଟ ଠାରେ ପହଞ୍ଚିଥିବା ସଶସ୍ତ୍ର ଚୀନ ସୈନିକଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ସେମାନଙ୍କୁ ସକାଳ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ। ଏହା ପରେ ଭାରତୀୟ ସୈନିକ ଚୀନ ସୈନ୍ୟଙ୍କୁ ସେଠାରୁ ବାହାର କରି ଦେଇଥିଲେ। ଯେ ପର୍ଯ୍ୟନ୍ତ ଚୀନ ସୈନିକ ସେମାନଙ୍କ ସୀମାରେ ପହଞ୍ଚିନଥିଲେ ସେ ପର୍ଯ୍ୟନ୍ତ ଭାରତୀୟ ସୈନ୍ୟ ସେଠାରେ ନିଜ ଉପସ୍ଥିତିକୁ ମଜବୁତ କରିଥିଲେ। 

Advertisement
ଫଟୋ ସୌଜନ୍ୟ: Twitter@detresfa_
Stop
Zee Odisha Desk|Updated: Dec 14, 2022, 06:25 PM IST

India China Clash: ଗତ ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ୍ ସୈନିକ। ହେଲେ ଚୀନ ସହ ହୋଇଥିବା ସଂଘର୍ଷର ମୁଖ୍ୟ କାରଣ ଏକ ପୋଷ୍ଟ ବୋଲି ଜଣାପଡ଼ିଛି। ଏହି ପୋଷ୍ଟ ହେଉଛି ୟେଙ୍କି ପୋଷ୍ଟ। ପ୍ରାୟ ୧୭ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଭାରତୀୟ ସେନାର ଏହି ସୀମା ପୋଷ୍ଟ ଚୀନ୍‌ ସେନା ଲାଗି ଚେତାବନୀ ସଦୃଶ୍ୟ ହୋଇଛି। ଏଠାରୁ ଭାରତୀୟ ସୈନିକଙ୍କୁ ହଟାଇବା ଲାଗି ପ୍ରାୟ ୩୦୦ ସଶସ୍ତ୍ର ଚୀନ ସୈନିକ ଏଠାକୁ ଆସିଥିଲେ। ତୱାଙ୍ଗ ସହର ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ୟାଙ୍ଗସେ ନାମକ ଅଞ୍ଚଳ ରହିଛି। ଯାହା ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ମଧ୍ୟରେ ଏକ ପ୍ରମୁଖ ସଂଯୋଗସ୍ଥଳ।

ଗତ ୯ ଡିସେମ୍ବର ସକାଳେ ପ୍ରାୟ ୩୦୦-୪୦୦ ସୈନିକ ୟାଙ୍ଗସେସ୍ଥିତ ୟେଙ୍କି ପୋଷ୍ଟ ଉପରେ ଚଢାଉ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ଚୀନ ସୈନିକ ଏଠାରେ ପହଞ୍ଚିଥିଲେ ସେତେବେଳେ ପ୍ରାୟ ୫୦ ଜଣ ଭାରତୀୟ ସୈନିକ ଏଠାରେ ମୁତୟନ ହୋଇଥିଲେ। ହେଲେ ଭାରତୀୟ ଯବାନ ୟେଙ୍କି ପୋଷ୍ଟ ଠାରେ ପହଞ୍ଚିଥିବା ସଶସ୍ତ୍ର ଚୀନ ସୈନିକଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ସେମାନଙ୍କୁ ସକାଳ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ। ଏହା ପରେ ଭାରତୀୟ ସୈନିକ ଚୀନ ସୈନ୍ୟଙ୍କୁ ସେଠାରୁ ବାହାର କରି ଦେଇଥିଲେ। ଯେ ପର୍ଯ୍ୟନ୍ତ ଚୀନ ସୈନିକ ସେମାନଙ୍କ ସୀମାରେ ପହଞ୍ଚିନଥିଲେ ସେ ପର୍ଯ୍ୟନ୍ତ ଭାରତୀୟ ସୈନ୍ୟ ସେଠାରେ ନିଜ ଉପସ୍ଥିତିକୁ ମଜବୁତ କରିଥିଲେ। 

ପ୍ରାୟ ୧୭ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ୟେଙ୍କି ପୋଷ୍ଟ ଭାରତୀୟ ସେନା ଲାଗି ଏକ ସର୍ଚ୍ଚ ଟାୱାର ଭଳି। ଏଠାରେ ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଚୀନ ସୈନ୍ୟବାହିନୀ ଉପରୁ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖିଥାଏ। ୟେଙ୍କି ପୋଷ୍ଟ ନିକଟରେ ଚୀନୀ ସୀମାନ୍ତ ଗ୍ରାମ ରହିଛି। ଚଳିତ ବର୍ଷ ଜୁଲାଇରେ ଚୀନ ଏହି ଗ୍ରାମରେ ଏକ ରାସ୍ତା ନିର୍ମାଣ କରିଛି।   

ଚୀନ୍ ସୈନିକ ଏହି ରାସ୍ତା ଦେଇ ୟାଙ୍ଗସେ ଠାରେ ପ୍ରବେଶ କରିବାକୁ ଚେଷ୍ଟା କରିବା ମାତ୍ରେ ଭାରତୀୟ ସୈନ୍ୟଙ୍କୁ ଏହାର ଖବର ମିଳିଯାଏ। ଗତ ୯ ଡିସେମ୍ବରରେ ଚୀନ ସୈନ୍ୟ ଅନ୍ଧକାରର ଫାଇଦା ଉଠାଇ ରାତି ଦୁଇଟା ସମୟରେ ସେଠାରେ ପହଞ୍ଚିଥିଲେ। ହେଲେ ଭାରତୀୟ ସୈନିଙ୍କ ସତର୍କତା କାରଣରୁ ଚୀନ ସେନା ସେମାନଙ୍କ ସୀମାନ୍ତ ଗ୍ରାମରୁ ୟେଙ୍କି ପୋଷ୍ଟ ନିକଟରେ ପହଞ୍ଚି ପାରିନଥିଲେ। 

ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ଚୀନ୍ ସେନା ୟେଙ୍କି ପୋଷ୍ଟ ଠାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତୀୟ ସୈନ୍ୟ ଚୀନ ସେନା ଅନୁପ୍ରବେଶକୁ ରୋକିଥିଲେ। ଏହି ସମୟରେ କିଛି ଚୀନ ସୈନିକଙ୍କୁ ଭାରତୀୟ ସେନା ବନ୍ଧକ ବନାଇ ଦେଇଥିଲେ। ଯଦିଓ ପରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଫ୍ଲାଗ ବୈଠକ ପରେ ସମସ୍ତ ବନ୍ଧତକ ରହିଥିବା ଚୀନ ସୈନିକଙ୍କୁ ମୁକ୍ତ କରାଯାଇଥିଲା। ଚଳିତ ବର୍ଷ ୯ ଡିସେମ୍ବରରେ ଘଟିଥିବା ଘଟଣା ପରେ ଭାରତୀୟ ସେନା ଦ୍ୱାରା ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଗତ ୨୦୦୬ ବର୍ଷରୁ ତୱାଙ୍ଗ ସେକ୍ଟର ଠାରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଛି। ବର୍ତ୍ତମାନ ୟାଙ୍ଗସେ ସ୍ଥିତ ପୋଷ୍ଟ ବରଫ ଚାଦରରେ ଘୋଡାଇ ହୋଇଯାଇଛି।  

Read More
{}{}